ଓଡିଶା

odisha

By ETV Bharat Odisha Team

Published : Aug 6, 2024, 4:04 PM IST

ETV Bharat / entertainment

ଆସୁଛି 'ସନ ଅଫ୍ ସର୍ଦ୍ଦାର-୨'; ଅଜୟଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତ୍ରୀ, ଫିଲ୍ମରୁ ବାଦ୍ ପଡିଲେ ସଞ୍ଜୁ ବାବା - Son of Sardaar 2

Son of Sardaar 2 Shooting: 'ସନ ଅଫ୍ ସର୍ଦ୍ଦାର ୨' ସହ ପୁଣି ପରଦାରେ ଧମାକ କରିବାକୁ ଯାଉଛନ୍ତି ଅଜୟ ଦେବଗନ । ବର୍ତ୍ତମାନ ଫିଲ୍ମର ସୁଟିଂ ଆଜିଠୁ ଆରମ୍ଭ ହୋଇଥିବା ବେଳେ ଫିଲ୍ମର କାଷ୍ଟରେ ପରିବର୍ତ୍ତନ ହୋଇଥିବା ଜଣାପଡିଛି । ଏହି ଫିଲ୍ମରେ ଅଭିନେତା ସଞ୍ଜୟ ଦତ୍ତ ବାଦ୍ ପଡିଛନ୍ତି । ଅଧିକ ପଢନ୍ତୁ,

ଆସୁଛି 'ସନ ଅଫ୍ ସର୍ଦ୍ଦାର ୨'; ଅଜୟ ଦେବଗନଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତ୍ରୀ, ଫିଲ୍ମରୁ ବାଦ୍ ପଡିଲେ ସଞ୍ଜୁ ବାବା
ଆସୁଛି 'ସନ ଅଫ୍ ସର୍ଦ୍ଦାର ୨'; ଅଜୟ ଦେବଗନଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତ୍ରୀ, ଫିଲ୍ମରୁ ବାଦ୍ ପଡିଲେ ସଞ୍ଜୁ ବାବା (ANI Photo)

ହାଇଦ୍ରାବାଦ:'ସନ ଅଫ୍ ସର୍ଦ୍ଦାର' ସିକ୍ୱେଲ ଅପେକ୍ଷାର ହେଲା ଅନ୍ତ । ଖୁବଶୀଘ୍ର ପରଦାରେ ପୁଣି ଧମାକା କରିବାକୁ ଯାଉଛନ୍ତି ଅଜୟ ଦେବଗନ । ଆଜି ୬ ଅଗଷ୍ଟରେ ଅଜୟ ଦେବଗନ ତାଙ୍କ ଫିଲ୍ମ 'ସନ ଅଫ ସର୍ଦ୍ଦାର ୨' ପାଇଁ ସୁଟିଂ ଆରମ୍ଭ କରିଛନ୍ତି । ଅଜୟ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଅଜୟ ଦେବଗନ୍ ପୂଜା ସହ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଏଥିସହ ଫିଲ୍ମରେ ବର୍ତ୍ତମାନ କାଷ୍ଟ ରିପ୍ଲେସ କରାଯାଇତିବା ଜଣାପଡିଥିବା ବେଳେ ଏହି ଭିଡିଓରେ କିଛି ତାରକାଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି ।

'ସନ ଅଫ ସର୍ଦ୍ଦାର ୨' ପାଇଁ ସୁଟିଂ ଆରମ୍ଭ

ଅଜୟ ଦେବଗନ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଅଜୟ ଦେବଗନ ପ୍ରଥମେ ଗୁରୁଦ୍ୱାରରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି ଏବଂ ଏହା ପରେ ତାଙ୍କ ଭଣଜା ଏବଂ ଜ୍ୱାଇଁ ସନ ଅଫ୍ ସର୍ଦ୍ଦାର 2 ଚଳଚ୍ଚିତ୍ରର କ୍ଲାପବୋର୍ଡ ଧରିଥିବାର ନଜର ଆସିଛନ୍ତି। ଏହା ପରେ ଫିଲ୍ମର ନିର୍ଦ୍ଦେଶକ ବିଜୟ କୁମାର ଆରୋରା ନଜର ଆସିଛନ୍ତି । କିଛି ତାରକାଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି । ଏହା ସେୟାର କରି ସେ ଲେଖିଛନ୍ତି, ପ୍ରାର୍ଥନା ଏବଂ ଆଶୀର୍ବାଦ ସହ 'ସନ ଅଫ୍ ସର୍ଦ୍ଦାର 2' ସୁଟିଂ ଆରମ୍ଭ ।

ସୋନାକ୍ଷୀ ସିହ୍ନାଙ୍କୁ ରିପ୍ଲେସ କଲେ ମୃଣାଲ

ଭିଡିଓରେ ଚଙ୍କି ପାଣ୍ଡେ ଲରେ ନାଚୁଥିବାର ନଜର ଆସିଛନ୍ତି ଏବଂ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ମୃଣାଲ ଠାକୁର ଦେଶୀ ପଞ୍ଜାବୀ ଲୁକରେ ଢୋଲ ବଜାଉଥିବା ନଜର ଆସିଛନ୍ତି । ଏହି ସମୟରେ ଅଜୟ ଦେବଗନଙ୍କୁ ସର୍ଦ୍ଦାର ଭାବରେ ସେଟରେ ଦେଖିବାକୁ ମିଳୁଛି । ତେବେ ପୂର୍ବ ଫିଲ୍ମରେ ସୋନାକ୍ଷୀ ସିହ୍ନା ନଜର ଆସିଥିବା ବେଳେ ଏଥିରେ କିନ୍ତୁ ମୃଣାଲ ଠାକୁର ନଜର ଆସିବେ ।

'ସନ ଅଫ୍ ସର୍ଦ୍ଦାର 2'ରୁ ବାଦ୍ ପଡିଲେ ସଞ୍ଜୟ ଦତ୍ତ

ସଂଜୟ ଦତ୍ତ ଏବଂ ଅଜୟ ଦେବଗନଙ୍କ ଯୋଡି ଦେଖିବାକୁ ପ୍ରଶଂସକମାନେ ଉତ୍ସାହିତ ଥିଲେ । ହେଲେ ବର୍ତ୍ତମାନ ରିପୋର୍ଟ ଅନୁସାରେ, ସଂଜୟ ଦତ୍ତଙ୍କୁ 'ସନ ଅଫ୍ ସର୍ଦ୍ଦାର ୨'ରୁ ବାଦ୍ ପଡିଛନ୍ତି । ତାଙ୍କୁ ଭୋଜପୁରୀ ଅଭିନେତାଙ୍କ ସହ ବଦଳି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:ଅଜୟ ଦେବଗନଙ୍କ ଦମଦାର ଲୁକ ଆଉଟ, ସିଂହ ରୂପରେ ଆସିଲେ ନଜର

ଏହି କାରଣରୁ ସଂଜୟ ଦତ୍ତ ଫିଲ୍ମ ଛାଡ଼ିଲେ

ରିପୋର୍ଟ ଅନୁସାରେ, ସଞ୍ଜୟ ଦତ୍ତଙ୍କୁ କାହିଁକି ଏବଂ କାହା ସହ ଫିଲ୍ମରେ ସ୍ଥାନିତ କରାଯାଇଛି ତାହା ପ୍ରକାଶ ପାଇଛି। ଫିଲ୍ମର ସୁଟିଂ ପାଇଁ ବ୍ରିଟେନ ଯିବାକୁ ପଡିଥାନ୍ତା । ହେଲେ ତାଙ୍କୁ ବ୍ରିଟେନ ଭିସା ମିଳିଲା ନାହିଁ। ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ପରେ ସଞ୍ଜୟ ଦତ୍ତ ଆର୍ମସ୍ ଆକ୍ଟ ଉଲ୍ଲଂଘନ କରି ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ଅଭିନେତାଙ୍କୁ ୫ ବର୍ଷ ଜେଲରେ ରଖାଯାଇଥିଲା । ଏଥି ସହିତ ସଞ୍ଜୟ ଦତ୍ତ ଅନେକ ଥର ବ୍ରିଟେନ ଭିସା ପାଇଁ ଆବେଦନ କରିଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ସେ ଭିସା ପାଇନାହାଁନ୍ତି। ଯେତେବେଳେ ଅଜୟ ଦେବଗନଙ୍କ ଟିମ୍ ଏହା ବିଷୟରେ ଜାଣିଲେ, ସେମାନେ ତାଙ୍କୁ ଫିଲ୍ମରୁ ବାହାର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details