ଓଡିଶା

odisha

ETV Bharat / bharat

ହାଇଦ୍ରାବାଦରେ ୩ ଦିନିଆ ଓଡ଼ିଆ ଫୁଡ୍ ଓ କ୍ରାଫ୍ଟ ଫେଷ୍ଟିଭାଲ, ମଜା ନେଉଛନ୍ତି ପ୍ରବାସୀ - ହାଇଦ୍ରାବାଦରେ ଓଡ଼ିଶା ଖାଦ୍ୟ

Odisha Food And Craft Festival in Hyderabad: ହାଇଦ୍ରାବାଦରେ ୩ ଦିନିଆ ଓଡ଼ିଆ ଫୁଡ୍ ଓ କ୍ରାଫ୍ଟ ଫେଷ୍ଟିଭାଲ । ମାଧପୁରର ଶିଳ୍ପାରମମରେ ଆୟୋଜିତ ଏହି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

Odisha Food And Craft Festival
Odisha Food And Craft Festival

By ETV Bharat Odisha Team

Published : Feb 9, 2024, 11:12 PM IST

Updated : Feb 10, 2024, 3:11 PM IST

Odisha Food And Craft Festival

ହାଇଦ୍ରାବାଦ: ତେଲେଙ୍ଗାନାରେ ୩ ଦିନିଆ ଓଡ଼ିଆ ଫୁଡ୍ ଓ କ୍ରାଫ୍ଟ ଫେଷ୍ଟିଭାଲ । ମାଧପୁରର ଶିଳ୍ପରମମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଖାଦ୍ୟ, ହସ୍ତତନ୍ତ, ବୟନ ଶିଳ୍ପ ସହ ଓଡ଼ିଆ ପାରମ୍ପରିକ ଘରସଜ୍ଜା ସାମଗ୍ରୀର ପସରା ଦେଖିବାକୁ ମିଳିଛି । ଏହାସହ ଓଡ଼ିଶାର ଐତିହ୍ୟ ଓ ପରିଚୟ ବହନ କରୁଥିବା ବିଭିନ୍ନ କାରିଗରୀ କାମ ମଧ୍ୟ ପ୍ରଦର୍ଶିତ ହେବା ସହ ବିକ୍ରିବଟା ଚାଲିଛି । କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଦର୍ଶକ ଓ ଗ୍ରାହକଙ୍କ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଓଡ଼ିଆ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ବିଶେଷ ଭାବେ ଓଡ଼ିଶା ବାହାରେ ତଥା ହାଇଦ୍ରାବାଦରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଏହାର ମଜା ନେଉଛନ୍ତି ।

ଗତବର୍ଷ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ପୁଣି ଥରେ ଆୟୋଜିତ ହୋଇଛି । ଏଥର ୨୦ ରୁ ଅଧିକ ହାତବୁଣା ବସ୍ତ୍ର ସହ ପ୍ରାୟ ୨୦ ରୁ ଊର୍ଦ୍ଧ୍ୱ ପାରମ୍ପରିକ ଓଡ଼ିଆ ଖାଦ୍ୟ ସାମଗ୍ରୀ ରହିଛି । ଏହାରି ମଧ୍ୟରେ କେନ୍ଦ୍ରାପଡ଼ା ରସାବଳି, କୋରାପୁଟ କଫି ଓ ବ୍ଲାକ୍ ରାଇସ ପରି GI ମାନ୍ୟତାପ୍ରାପ୍ତ ଖାଦ୍ୟ ସାମଗ୍ରୀ ସହ ବିଭିନ୍ନ ପ୍ରକାର ମିଠା ମଧ୍ୟ ରହିଛି । ସେହିପରି ଓଡ଼ିଆ ପରିଚୟ ବହନ କରୁଥିବା ସମ୍ବଲପୁରୀ ତନ୍ତବୁଣା ଶାଢ଼ୀ, ପିପିଲି ଚାନ୍ଦୁଆ, ପଟ୍ଟଚିତ୍ର ପୋଷାକ, ମାଣିଆବନ୍ଧ ମଠା ଓ ଟସର ମଧ୍ୟ ରହିଛି । ଖାଦ୍ୟ ସାମଗ୍ରୀ ମଧ୍ୟରେ ମିଲେଟ୍ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ରହିଛି । ଏହାସହ କାଠ, ବିଭିନ୍ନ ପ୍ରକାର ଧାତୁ ନିର୍ମିତ କାରିଗରୀର ଝଲକ ଦେଖିବାକୁ ମିଳିଛି ।


ଏହା ମଧ୍ୟ ପଢନ୍ତୁ...ଓଡ଼ିଶାର କଳା ସଂସ୍କୃତି ପ୍ରଚାର ପ୍ରସାର ଲକ୍ଷ୍ୟ, ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ ଆୟୋଜିତ

ପ୍ରବାସୀ ଓଡ଼ିଆମାନେ ନିଜ ପାରମ୍ପରିକ ଖାଦ୍ୟର ମଜା ନେବା ସହ ଓ ଘରକରଣା ସାମଗ୍ରୀ କିଣି ଖୁସି ହେଉଛନ୍ତି । ଅପରପକ୍ଷେ, ହାଇଦ୍ରାବାଦବାସୀ ମଧ୍ୟ ଅନ୍ୟ ରାଜ୍ୟରୁ ସଂସ୍କୃତିର ଅନୁଭବ ନେଇଛନ୍ତି । ଏନେଇ ଆୟୋଜକ ସସ୍ମିତା ମିଶ୍ର କହିଛନ୍ତି, "ରାଜ୍ୟ ବାହାରେ ଓଡ଼ିଆ ଐତିହ୍ୟ, ସଂସ୍କୃତି, ପରମ୍ପରାକୁ ଉପସ୍ଥାପିତ କରିବାର ଏହା ଏକ ବଡ଼ ଅବସର । ଉଭୟ ପ୍ରବାସୀ ଓଡ଼ିଆ ଓ ସ୍ଥାନୀୟଲୋକଙ୍କ ମଧରେ ଏହି ପ୍ରଦର୍ଶନୀକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଚଳିତ ଥର GI ଟ୍ୟାଗ୍ ପ୍ରାପ୍ତ ସାମଗ୍ରୀ ଉପରେ ଗୁରୁତ୍ଵ ଦିଆଯାଇଛି । ତେବେ ଆଗକୁ ମଧ୍ୟ ଏଭଳି ଆୟୋଜନ କରିବା ସହ ଆହୁରି ଭିନ୍ନ କରିବାକୁ ପ୍ରୟାସ ଜାରି ରଖିବୁ ।"

ଇଟିଭି ଭାରତ, ହାଇଦ୍ରାବାଦ

Last Updated : Feb 10, 2024, 3:11 PM IST

ABOUT THE AUTHOR

...view details