ହାଇଦ୍ରାବାଦ: "ଆମେ ଓଡ଼ିଆ, ଭାରି ବଢ଼ିଆ । ଆମ ସସ୍କୃତି, ଆମ ପରମ୍ପରା ଓ ଆମ ଐତିହ୍ୟକୁ ନେଇ ଆମେ ଗର୍ବିତ । ଯେତେ ଦୂରେ ଥିଲେ ମଧ୍ୟ ଆମ ମନ ଓଡ଼ିଆ, ଆମ ପ୍ରାଣ ଓଡ଼ିଆ । ଯୁଆଡେ ଗଲେ ବି ଯୋଉଁଠି ଥିଲେ ବି ଓଡିଶା ମାଟି ପାଣି ପବନର ବାସ୍ନାକୁ କେବେ ଭୁଲି ପାରନି ଜଣେ ଖାଣ୍ଟି ଓଡ଼ିଆ । ସୁଦୂରରେ ଥିଲେ ମଧ୍ୟ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଛାପ ସମସ୍ତଙ୍କ ମଧ୍ୟରେ ବାରି ହୋଇପଡେ । ଯାହାର ଉଦାହରଣ ଦେଖିବାକୁ ମିଳିଥିଲା ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ," ବୋଲି ଓଡ଼ିଆ ଭାଷା ପରମ୍ପରାକୁ ପ୍ରଚାର ପାଇଁ କାର୍ଯ୍ୟ କରୁଥିବା ସ୍ୱାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ସଂଗଠନ (SOWW) ପକ୍ଷରୁ ପାଳନ ହୋଇଥିବା "ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳା"ରେ ସାମିଲ ହୋଇ ଏପରି ମତ ଦେଇଥିଲେ ଅତିଥି ବୃନ୍ଦ ।
ପ୍ରତିବର୍ଷ ଭଳି ଏବର୍ଷ ତିନି ଦିନ ଧରି ହାଇଦ୍ରାବାଦରେ "ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳା" ଉଜ୍ଜ୍ୱଳ ଉତ୍ସବ ପାଳିତ ହେଇଯାଇଛି । ଏହି ଅନନ୍ୟ କାର୍ଯ୍ୟକ୍ରମରେ ଆମ ଓଡ଼ିଶାର ସଂସ୍କୃତି, ବିଭିନ୍ନ ପ୍ରକାରର ଵ୍ୟଞ୍ଜନ, ଉତ୍କୃଷ୍ଟ କଳାକୃତି ଏବଂ କାରିଗରୀ ସମସ୍ତ ଓଡ଼ିଆଙ୍କୁ ଆକୃଷ୍ଟ କରିଥିଲା । ତା ସହିତ, ଓଡ଼ିଶାର ବିବିଧ କଳା ପରମ୍ପରାକୁ ପ୍ରତିଫଳିତ କରୁଥିବା ଓଡ଼ିଶୀ ନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ, ପାଇକ ନୃତ୍ୟ, ସାମରିକ କଳା ନୃତ୍ୟ, ମୟୂରଭଞ୍ଜର ଆଦିବାସୀ ନୃତ୍ୟ, ସମ୍ବଲପୁରୀ ଲୋକ ପ୍ରଦର୍ଶନ ଏବଂ ପଶ୍ଚିମ ଓଡ଼ିଶାର ସ୍ପନ୍ଦନଶୀଳ ସାଂସ୍କୃତିକ ପ୍ରଦର୍ଶନ ଗୁଡିକ ଦର୍ଶକମାନଙ୍କୁ ବିମୋହିତ କରିଥିଲା । ଏଥିରେ ମୁଖ୍ୟ ଆକର୍ଷଣ ଥିଲା ପ୍ରସିଦ୍ଧ ନୃତ୍ୟଶିଳ୍ପୀ ସାଶ୍ୱତ ଯୋଶୀଙ୍କ ଉଚ୍ଚକୋଟିର ନୃତ୍ୟ ପରିବେଷଣ ।
![ODISHA FOOD AND CRAFT MELA](https://etvbharatimages.akamaized.net/etvbharat/prod-images/15-02-2025/2f9a6ad5-c6f0-4507-bd17-ed6e8488005a_1502newsroom_1739603130_485.jpg)
ସ୍ୱାଭିମାନୀ ଓଡ଼ିଆ ପରିବାର ହାଇଦ୍ରାବାଦ ତରଫରୁ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଶତାଧିକ ଲୋକ ଯୋଗ ଦେଇଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱାଭିମାନୀ ଓଡ଼ିଆ ପରିବାର ପ୍ରବାସୀ ଓଡ଼ିଆ ସଂଗଠନ, ଓଡ଼ିଆ ସଂସୃତି ଓ ପରମ୍ପରା, ଓଡିଶା ହସ୍ତତନ୍ତର ପ୍ରଚାର ଓ ପ୍ରସାର କରିବାରେ ସବୁବେଳେ ଆଗଭର ।
![ODISHA FOOD AND CRAFT MELA](https://etvbharatimages.akamaized.net/etvbharat/prod-images/15-02-2025/6a1c6dee-dec0-4831-b4a1-ac08a0c92741_1502newsroom_1739603130_797.jpg)
ଏହି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିବା ଏବଂ ସଫଳତାର ଶୀର୍ଷକରେ ଆବୃତ କରିବାର ଅକ୍ଲାନ୍ତ ଉଦ୍ୟମ "ସ୍ୱାଭିମାନି ଓଡ଼ିଆ ଓମେନ୍ସ ୱାଲଡ଼" (SOWW) ପରିବାରର ମୁଖ୍ୟ ଏବଂ ଜନଗଣ୍ୟ ସଦସ୍ୟ ସସ୍ମିତା ମିଶ୍ର, ଅର୍ଚ୍ଚନା ମିଶ୍ର, ଶିଲା ସାହୁ, ଅଞ୍ଜନ ପାତ୍ର, ଶକ୍ତି ପ୍ରସାଦ ଖାଡଙ୍ଗା ଏବଂ ଆଶିଶ କୁମାର ସୁବୁଦ୍ଧିଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା ।
![ODISHA FOOD AND CRAFT MELA](https://etvbharatimages.akamaized.net/etvbharat/prod-images/15-02-2025/c812c712-d9f9-49e2-8f99-571cb4fa77c6_1502newsroom_1739603130_181.jpg)
![ODISHA FOOD AND CRAFT MELA](https://etvbharatimages.akamaized.net/etvbharat/prod-images/15-02-2025/64189314-0e8b-4eda-bd0c-a166cc75394d_1502newsroom_1739603130_1065.jpg)
ଏଇ କାର୍ଯ୍ୟକ୍ରମରେ ସୂର୍ଯ୍ୟନାରାୟଣ ପାଣିଗ୍ରହୀ (ମହାପ୍ରବନ୍ଧକ, ମାନବ ସମ୍ବଳ, NTPC), ସତ୍ୟଜିତ୍ ତ୍ରିପାଠି (ସଦସ୍ୟ ,ବଣ୍ଟନ IRDAI), ସୁନିତା ଜେନା, ବୈଜ୍ଞାନିକ, DRDO, ଡ଼ଃ. ରୀନା ଦାସ୍ (CHRO,KEOLIS HYDERABAD METRO RAIL), ଅଜୟ କୁମାର ମହାନ୍ତି ଏବଂ ଡ଼ଃ. ଅନୁପମା ମହାନ୍ତି (CEO, (A4Con Services Private Limited Hyderabad), ଡିକେ ମହାନ୍ତି, ସିଦ୍ଧାର୍ଥ ମହାନ୍ତି, ବିକେ ମହାପାତ୍ର, ଡ. ଭାରତ ପୁରୋହିତଙ୍କ ଭଳି ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।
![ODISHA FOOD AND CRAFT MELA](https://etvbharatimages.akamaized.net/etvbharat/prod-images/15-02-2025/cac23d9a-22d8-42ec-b717-a924c2b6f079_1502newsroom_1739603130_1039.jpg)