ଓଡିଶା

odisha

ETV Bharat / bharat

ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ - PRESIDENT RULE IMPOSED

ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ନିକଟରେ ଇସ୍ତଫା ଦେଇଥିଲେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ।

PRESIDENT RULE IMPOSED
PRESIDENT RULE IMPOSED (@rashtrapatibhvn)

By ETV Bharat Odisha Team

Published : Feb 13, 2025, 8:49 PM IST

ନୂଆଦିଲ୍ଲୀ:ଅଶାନ୍ତ ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ନିକଟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏନ ବିରେନ ସିଂ। ରାଜ୍ୟପାଳଙ୍କ ସୁପାରିସ କ୍ରମେ ଆଜି(ଗୁରୁବାର)ଠୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଇସ୍ତଫା ଦେଇଥିଲେ ମୁଖ୍ୟମନ୍ତ୍ରୀ:

ଗତ ଫେବୃଆରୀ 9ରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ମଣିପୁର ହିଂସାକୁ ନେଇ ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି ହେଉଥିଲା ଶେଷରେ ସେ ଇସ୍ତଫା ଦେଇଥିଲେ । ରାଜ୍ୟପାଳଙ୍କ ପ୍ରସ୍ତାବ ପରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ନେଇ ନିଷ୍ପତ୍ତି ନିଆଯାଇଥିଲା । ଆଜି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

କିପରି ଲାଗେ ରାଷ୍ଟ୍ରପତି ଶାସନ:

ଭାରତୀୟ ସମ୍ବିଧାନ ଅନୁଚ୍ଛେଦ 356 ଅନୁସାରେ, ରାଷ୍ଟ୍ରପତି କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ଘୋଷଣା କରିପାରିବେ । ଯେତେବେଳେ ରାଷ୍ଟ୍ରପତିଙ୍କୁ ହୃଦବୋଧ ହୁଏ, ରାଜ୍ୟରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଠି ସମ୍ବିଧାନ ଅନୁସାରେ ଶାସନ ଚଳାଯାଇନପାରେ ।

ରାଷ୍ଟ୍ରପତି ଶାସନ ଲାଗୁ ହେବାର ପ୍ରକ୍ରିୟା କଣ ?

ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପଠାଇଥାନ୍ତି । ରାଜ୍ୟପାଳଙ୍କ ରିପୋର୍ଟ ଆଧାରରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଏଥିପାଇଁ ସୁପାରିସ କରେ । ରାଷ୍ଟ୍ରପତି କେନ୍ଦ୍ର ମନ୍ତ୍ରୀମଣ୍ଡଳର ସୁପାରିସ କ୍ରମେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ନେଇ ନିଷ୍ପତ୍ତି ନେଇଥାନ୍ତି ।

କେତେ ଦିନ ଲାଗୁ ହୁଏ ରାଷ୍ଟ୍ରପତି ଶାସନ ?

ରାଷ୍ଟ୍ରପତି ଶାସନ 6 ମାସ ପର୍ଯ୍ୟନ୍ତ ଲାଗୁ ହୁଏ । ଏଥିପାଇଁ ସଂସଦର ଉଭୟ ସଦନ(ଲୋକସଭା ଓ ରାଜ୍ୟସଭା)ର ମଞ୍ଜୁରୀ ନେବାକୁ ପଡିଥାଏ । ଏହାପରେ ଏହାକୁ ବର୍ଷେ ପର୍ଯ୍ୟନ୍ତ ବଢାଯାଇପାରେ ।

ଏହା ମଧ୍ୟ ପଢନ୍ତୁ:

ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଇସ୍ତଫା

ମଣିପୁର ହିଂସା: ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା NPP

ପୁଣି ଅଶାନ୍ତ ମଣିପୁର: 6 ଅପହୃତଙ୍କ ହତ୍ୟା ପରେ ତେଜିଲା ହିଂସା, ମନ୍ତ୍ରୀ-ବିଧାୟକଙ୍କ ବାସଭବନରେ ଆକ୍ରମଣ

ପୁଣି ଅଶାନ୍ତ ମଣିପୁର, ଏନକାଉଣ୍ଟରେ ୧୦ ସନ୍ଦିଗ୍ଧ ଆତଙ୍କୀ ନିପାତ

ମଣିପୁର ଜାତିଗତ ହିଂସା; ରାଷ୍ଟ୍ର ଓ ସମାଜର ବିଫଳତା - Manipur Violence

ରାଷ୍ଟ୍ରପତି ଶାସନ ଲାଗୁ ପରେ କଣ ପରିବର୍ତ୍ତନ ହୁଏ ?

କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ସମସ୍ତ ପ୍ରଶାସନିକ କାର୍ଯ୍ୟ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ଚାଲିଯାଏ । ଯଦି ବିଧାନସଭା ଭଙ୍ଗ ହୋଇନଥାଏ ତେବେ ନାମମାତ୍ର ଭାବେ ରହିଥାଏ । କିନ୍ତୁ ବିଧାନସଭା ଯଦି ଭଙ୍ଗ କରାଯାଏ ପୁଣି ଥରେ ନିର୍ବାଚନ କରାଯାଏ । ସାଧାରଣତଃ ପରିସ୍ଥିତିରେ ସୁଧାର ଆସିବା ପରେ ନିର୍ବାଚନ ହୋଇଥାଏ ।

ଜାତିଗତ ହିଂସାକୁ ନେଇ ଅଶାନ୍ତ ଥିଲା ମଣିପୁର:

ମଣିପୁରରେ ମୈତାଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଅଶାନ୍ତ ହୋଇପଡିଥିଲା ମଣିପୁର । ଏହି ହିଂସାରେ ଶତାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ହିଂସା ବ୍ୟାପକ ମାତ୍ରାରେ ଦେଖିବାକୁ ମିଳିଥିଲା । ସଡକଠୁ ସଂସଦ ସବୁଠି ମଣିପୁର ହିଂସାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦୀର୍ଘ ଦିନରୁ ଦାବି ହୋଇଆସିୁଥିଲା । ଶେଷରେ ନିଜ ପଦରୁ ଇସ୍ତଫା ଦେଇଥିଲେ ଏନ ବିରେନ ସିଂ ।

ABOUT THE AUTHOR

...view details