ଓଡିଶା

odisha

ETV Bharat / bharat

ଖଣ୍ଡୁଆ ପାଟ ଶାଢୀ ପିନ୍ଧି ବର୍ଲିନ ମାରାଥନ ଦୌଡିଲେ ମଧୁସ୍ମିତା ଜେନା - Madhusmita Jena in Berlin Marathon

ଜର୍ମାନୀର ବର୍ଲିନ ଆୟୋଜିତ ମାରାଥନରେ ଓଡ଼ିଆ ମହିଳା ମଧୁସ୍ମିତା ଜେନା ଖଣ୍ଡୁଆ ପାଟ ଶାଢ଼ୀ ପିନ୍ଧି ୪୨ କିଲୋମିଟରର ଦୂରତାକୁ ୪ ଘଣ୍ଟା 16 ମିନିଟରେ ପୂର୍ଣ୍ଣ କରିଛନ୍ତି ।

By ETV Bharat Odisha Team

Published : 4 hours ago

Madhusmita Jena
Madhusmita Jena (@odiarunner)

ହାଇଦ୍ରାବାଦ:ପୁଣି ବିଦେଶରେ କମାଲ କରିଛନ୍ତି ଓଡିଆ ଝିଅ ମଧୁସ୍ମିତା ଜେନା । ଓଡ଼ିଶାର ବୁଣାକାରଙ୍କ ହସ୍ତତନ୍ତ ଶାଢୀ ପିନ୍ଧି ବିଦେଶରେ ପୁଣି ମାରାଥନରେ ଦୌଡିଛନ୍ତି ମଧୁସ୍ମିତା । ଓଡିଆ ବର୍ଣ୍ଣମାଳା ଖଚିତ ଖଣ୍ଡୁଆ ପାଟ ଶାଢୀ (5 1/2 yard) ପିନ୍ଧି ବର୍ଲିନ୍ ମାରାଥନରେ ଅଂଶଗ୍ରହଣ କରି ଚର୍ଚ୍ଚାରେ ମଧୁସ୍ମିତା ଜେନା ।

ଶାଢ଼ୀ ପିନ୍ଧି ମାରାଥନରେ ଦୌଡିବା, ଏହା ସମ୍ଭବ କି ? କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ବିଦେଶ ମାଟିରେ ସମ୍ବଲପୁର ଶାଢ଼ୀ ପରେ ଖଣ୍ଡୁଆ ଶାଢୀ ପିନ୍ଧି ମାରାଥନ ମୈଦାନକୁ ଓହ୍ଲାଇଥିଲେ ପ୍ରବାସୀ ଓଡ଼ିଆ ମଧୁସ୍ମିତା ଜେନା । ବ୍ରିଟେନର ମଞ୍ଚେଷ୍ଟରରେ ମଧୁସ୍ମିତା ଜେନା ରୁହନ୍ତି ।

ବର୍ଲିନରେ ଆୟୋଜିତ ବର୍ଲିନ ମାରାଥନ 2024ରେ ଅଂଶଗ୍ରହଣ କରିଥିଲେ ମଧୁସ୍ମିତା । ସବୁଠାରୁ ବଡ଼ କଥା ହେଲା, ସେ ଖଣ୍ଡୁଆ ପାଟ ଶାଢ଼ୀ ପିନ୍ଧି ମୈଦାନକୁ ଓହ୍ଲାଇଥିଲେ । ଏହାଥିଲା ମଧୁସ୍ମିତାଙ୍କ 40 ତମ ମାରାଥନ ଦୌଡ । ଏହି ମାରାଥନକୁ ମଧୁସ୍ମିତା 4 ଘଣ୍ଟା 16 ମିନିଟରେ ସଫଳତାର ସହିତ ପୂର୍ଣ୍ଣ କରିଥିଲେ । ସେ ବର୍ଲିନ ମାରାଥନକୁ, ଇଂଲଣ୍ଡ ମାଞ୍ଚେଷ୍ଟର ମାରାଥନ ଦୌଡଠାରୁ 34 ମିନିଟ କମ୍ ସମୟ ନେଇ ପୂର୍ଣ୍ଣ କରିଛନ୍ତି । ମାଞ୍ଚେଷ୍ଟର ମାରାଥରେ ସେ ସମ୍ବଲପୁର ଶାଢୀ ପିନ୍ଧି ୪୨.5 କିଲୋମିଟର ମାରାଥନକୁ ୪ ଘଣ୍ଟା ୫୦ ମିନିଟରେ ସଫଳତାର ସହ ପୂର୍ଣ୍ଣ କରିଥିଲେ ।

Madhusmita Jena (@odiarunner)

କ୍ରୀଡ଼ା ସହିତ ଓଡ଼ିଶାର ଅପୂର୍ବ କାରିଗରିକୁ ପ୍ରଦର୍ଶନ କରିବାର ଏକ ନିଆରା ପ୍ରୟାସ । ମାରାଥନ ସମୟରେ ମଧୁସ୍ପିତାଙ୍କ ଶାଢ଼ୀ ସଭିଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଦେଶର କଳା, ସଂସ୍କୃତିକୁ ଉପସ୍ଥାପନା କରିବାର ଏହି ପ୍ରୟାସକୁ ସଭିଏଁ ପ୍ରଶଂସା କରିଥିଲେ । ଖଣ୍ଡୁଆ ପାଟ ଶାଢ଼ୀରେ ଲମ୍ବା ମାରାଥନକୁ ପୂର୍ଣ୍ଣ କରିଥିବାରୁ ନିଜକୁ ଗର୍ବ ଅନୁଭବ କରୁଥିବା ମଧୁସ୍ମିତା ସୋସିଆଲ ମିଡିଆରେ ଲେଖିଛନ୍ତି ।

Madhusmita Jena (@odiarunner)

ଏହା ବି ପଢନ୍ତୁ-ବିଦେଶ ମାଟିରେ ସମ୍ବଲପୁରୀ ଶାଢ଼ୀ ପିନ୍ଧି ମାରାଥନ ଦୌଡିଲେ ଓଡ଼ିଆ ଝିଅ

ଏହା ବି ପଢନ୍ତୁ- Odisha Woman Runs in UK Marathon: ଓଡ଼ିଆ ଝିଅ ମଧୁସ୍ମିତାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ

“ମୋର ଶେଷ ମାରାଥନ୍ ସମୟରୁ 34 ମିନିଟ କମ ସମୟ ନେଇଛି । 10 ବର୍ଷ ପୂର୍ବେ ମୋର ପୂର୍ଣ୍ଣ ମାରାଥନ୍ ସମୟ ଅପେକ୍ଷା ଏଥର ଧୀର, ତଥାପି ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରୁଛି ! ଅଫିସିଆଲ ସମୟ 4 ଘଣ୍ଟା 16 ମିନିଟ୍ !! ” ମଧୁସ୍ମିତା ଏହା ସୋସିଆଲ ମିଡିଆ ଫେସବୁକରେ ପୋଷ୍ଟ କରିଛନ୍ତି ।

Madhusmita Jena (@odiarunner)

ଖଣ୍ଡୁଆ ପାଟ ଶାଢ଼ୀ ଉତ୍ପତ୍ତି-

ଖଣ୍ଡୁଆ ଏକ ଉତ୍କଳୀୟ ବାନ୍ଧ କଳା । ସାରା ବିଶ୍ବରେ ଏହାର ଚାହିଦା ରହିଛି ଟସର ସୂତାରେ ହସ୍ତଚାଳିତ ତନ୍ତ ଦ୍ବାରା ଖଣ୍ଡୁଆ ବସ୍ତ୍ର ବୁଣାଯାଏ । ବସ୍ତ୍ର ଉପରେ ପଶୁ-ପକ୍ଷୀ ବୃକ୍ଷ-ଲତା ଦେବତା-ମନ୍ଦିର ଆଦିର ସୁନ୍ଦର ଚିତ୍ର କରାଯାଏ । ଏହି ବସ୍ତ୍ରରେ ମୁଖ୍ୟତଃ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇଥାଏ । ବିବାହ ବେଳେ ବ୍ୟବହୃତ ଖଣ୍ଡୁଆ ପାଟ ବୁଣିବା ପାଇଁ ଲାଲ ବା କମଳା ରଙ୍ଗ, ଶାଳଗଛରୁ ସଂଗ୍ରହ କରାଯାଇଥାଏ । କଟକର ମାଣିଆବନ୍ଧ ଓ ନୂଆପାଟଣା ଖଣ୍ଡୁଆ ଓ ଖଣ୍ଡୁଆ ପାଟ ପାଇଁ ପ୍ରସିଦ୍ଧ ।

Madhusmita Jena (@odiarunner)

ମଞ୍ଚେଷ୍ଟର ମାରାଥନ ପରେ କଥା ହୋଇଥିଲେ ନବୀନ ପଟ୍ଟନାୟକ-

Madhusmita Jena (@odiarunner)

ବ୍ରିଟେନର ମଞ୍ଚେଷ୍ଟର ସହରରେ ହୋଇଥିବା ମାରାଥନରେ ସମ୍ବଲପୁରୀ ଶାଢ଼ୀକୁ ନେଇ ସବୁଆଡ଼େ ଚର୍ଚ୍ଚା ହୋଇଥିଲା । ମଞ୍ଚେଷ୍ଟରରେ ଆୟୋଜିତ ମାରାଥନରେ ଓଡ଼ିଆ ପ୍ରବାସୀ ମଧୁସ୍ମିତା ଜେନା ସମ୍ବଲପୁରୀ ଶାଢୀ ପିନ୍ଧି ମୈଦାନକୁ ଓହ୍ଲାଇଥିଲେ ଏବଂ ସଫଳତାର ସହ ମାରାଥନକୁ ପୂର୍ଣ୍ଣ କରିଥିଲେ । ବିଦେଶ ମାଟିରେ ଓଡ଼ିଶାର ଅପୂର୍ବ କାରିଗରୀର ପ୍ରଚାର ପ୍ରସାର କରିବାର ଏହି ପ୍ରୟାସକୁ ନେଇ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଥିଲା । ଏହି ପରିପ୍ରେକ୍ଷୀରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଆ ଝିଅ ମଧୁସ୍ମିତାଙ୍କ ସହ କଥା ହୋଇଥିଲେ । ଭିଡ଼ିଓ କନଫରେନ୍ସିଂରେ ମଧୁସ୍ମିତାଙ୍କ ସହ କଥା ହୋଇଥିଲେ ନବୀନ ପଟ୍ଟନାୟକ ।

Madhusmita Jena (@odiarunner)

ପ୍ରକାଶ ଥାଉକି, ଓଡ଼ିଶାର ଐତିହ୍ୟକୁ ବିଶ୍ୱରେ ପ୍ରତିପାଦିତ କରିବା ଉଦ୍ଦେଶ୍ୟରେ ସେ ସମ୍ବଲପୁରୀ ଶାଢ଼ୀ ପିନ୍ଧି ୪ ଘଣ୍ଟା ୫୦ ମିନିଟରେ 42 କିମି ଦୌଡି ମଞ୍ଚେଷ୍ଟର ମାରାଥନ ୨୦୨୩କୁ ପୂର୍ଣ୍ଣ କରିଥିଲେ ।

Madhusmita Jena (@odiarunner)

ABOUT THE AUTHOR

...view details