ଦିସପୁର(ଆସାମ): ଆସାମ ଖଣି ଟ୍ରାଜେଡି । ତୃତୀୟ ଦିନର ଅପରେସନରେ ଫସିରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଜାରି ରହିଛି । ୯ ଜଣ ଶ୍ରମିକ ଫସି ରହିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
'ଜଣେ ଶ୍ରମିକ ମୃତ'
ଆସାମର ଦିମା ହସାଓ ଜିଲ୍ଲାରେ ଅଚାନକ କୋଇଲା ଖଣିରେ ଫସି ରହିଥିଲେ ୯ ଶ୍ରମିକ । ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଥିଲା । କୋଇଲା ଖାଦାନରେ ପାଣି ପଶିଯିବାରୁ ସ୍ଥିତି ଆହୁରି ସଙ୍କଟାପନ୍ନ ହୋଇଥିଲା । ସେନା, ଆସାମ ରାଇଫଲ୍ସ, NDRF ଏବଂ SDRF ର ମିଳିତ ଟିମ୍ ପକ୍ଷରୁ ଜାରି ରହିଥିଲା ଅପରେସନ । ଏହାସହ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନୌସେନାର ୧୨ ଜଣିଆ ଟିମ୍ ବିଶାଖାପାଟଣାରୁ ଆସାମ ଗସ୍ତ କରିଥିଲେ । ତୃତୀୟ ଦିନରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବାବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
21 Para divers have just recovered a lifeless body from the bottom of the well. Our thoughts and prayers are with the grieving family. https://t.co/y9bUP6tn4H
— Himanta Biswa Sarma (@himantabiswa) January 8, 2025
ମାମଲା ରୁଜୁ:
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୋସିଆଲ ମିଡିଆ (x)ରେ ଉଲ୍ଲେଖ କରିଛନ୍ତି, "ପୋଲିସ ଏନେଇ ମାମଲା ରୁଜୁ କରିଛି । ଉମାରଙ୍ଗସୋ ଥାନାରେ ୦୨/୨୦୨୫ରେ ମାମଲା ରୁଜୁ ହୋଇଛି । BNS ଆକ୍ଟ 3(5)/105 B ଏବଂ r/w Section 21(1) ଅନୁସାରେ ହୋଇଛି ମାମଲା । ବେଆଇନ ଖଣି ଖନନ ହେଉଥିବାରୁ ଏହି ମାମଲାରେ ପୁନିସ ନୁନିସା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।"
#WATCH | A miner who used to work in the mine and whose brother is also trapped, says, " ...suddenly people started shouting that water is filling (in the mine); 30-35 people came out, 15-16 people were trapped..." pic.twitter.com/lZIWVrXu7u
— ANI (@ANI) January 8, 2025
କେତେ ଶ୍ରମିକ ଫସିଛନ୍ତି ?
ଆସାମ ଖଣି ମନ୍ତ୍ରୀ କୌଶିକ ରାୟ କହିଛନ୍ତି, "ଆଜି ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆର୍ମିର ଏକ ଟିମ୍ ଖଣି ମଧ୍ୟରେ ଉଦ୍ଧାର ପାଇଁ ଅପରେସନ ଚଳାଇଛନ୍ତି । କିଛି ବ୍ୟକ୍ତି କହୁଛନ୍ତି ଯେ ୧୦-୧୨ ଶ୍ରମିକ ଫସି ରହିଥିଲେ । ହେଲେ ପାଣି ସ୍ତର କମିବା ପରେ ପ୍ରକୃତ ସଂଖ୍ୟା ଆକଳନ କରିହେବ ।" ସେଠାରେ କାମ କରୁଥିବା ଜଣେ ଶ୍ରମିକଙ୍କ କହିବା କଥା, "ପାଖାପାଖି ୩୦-୩୫ ଲୋକ ଫସି ଯାଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆସିବାରେ ସକ୍ଷମ ହେଲେ । ପାଖାପାଖି ୧୫-୧୬ ଜଣେ ଆସି ନପାରି ଫସି ରହିଲେ । "
#WATCH | Dima Hasao's coal mine incident | Assam Mines and Minerals minister Kaushik Rai says, " one body is recovered today. an army team has again dived in (in the mine). the navy team will also go. we have started the process of dewatering the mine... a few people are saying… pic.twitter.com/4TaHIpghEl
— ANI (@ANI) January 8, 2025
ଏହା ବି ପଢନ୍ତୁ...ଜଗତସିଂହପୁର ବାଣ ବିସ୍ଫୋରଣ: ମୃତକଙ୍କ ଘରୁ ବିପୁଳ ବିସ୍ଫୋରକ ଜବତ
ଏହା ବି ପଢନ୍ତୁ...ଭୁଶୁଡିଲା ନିର୍ମାଣଧିନ ଡ୍ରେନ ପାଚେରୀ, ଚାଲିଗଲା ଶ୍ରମିକଙ୍କ ଜୀବନ
ଏହା ବି ପଢନ୍ତୁ...ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ୩ ଦିନ ବିତିଥିଲେ ବି ଫେରିନି ମୃତଦେହ
ଏହା ବି ପଢନ୍ତୁ...ମୁମ୍ବାଇ ସ୍ପିଡ ବୋଟ ଟ୍ରାଜେଡି, ନୌସେନା ଅଧିକାରୀଙ୍କ ସମେତ ୧୩ ମୃତ