ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO)କୁ ମିଳିବ ନୂଆ ଅଧ୍ୟକ୍ଷ । ଆସନ୍ତା ୧୪ ତାରିଖରେ ଦାୟିତ୍ବ ଗ୍ରହଣ କରିବେ ଭି ନାରାୟଣନ । ଇସ୍ରୋର ଅଧ୍ୟକ୍ଷ ଓ ମହାକାଶ ବିଭାଗର ସଚିବ ଭାବେ ସେ ଦାୟିତ୍ବ ନେବେ । ଏନେଇ କ୍ୟାବିନେଟ ନିଯୁକ୍ତି କମିଟି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ବର୍ତ୍ତମାନ ISROର ଅଧ୍ୟକ୍ଷ ରହିଛନ୍ତି ଏସ ସୋମନାଥ ।
ଭି ନାରାୟଣନଙ୍କ ବିଷୟରେ:
ଗତକାଲି(ମଙ୍ଗଳବାର) ଇସ୍ରୋର ନୂଆ ମୁଖ୍ୟଙ୍କ ନାଁ ଘୋଷଣା କରିଛନ୍ତି ଭାରତ ସରକାର । ଏସ ସୋମନାଥଙ୍କ କାର୍ଯ୍ୟକାଳ ୧୪ ଜାନୁଆରୀରେ ଶେଷ ହେବାକୁ ଥିବାରୁ ଭି ନାରାୟଣନଙ୍କ ନାଁ ଘୋଷଣା କରିଛନ୍ତି ସରକାର । ବିଜ୍ଞାନ କ୍ଷେତ୍ରରେ ବେଶ ପାରଙ୍ଗମ ଭି ନାରାୟଣନ । ୧୯୮୪ ମସିହାରେ ସେ ISROରେ ଯୋଗ ଦେଇଥିଲେ । ବିଭିନ୍ନ ରକେଟ୍ ଲଞ୍ଚ ସମୟରେ ସେ ଗୁରୁ ଦାୟିତ୍ବ ତୁଲାଇଛନ୍ତି । ବର୍ତ୍ତମାନ ନାରାୟଣନ LPSC( ଲିକ୍ବିଡ୍ ପ୍ରୋପଲେସନ ସିଷ୍ଟମ ସେଣ୍ଟର)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂଗଠନରେ ମଧ୍ୟ ତାଙ୍କର ଅନୁଭୂତି ରହିଛି । GSLV Mk IIIର C25 କ୍ରାୟୋଜେନିକ ପ୍ରଜେକ୍ଟ ଆଦିର ସେ ନିର୍ଦ୍ଦେଶକ ରହିଥିଲେ । ଯେଉଥିରେ ନାରାୟଣନ କ୍ରାୟୋଜେନିକ ଇଞ୍ଜିନର ବିକାଶ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।
ଏହା ବି ପଢନ୍ତୁ...ମହାକାଶରେ ଜୀବନର ଆରମ୍ଭ ! ଝୁଡଙ୍ଗ ମଞ୍ଜି ଗଜା ହୋଇ ବାହାରିଲା ପତ୍ର
ସରିବ ଏସ ସୋମନାଥଙ୍କ କାର୍ଯ୍ୟକାଳ:
ବରିଷ୍ଠ ମହାକାଶ ବିଜ୍ଞାନୀ ଏସ.ସୋମନାଥ ୨୦୨୨ ଜାନୁଆରୀ ୧୪ ତାରିଖରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ( ISRO)ର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଥିଲେ । ସେ ଇସ୍ରୋ ମୁଖ୍ୟ ଓ କେନ୍ଦ୍ର ସରକାରଙ୍କର ବିଜ୍ଞାନ ବିଭାଗର ସଚିବ ଭାବେ ବହୁ ଗୁରୁ ଦାୟିତ୍ବ ତୁଲାଇଛନ୍ତି । ତାଙ୍କର କାର୍ଯ୍ୟକାଳ ସମୟରେ 2023 ମସିହା ଅଗଷ୍ଟ 23 ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା ଭାରତ । ଭାରତର ତୃତୀୟ ମୁନ ମିଶନ ଚନ୍ଦ୍ରଯାନ-3କୁ ମିଳିଥିଲା ବଡ ସଫଳତା।
ଏହା ବି ପଢନ୍ତୁ...କାଲି ନୁହେଁ ଏହି ଦିନ ହେବ ସ୍ପେଶ୍ ଡକିଂ ପ୍ରକ୍ରିୟା; ତାରିଖ ଘୁଞ୍ଚାଇଲା ISRO
ଏହା ବି ପଢନ୍ତୁ...ବିଶ୍ବ ସ୍ପେଶ୍ ପୁରସ୍କାର ହାତେଇବାଠୁ ୟୁରୋପ ସାଟେଲାଇଟ୍ ଲଞ୍ଚ ପର୍ଯ୍ୟନ୍ତ...2024ରେ ISROର ବିରଳ କୀର୍ତ୍ତିମାନ
ଏହା ବି ପଢନ୍ତୁ...ଏବେ ମହାକାଶକୁ ସିଧା ଫୋନକଲ୍; ISRO ଲଞ୍ଚ କରିବ ଆମେରିକାର ଐତିହାସିକ ସାଟେଲାଇଟ୍