ETV Bharat / bharat

ତିରୁପତିରେ ଦଳାଚକଟା: 6 ଶ୍ରଦ୍ଧାଳୁ ମୃତ, ଏକାଧିକ ଆହତ - STAMPEDE AT TIRUPATI

ସର୍ବଦର୍ଶନ ଟୋକନ୍‌ କାଉଣ୍ଟରରେ ମାତ୍ରାଧିକ ଭିଡ କାରଣରୁ ଦଳାଚକଟା । ଏକାଧିକ ମୃତାହତ

ତିରୁପତିରେ ଦଳାଚକଟା: 4 ଶ୍ରଦ୍ଧଳୁ ମୃତ, ଏକାଧିକ ଆହତ
ତିରୁପତିରେ ଦଳାଚକଟା: 4 ଶ୍ରଦ୍ଧଳୁ ମୃତ, ଏକାଧିକ ଆହତ (ETV Bharat Odisha)
author img

By ETV Bharat Odisha Team

Published : 13 hours ago

Updated : 13 hours ago

ତିରୁପତି (ଆନ୍ଧ୍ର): ତିରୁପତି ସ୍ଥିତ ଶ୍ରୀ ଭେଙ୍କଟେଶ ମନ୍ଦିରରେ ଦଳାଚକଟାରେ 6 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଏଥିରେ ଏକାଧିକ ଶ୍ରଦ୍ଧାଳୁ ଆହତ ମଧ୍ୟ ହୋଇଛନ୍ତି । ଆଜି ସଂଧ୍ୟାରେ ମନ୍ଦିର ପରିସରରେ ଥିବା ସର୍ବଦର୍ଶନ ଟୋକନ୍‌ କାଉଣ୍ଟରରେ ମାତ୍ରାଧିକ ଭିଡ କାରଣରୁ ଏହି ଦଳାଚକଟା ହୋଇଥିବା ସୂଚନା ମିଳିଛି । କେତେ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି, ସେନେଇ ମନ୍ଦିର ପ୍ରଶାସନ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନି । ଦଳଚକଟା ପରେ ସର୍ବସାଧାରଣ ଦର୍ଶନ ପାଇଁ ଥିବା ଟିକେଟ କାଉଣ୍ଟରକୁ ବନ୍ଦ ରଖାଯାଇଛି ।

  • ଟୋକନ କାଉଣ୍ଟରରେ ମାତ୍ରାଧିକ ଭିଡ

ମିଳିଥିବା ସୂଚନା ଅନୁସାରେ, ଫ୍ରି ଦର୍ଶନ ବା ସର୍ବଦର୍ଶନ ପାଇଁ ଉଦ୍ଦିଷ୍ଟ କାଉଣ୍ଟର ସମ୍ମୁଖରେ ବହୁମାତ୍ରାରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଲାଗିଥିଲା । ମାତ୍ର କୌଣସି କାରଣରୁ ଭକ୍ତଙ୍କ ମଧ୍ୟରେ ବଚସା ହେବାରୁ ଠେଲାପେଲା ଆରମ୍ଭ ହୋଇଥିଲା । ଫଳରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଶ୍ରଦ୍ଧାଳୁ ଦୌଡା ଦୌଡି ହେବାରୁ ଦଳାଚକଟା ଘଟିଥିଲା । ଅଚେତ ହୋଇପଡିଥିବା କିଛି ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେମାନଙ୍କ ମଧ୍ୟରୁ ପ୍ରଥମେ 4 ଜଣ ଓ ପରେ ଦୁଇଜଣଙ୍କୁ ମିଶାଇ ମୋଟ 6 ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ ମହିଳା ଶ୍ରଦ୍ଧାଳୁ ମଧ୍ୟ ରହିଛନ୍ତି । ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇନି । ମନ୍ଦିର ପ୍ରଶାସନ ସର୍ବଦର୍ଶନ ବ୍ୟବସ୍ଥାକୁ ସାମୟିକ ବନ୍ଦ ରଖିଛି ।

ତିରୁପତିରେ ଦଳାଚକଟା: 4 ଶ୍ରଦ୍ଧାଳୁ ମୃତ, ଏକାଧିକ ଆହତ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରବାସୀ, ପୁରୀରେ ବ୍ୟାପକ ମନୋରଞ୍ଜନ କାର୍ଯ୍ୟକ୍ରମ - PRAVASI BHARATIYAS PURI VISIT

10ରୁ 12 ତାରିଖ ମଧ୍ୟରେ ହେବାକୁ ଥିବା କୌଣସି ବିଶେଷ ନୀତିକାନ୍ତି ପାଇଁ ଏହି ଟୋକନ୍‌ ପ୍ରଦାନ କରାଯାଉଥିଲା । ଆସନ୍ତାକାଲି ଭୋର ସମୟରୁ ଟୋକନ ଉପଲବ୍ଧ ହେବାକୁ ଥିବା ବେଳେ ଗତକାଲି ଠାରୁ ଏହି ଟୋକନ କେନ୍ଦ୍ରରେ ପ୍ରବଳ ଭିଡ ଲାଗି ରହିଛି । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ଟୋକନ ନେବାକୁ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ।

ତିରୁପତିରେ ଦଳାଚକଟା: 4 ଶ୍ରଦ୍ଧଳୁ ମୃତ, ଏକାଧିକ ଆହତ
ତିରୁପତିରେ ଦଳାଚକଟା: 4 ଶ୍ରଦ୍ଧଳୁ ମୃତ, ଏକାଧିକ ଆହତ (ETV Bharat Odisha)
  • ଦେଢ ଲକ୍ଷ ଟୋକନ ବିତରଣ ଲକ୍ଷ୍ୟ ରଖିଥିଲା ମନ୍ଦିର ପ୍ରଶାସନ

ତିରୁପତି ତିରୁମାଲା ଦେବସ୍ଥାନମ (ଟିଟିଡି) ତଥ୍ୟ ଅନୁସାରେ, ଦୈନିକ ପ୍ରାୟ 40 ହଜାର ଟୋକନ ଅନୁପାତରେ ଆସନ୍ତା 10ରୁ 12 ତାରିଖ ପାଇଁ ପ୍ରାୟ 1.2 ଲକ୍ଷ ଟୋକନ ପ୍ରଦାନ କରିବାକୁ ବ୍ୟବସ୍ଥା କରିଛି । ମାତ୍ର ଗତକାଲି ଠାରୁ କାଉଣ୍ଟର ସମ୍ମୁଖରେ ପ୍ରବଳ ଗହଳି ଲାଗିରହିଛି । ଆସନ୍ତାକାଲି ସକାଳୁ ଟିକେଟ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବା ନେଇ ଟିଟିଡି ଘୋଷଣା କରିବା ମାତ୍ରେ ଅଚାନକ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 13 hours ago
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.