ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଆସନ୍ତାମାସ (ଫେବୃଆରୀ) 5 ତାରିଖରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ 70 ଆସନରେ ଭୋଟିଂ ହେବ । 8 ତାରିଖରେ ମତଗଣନା ଓ ଜନାଦେଶ ପ୍ରକାଶ ପାଇବ । ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରେସମିଟରେ ଏହି ଘୋଷଣା କରିଛନ୍ତି । ନିର୍ବାଚନୀ ତଥ୍ୟ ଅନୁସାରେ, ଦିଲ୍ଲୀରେ ଏଥର ପ୍ରାୟ 2 ଲକ୍ଷ ନବାଗତ ଭୋଟର ସେମାନଙ୍କର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବେ ।
ଦିଲ୍ଲୀର ନିର୍ବାଚନୀ ଗଣିତ
- ଫେବୃଆରୀ 5 ରେ ସମସ୍ତ 70 ଟି ଆସନରେ ମତଦାନ
- ଫେବୃଆରୀ 8 ରେ ଭୋଟ୍ ଗଣତି ଏବଂ ଫଳାଫଳ ପ୍ରକାଶ
- ଦିଲ୍ଲୀରେ ସମୁଦାୟ 1 କୋଟି 55 ଲକ୍ଷ ଭୋଟର ଅଛନ୍ତି
- 71 ଲକ୍ଷ ମହିଳା ଭୋଟର
- ପୁରୁଷ ଭୋଟରଙ୍କ ସଂଖ୍ୟା 83 ଲକ୍ଷ
- 25.89 ପ୍ରତିଶତ ଯୁବକ ଭୋଟର
- 2 ଲକ୍ଷ ନବାଗତ ଭୋଟର
ଏଥର ଦିଲ୍ଲୀରେ ଭିନ୍ନ ନିର୍ବାଚନୀ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବାକୁ ଯାଉଛି । ମଦ ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ବେଲରେ ଆସିଛନ୍ତି । କେଜ୍ରିଓ୍ବାଲଙ୍କ ଇସ୍ତଫା ପରେ ଆତିସୀ ମାର୍ଲେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଏବେ ଦାୟିତ୍ବରେ ଅଛନ୍ତି । କେଜ୍ରିଓ୍ବାଲ ଇସ୍ତପା ଦେବା ସମ୍ପର୍କରେ ନିର୍ବାଚନ କଥା ଉଠାଇଥିଲେ । ପୁନର୍ବାର ତାଙ୍କୁ ଜନତା ଭୋଟ ଦେଇ ନିର୍ବାଚିତ କଲେ, ସେ ମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ କରିବେ ବୋଲି କେଜ୍ରିଓ୍ବାଲ କହିଥିଲେ । ସେପର୍ଯ୍ୟନ୍ତ ସେ ପଦ ଛାଡୁଛନ୍ତି ବୋଲି କହି କେଜ୍ରିଓ୍ବାଲ ଇସ୍ତଫା ପ୍ରଦାନ କରିଥିଲେ ।
Delhi to vote in a single phase on February 5; counting of votes on February 8#DelhiElections2025 pic.twitter.com/K5BTN3WjUO
— ANI (@ANI) January 7, 2025
ଏହା ମଧ୍ଯ ପଢନ୍ତୁ:- ଓଡ଼ିଶାରେ ନାହିଁ HMPV ଭୟ, ଜରୁରୀ ହେଲେ ବଢ଼ାଯିବ ଟେଷ୍ଟିଂ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ - HMPV VIRUS ଏହା ମଧ୍ୟ ପଢନ୍ତୁ-ଭାରତରେ HMPVର ଏଣ୍ଟ୍ରି, ଗୋଟିଏ ଦିନରେ 3 ପଜିଟିଭ ଚିହ୍ନଟ - HMPV CASES IN KARNATAKA |
ଆମ ଆଦମୀ ପାର୍ଟି ଏଥର କେଜ୍ରିଓ୍ବାଲଙ୍କ ନେତୃତ୍ବରେ ‘ଆପ’ ନିର୍ବାଚନ ଲଢୁଥିବା ବେଳେ ପୁଣି ଭାରତୀୟ ଜନତା ପାର୍ଟି କେଜ୍ରଓ୍ବାଲଙ୍କ ବିରୋଧରେ ପରବେଶ ବର୍ମାଙ୍କୁ ପ୍ରାର୍ଥୀ କରିଛି । ଏଥର ସିଧା ଫାଇଟ କେଜ୍ରିଓ୍ବାଲ ଓ ପରବେଶଙ୍କ ମଧ୍ୟରେ ହେବ । ତଥାପି ଆମ ଆଦମୀ ପାର୍ଟିର ପଲ୍ଲା ଭାରି ରହିଛି ବୋଲି ରାଜନୈତିକ ବିଷାରଦମାନେ ମତ ପ୍ରକାଶ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ