ସମ୍ବଲପୁର: ସହରର ମଣପୁରମ ଫାଇନାନ୍ସ ଲିମିଟେଡ଼ରୁ ଚୋରି ଘଟଣା । ଏହି ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ବିଷୟରେ ସୂଚନା ଦେଲେ ମିଳିବ 1 ଲକ୍ଷ ଟଙ୍କାର ପୁରସ୍କାର ରାଶି l ଏହା ସହ ସୂଚନା ଦେଇଥିବା ବ୍ୟକ୍ତିର ନାମ ମଧ୍ୟ ଗୋପନ ରଖାଯିବ l ଏମିତି ଘୋଷଣା କରିଛି ସମ୍ବଲପୁର ପୋଲିସ l
ଅଭିଯୁକ୍ତକୁ ଧରାଇଲେ ମିଳିବ ୧ ଲକ୍ଷ ଟଙ୍କା
ଏନେଇ ସମ୍ବଲପୁର ଅତିରିକ୍ତ ଏସପି, "ପୋଲିସ ମିଡ଼ିଆ" ହ୍ଵାଟସଆପ ଗ୍ରୁପରେ ଅଭିଯୁକ୍ତର ଫଟୋ ଜାରି କରି ଏହି ପୁରସ୍କାର ରାଶି ଘୋଷଣା କରିଛି l ସମ୍ବଲପୁର ସହର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢ଼ାରଜା ସ୍ଥିତ ମଣପୁରମ୍ ଫାଇନାନ୍ସ ଲିମିଟେଡ୍ର ସଶସ୍ତ୍ର ଡକାୟତି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ । ତେବେ ପୋଲିସର ତଦନ୍ତ ଏବେ ବି ଜାରି ରହିଛି l ଜଣେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିବା ସୂଚନା ରହିଛି । ଏହି ଅଭିଯୁକ୍ତକୁ ଧରିବା ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶିର ଘୋଷଣା କରାଯାଇଥିବା ଜିଲ୍ଲା ଗୁଇନ୍ଦା ବ୍ୟୁରୋ ଅତିରିକ୍ତ ଏସପି ଶେଖର ବେଉରା ସୂଚନା ଦେଇଛନ୍ତି ।
ପୋଲିସ ପକ୍ଷରୁ ଅଭିଯୁକ୍ତର ଫଟୋ ଜାରି
ଏନେଇ 8926987695 କିମ୍ବା 8926987693 ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ପୁଲିସ ପକ୍ଷରୁ କହାଯାଇଛି । ତେବେ, ଅଭିଯୁକ୍ତ ଜଣକ କିଏ ଏବଂ ତାଙ୍କ ନାମ କିମ୍ବା ଠିକଣା ସମ୍ପର୍କରେ ପୋଲିସ ବର୍ତ୍ତମାନ ଜଣାଇନଥିବା ବେଳେ ତାର ଏକ ଫଟୋ ଜାରି କରିଛି । ସେ ବିହାର ରାଜ୍ୟର ହୋଇଥିବା ଅନୁମାନ କରାଯାଉଛି । ତାର ନାମ ମଧ୍ୟ ଭିନ୍ନ ଭିନ୍ନ ଥିବା ଜଣାପଡିଛି । ଡକାୟତି ଘଟଣା ପରେ ସେ ରାଜ୍ୟ ବାହାରକୁ ନଯାଇ ସମ୍ବଲପୁର, ଝାରସୁଗୁଡ଼ା କିମ୍ବା ସୀମାବର୍ତ୍ତୀ ଅଞ୍ଚଳରେ ଘୂରି ବୁଲୁଥିବା ପୁଲିସ ତଦନ୍ତରୁ ଜଣା ପଡିଛି ।
ଏହାମଧ୍ୟ ପଢନ୍ତୁ... ଫାଇନାନ୍ସ କମ୍ପାନୀରେ ସଶସ୍ତ୍ର ଡକାୟତି, 29 କେଜି ସୁନା ଲୁଟ୍ BJP ନେତାଙ୍କୁ ଟ୍ରକ ଚଢାଇ ହତ୍ୟା ମାମଲା, 3 ଦିନିଆ ରିମାଣ୍ଡରେ ଅଭିଯୁକ୍ତ ଡ୍ରାଇଭର |
ମଣପୁରମ ଫାଇନାନ୍ସରୁ ଡକାୟତି ଘଟଣା
ଗତ 3 ତାରିଖ ଦିନ ପ୍ରାୟ 10 ଟା ସମୟରେ ମଣପୁରମ୍ ଫାଇନାନ୍ସରୁ 6 ଜଣ ସଶସ୍ତ୍ର ଡକାୟତି କରିଥିଲେ । ଡକାୟତମାନେ ବନ୍ଧୁକ ଦେଖାଇ ପ୍ରାୟ 29 କେଜି ଓଜନର ସୁନା ଓ ନଗଦ 4 ଲକ୍ଷ 81 ହଜାର ଟଙ୍କା ଲୁଟି ନେଇଥିଲେ ।
ଇଟିଭି ଭାରତ, ସମ୍ବଲପୁର