ହାଇଦ୍ରାବାଦ:ପ୍ରତିରକ୍ଷା କ୍ଷେତ୍ରରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବାକୁ ପ୍ରୟାସ କରୁଥିବା ଭାରତକୁ ଖୁବ ଶୀଘ୍ର ଏକ ଉପଲବ୍ଧି ମିଳିବ । ବର୍ତ୍ତମାନ ସୁଦ୍ଧା ମିସାଇଲ କିଣୁଥିବା ଭାରତ ବର୍ତ୍ତମାନ ଏହାକୁ ବିକ୍ରୟ କରିବ। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ(DRDO) ଆସନ୍ତା ମାର୍ଚ୍ଚ ସୁଦ୍ଧା ରପ୍ତାନୀ କରିବ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ । ଏନେଇ ସୂଚନା ଦେଇଛନ୍ତି DRDO ମୁଖ୍ୟ ସମୀର ଭି. କାମାତ । ଏହାସହ ଭାରତକୁ ସେନାକୁ ମିଳିଥିବା ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଆର୍ଟିଲାରୀ ଗନ (ATAGS) ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ।
ସମୀରଙ୍କ କହିବା ଅନୁସାରେ, DRDO ଆସନ୍ତା 10 ଦିନ ମଧ୍ୟରେ ଏହି କ୍ଷେପଣାସ୍ତ୍ରର ଗ୍ରାଉଣ୍ଡ ସିଷ୍ଟମ ଆରମ୍ଭ କରିବ। 307 ATAGS ବନ୍ଧୁକ ରପ୍ତାନୀ କରାଯିବ । ଏହାକୁ DRDO ବିକଶିତ କରିଛି ଏବଂ ଭରତ ଫୋର୍ଜ, ଟାଟା ଆଡଭାନ୍ସ ସିଷ୍ଟମ ସହିତ ଘରୋଇ କ୍ଷେତ୍ର ଶିଳ୍ପ ମାଧ୍ୟମରେ ଉତ୍ପାଦିତ କରାଯାଇଛି । 307 ATAGS ବନ୍ଧୁକ ପାଇଁ ଅର୍ଡର ଚଳିତ ଆର୍ଥିକ ବର୍ଷ ଅର୍ଥାତ ମାର୍ଚ୍ଚ 31ସୁଦ୍ଧା ମିଳିବା ନେଇ ଆଶା କରାଯାଉଛି । ଭାରତୀୟ ସେନା ATAGS ବନ୍ଧୁକ ଦ୍ବାରା ଆହୁରି ଶକ୍ତିଶାଳୀ ହେବ ।
ବ୍ରହ୍ମୋସ କ୍ଷେପଣାସ୍ତ୍ର ବିଷୟରେ DRDO ଅଧ୍ୟକ୍ଷ ଡକ୍ଟର ସମୀର ଭି. କମାତ କହିଛନ୍ତି, ଆସନ୍ତା 10 ଦିନ ମଧ୍ୟରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ ପାଇଁ ଭାରତ ଗ୍ରାଉଣ୍ଡ ସିଷ୍ଟମ ରପ୍ତାନି ଆରମ୍ଭ କରିବ। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା କ୍ରୁଜ୍ ମିସାଇଲ ରପ୍ତାନୀ କରିବା ନେଇ ଆଶା କରାଯାଉଛି । ଏହି ଘୋଷଣା ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶେଷ କରି ସୁପରସୋନିକ୍ କ୍ରୁଜ୍ ମିଶାଇଲ କ୍ଷେତ୍ରରେ ଭାରତର ଅଗ୍ରଗତି ଦର୍ଶାଉଛି । ବ୍ରହ୍ମୋସ ମିସାଇଲ ରପ୍ତାନି ବିଷୟରେ ଅନେକ ଦେଶ ସହ ଆଲୋଚନା ମଧ୍ୟ ଜାରି ରହିଛି ।"