ETV Bharat / state

'ବିଶ୍ବ ଜାଣିବ ମିଲେଟ ଗୁରୁତ୍ବ, ଔଷଧୀୟ ଗୁଣରୁ ପ୍ରାକୃତିକ ଚିକିତ୍ସା' - MILLET SEMINAR

ମିଲେଟ ପ୍ରୋତ୍ସାହିତ ପାଇଁ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ “ଶ୍ରୀ ଅନ୍ନ: ଭବିଷ୍ୟ ପୃଥିବୀର ପୋଷକ ଖାଦ୍ୟ” ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ।

INTERNATIONAL CONFERENCE ON MILLET
INTERNATIONAL CONFERENCE ON MILLET (ETV BHARAT ODISHA)
author img

By ETV Bharat Odisha Team

Published : Jan 11, 2025, 2:30 PM IST

କୋରାପୁଟ: କୋରାପୁଟର କଫି ପରି ଏବେ ସାରା ବିଶ୍ବ ଜାଣିବ କୋରାପୁଟ ମିଲେଟର ଗୁରୁତ୍ବ । କୋରାପୁଟ କେମିତି ମିଲେଟ ହବ ହେବ ଓ ଏହାର ଗୁରୁତ୍ବକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ “ଶ୍ରୀ ଅନ୍ନ: ଭବିଷ୍ୟ ପୃଥିବୀର ପୋଷକ ଖାଦ୍ୟ” ଶୀର୍ଷକ ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ସୁନାବେଡ଼ା କ୍ୟାମ୍ପସରେ ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗ ପକ୍ଷରୁ ଏହା ଆୟୋଜିତ ହୋଇୟାଇଛି । ଏହାର ଉଦ୍ଦେଶ୍ୟ ମୁଖ୍ୟ ଓ ପୁଷ୍ଟିକର ଖାଦ୍ୟ ଭାବରେ ମିଲେଟର ଗୁରୁତ୍ୱକୁ ପ୍ରୋତ୍ସାହିତ କରିବା ।

ମିଲେଟ ଅଭିବୃଦ୍ଧି ଓ ବିକାଶ ଉପରେ ଧ୍ୟାନ ଦେବା ସମୟ ଆସିଛି:

ସମ୍ମିଳନୀକୁ ଉଦଘାଟନ କରି କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଶ୍ରୀ ଅନ୍ନକୁ ଭାରତର ମୁଖ୍ୟ ଖାଦ୍ୟ ଭାବେ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ, "ଉନବିଂଶ ଶତାବ୍ଦୀରେ ଏବଂ ଏହା ପୂର୍ବରୁ ଶ୍ରୀ ଅନ୍ନ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଥିଲା । କିନ୍ତୁ ପାଶ୍ଚାତ୍ୟ ପ୍ରଭାବ ଯୋଗୁଁ ଆମେ ଅନ୍ୟ ଚାଷକୁ ଅନୁସରଣ କରିଥିଲୁ ଏବଂ ଶ୍ରୀ ଅନ୍ନ ଚାଷ ଉପେକ୍ଷିତ ହୋଇଯାଇଥିଲା । ଶ୍ରୀ ଅନ୍ନ ବ୍ୟବହାରକୁ ପୁନରୁଦ୍ଧାର କରିବାର ସମୟ ଆସିଛି ଏବଂ ପ୍ରତ୍ୟେକ ଭାରତୀୟ ଏହାର ବ୍ୟବହାର ଏବଂ ଏହାର ଉପକାରିତା ବିଷୟରେ ବାର୍ତ୍ତା ପହଞ୍ଚାଇବା ଉଚିତ । " ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ଯୋଗୁଁ ଆମେ ମୁଖ୍ୟ ଖାଦ୍ୟ ଭାବରେ ଶ୍ରୀ ଅନ୍ନର ଗୁରୁତ୍ୱକୁ ଅଣଦେଖା କରିଥିଲୁ । ଏବେ ଏହାର ଅଭିବୃଦ୍ଧି ଓ ବିକାଶ ଉପରେ ଧ୍ୟାନ ଦେବାର ସମୟ ଆସିଛି । ଶ୍ରୀ ଅନ୍ନ ଏକ ଶସ୍ୟ ନୁହେଁ, ବରଂ ଏକ ସୁପର ଶସ୍ୟ ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ଶ୍ରୀ ଆନ୍ନ' ନାମରେ ନାମିତ କରିଥିଲେ । ଆମେ କେବଳ ଶ୍ରୀ ଅନ୍ନ ଚାଷରେ ଉନ୍ନତି ଆଣିବା ଉଚିତ ନୁହେଁ ବରଂ ସକାରାତ୍ମକ ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା ଉଚିତ ବୋଲି ସେ ଅନୁରୋଧ କରିଥିଲେ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ

INTERNATIONAL CONFERENCE ON MILLET (ETV BHARAT ODISHA)

ମିଲେଟ ଦ୍ବାରା ରୋଗ ମୁକ୍ତ ହେବ ପୃଥିବୀ:

ଓଡିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଥିଲେ, '' ମିଲେଟ ଷ୍ଟଡିରେ କିଛି ନୂଆ ଡାଇମେନସନ ଆମେ ବାହାର କରିବା । ମିଲେଟ ଦ୍ବାରା ଆମେ କେମିତି ପୃଥିବୀକୁ ରୋଗ ମୁକ୍ତ କରିବା । ମିଲେଟର କଣ କଣ ଗୁଣ ରହିଛି ତାହା ଅତିତ ଭାରତ ଜାଣିଛି ବର୍ତ୍ତମାନ ଭାରତ ଜାଣିନି । ତେଣୁ ପ୍ରାଚୀନ ସାହିତ୍ୟରେ ମିଲେଟକୁ ନେଇ କଣ ରହିଛି ତାକୁ ରିସର୍ଚ୍ଚ କରିବା । ପାଖା ପାଖି 70 ପ୍ରକାର ମିଲେଟ ଅଛି, ପ୍ରତି ମିଲେଟର କିଛି ଔଷଧୀୟ ଗୁଣ ରହିଛି । ତାକୁ ରିସର୍ଚ୍ଚ କରି ଜାଣିବା ପରେ ଆମେ ମିଲେଟ, ଦେଶୀ କ୍ଷୀର, ଦେଶୀ ଘିଅକୁ ମିଶାଇ ଓ ଦହିକୁ ମିଶାଇ ପ୍ରାକୃତିକ ଚିକିତ୍ସାରେ ଆମେ ପୃଥିବୀର ବହୁ ଉପକାରିତା କରିପାରିବା । ''

ଏହା ମଧ୍ୟ ପଢ଼ନ୍ତୁ-

ମାଣ୍ଡିଆ ରାଣୀରୁ ଡକ୍ଟର ରାଇମତି ଘେଉରିଆ, କାହିଁକି ଚର୍ଚ୍ଚାରେ କୋରାପୁଟ ଝିଅ - RAIMATI GHEURAI DOCTORATE DEGREE

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିହନ ସଂରକ୍ଷଣ, ଖାଦ୍ୟ ନିରାପତ୍ତା ପାଇଁ ପ୍ରୟାସ - TRADITIONAL SEEDS CONSERVATION

କୋଭିଡ ପରେ ଜୀବିକାର ରାହା ଦେଖାଇଛି ମାଣ୍ଡିଆ - MILLET CULTIVATION

'କୋରାପୁଟରୁ ଅଧିକ ପ୍ରକାର ମିଲେଟ ମିଳୁଛି':

ଜୈବ ବିବିଧତା ବିଭାଗ ଡିନ୍‌ ପ୍ରଫେସର ଶରତ କୁମାର ପାଲିତା କହିଛନ୍ତି, ''ମିଲେଟରେ କୋରାପୁଟ ଓ ଓଡ଼ିଶାରେ ସହଭାଗିତା ଏଥି ସହ ମିଲେଟକୁ ନେଇ ଯେଉଁ ସଚେତନତା ହୋଇଛି ତାକୁ କେମିତି ଅଧିକ ଗୁରୁତ୍ବ ଦେଇ ହେବ କେମିତି ରିସର୍ଚ୍ଚ କରିହେବ । ସାଧାରଣ ମଣିଷ ପାଖକୁ ଏହାକୁ କିପରି ନେଇହେବ ଏବଂ ଏହାକୁ କିପରି ସାଧାରଣ ଲୋକଙ୍କ ଠାରୁ ଆଣି କିପରି ମାର୍କେଟିଂ କରିହେବ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଯିବ ତାହା ଉପରେ ଗୁରୁତ୍ବ ଦିଆୟାଉଛି । କୋରାପୁଟର ବହୁତ ପ୍ରଡକ୍ଟ ଆମେରିକା ଯାଉଛି । ପଣସ ମଞ୍ଜିର ଅଟା ବାହାରକୁ ଯାଉଛି । କିନ୍ତୁ ଏସବୁକୁ ସମସ୍ତେ ଜାଣି ପାରୁନାହାନ୍ତି । ଏହାକୁ ନେଇ ସଚେତନ କରିବା କଥା । ଏହା ହେବା ଦ୍ବାରା ସାଧାରଣ ଲୋକ, ସାଇଣ୍ଟିଫିକ କମ୍ୟୁନିଟି ଓ ରାଜନେତାଙ୍କ ପାଖରେ ମଧ୍ୟ ପହଞ୍ଚିବ । ଭାରତୀୟମାନେ ମିଲେଟକୁ ଡାଏଟରେ ସାମିଲ କରିବା କଥା । କୋରାପୁଟରେ ଯେଉଁ ଡାଇଭରସିଟି ଅଛି ତାହା ଅନ୍ୟ ରାଜ୍ୟରେ ନାହିଁ । କୋରାପୁଟରୁ ଅଧିକ ପ୍ରକାରର ମିଲେଟ ମିଳୁଛି । କୃଷକଙ୍କ ଅର୍ଥନୀତିକୁ ବିକାଶ କଲେ କୋରାପୁଟ କେମିତି ମିଲେଟ ହବ ହେବ ସେଇଟା ହେଉଛି ସମ୍ମିଳନୀର ଉଦ୍ଦେଶ୍ୟ । ''

ଅନ୍ତର୍ଜାତୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର)ର ପୂର୍ବତନ ଡିଜି ଡ. ତ୍ରିଲୋଚନ ମହାପାତ୍ର, ମୁଖ୍ୟବକ୍ତା ଭାବେ ଅନ୍ତର୍ଜାତୀୟ ଫସଲ ଗବେଷଣା ପ୍ରତିଷ୍ଠାନ ଫର୍ ଦି ସେମି-ଏରିଡ୍ ଟ୍ରପିକ୍ସ, ଭାରତର ଜିନ୍ବ୍ୟାଙ୍କର ମୁଖ୍ୟ ଡ. କୁଲଦୀପ ସିଂହ ଉପସ୍ଥିତ ଥିଲେ। ଶ୍ରୀଲଙ୍କାର ୱାୟାମ୍ବା ବିଶ୍ୱବିଦ୍ୟାଳୟର ଡ. କେ ମୁଦିଥ ମେୱାନ, ଜର୍ଜିଆ ବିଶ୍ୱବିଦ୍ୟାଳୟ (ଯୁକ୍ତରାଷ୍ଟ୍ର ଆମେରିକା)ର ଡ. ଅଜୟ ବିଶ୍ୱାଳ, ଭର୍ଜିନିଆ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ମେଡିସିନ୍ ଡ. ରଣଜିତ କେ ସାହୁଙ୍କ ସମେତ ଅନ୍ୟାନ୍ୟ ଦେଶ ତଥା ଭାରତର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ତ୍ରିଲୋଚନ ମହାପାତ୍ର କହିଥିଲେ ଯେ, " ମିଲେଟର କେନ୍ଦ୍ରୀୟ ଟିମ୍‌ ସଦସ୍ୟ ଭାବେ ସେ ଭବିଷ୍ୟତର ଖାଦ୍ୟ ପାଇଁ ଶ୍ରୀ ଅନ୍ନର ଲୋକପ୍ରିୟତା ଉପରେ କାର୍ଯ୍ୟ କରୁଛନ୍ତି । ୨୦୨୩ ମସିହାକୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ଘୋଷଣା କରାଯିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରୀ ଅନ୍ନ ଉତ୍ପାଦନକୁ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଭାବେ ପୁନରୁଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି । ମିଲେଟର ଜଳବାୟୁ ସହନଶୀଳ ଏବଂ ଏହାର ପୁଷ୍ଟିକର ମୂଲ୍ୟ ବହୁତ ଅଧିକ । " ତେଣୁ ଖାଦ୍ୟରେ ବିଭିନ୍ନ ପ୍ରକାର ଶ୍ରୀ ଅନ୍ନର ବ୍ୟବହାର ପ୍ରତି ଆମର ମାନସିକତା ବଦଳିବାର ସମୟ ଆସିଛି ବୋଲି ସେ କହିଛନ୍ତି ।

ଭାରତର ଜିନ୍ବ୍ୟାଙ୍କର ମୁଖ୍ୟ ଡ. କୁଲଦୀପ ସିଂହ କହିଥିଲେ ଯେ, "କେବଳ ଅଧିକ ଶ୍ରୀ ଅନ୍ନ ଉତ୍ପାଦନ କଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ । ବରଂ ଖାଦ୍ୟ ଅଭ୍ୟାସ, ରୋଷେଇ ଅଭ୍ୟାସରେ ପରିବର୍ତ୍ତନ ଆଣିବା ଏବଂ ଶ୍ରୀ ଅନ୍ନ ରୋଷେଇ ଓ ଖାଇବାର ନୂତନ ରୂପ ନିଶ୍ଚିତ ହେବା ଉଚିତ।" ଖାଦ୍ୟ ବ୍ୟବସ୍ଥାର ବିବିଧତା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.