ETV Bharat / state

କେନ୍ଦ୍ରାପଡାରେ ଧାନ କିଣା, ମୃତ ଚାଷୀ ପରିବାରକୁ କ୍ଷତିପୂରଣ ଦାବି - PADDY PROCUREMENT

କେନ୍ଦ୍ରାପଡ଼ା ଜିଲ୍ଲାରେ ଖୋଲିଲା ଧାନମଣ୍ଡି । ୯୦ ଦିନ ପର୍ଯ୍ୟନ୍ତ ୧୨୩ ପ୍ୟାକ୍ସରେ ଚାଲିବ ଧାନ କିଣା ।

KENDARAPARA PADDY PROCUREMENT
KENDARAPARA PADDY PROCUREMENT (ETV Bharat Odisha)
author img

By ETV Bharat Odisha Team

Published : Jan 11, 2025, 1:11 PM IST

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାରେ ଖୋଲିଛି ଧାନ ମଣ୍ଡି । ଜିଲ୍ଲାରେ ଆଗାମୀ ତିନିମାସ ପର୍ଯ୍ୟନ୍ତ ୧୨୩ଟି ପ୍ୟାକ୍ସରେ ଏହି ଧାନ ସଂଗ୍ରହ ଚାଲୁ ରହିବ । କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ଧାନମଣ୍ଡିରେ କ୍ବାଲିଟି ଆନାଲାଇଜର, ୱେଟ ମେସିନ ଇତ୍ୟାଦି ପୂଜା କରାଯାଇଥିଲା । ଚଳିତ ବର୍ଷ ଧାନ କିଣା କିପରି ସୁରୁଖୁରୁରେ ସମାପ୍ତ ହେବ, ସେନେଇ ଜିଲ୍ଲାପାଳ ସମସ୍ତଙ୍କ ସହାୟତା ଲୋଡ଼ିଛନ୍ତି ।

ଖୁସି ବ୍ୟକ୍ତ କଲେ ଚାଷୀ:

ନିୟନ୍ତ୍ରିତ ବଜାର କମିଟିରେ ପ୍ରଥମ ଧାନ ଦେଇଥିବା ଜଣ୍ଟିଲୋ ଗ୍ରାମର ଚାଷୀ ଅକ୍ଷୟ ବାରିକ କହିଛନ୍ତି," ଧାନମଣ୍ଡି ଉଦଘାଟନରେ ପ୍ରତିବର୍ଷ ଭଳି ଆମେ ଧାନ ଦେଲୁ । ଚଳିତ ବର୍ଷ ୮୦୦ ଟଙ୍କା ବୋନସ ପାଇବା ପାଇଁ ଆମେ ଖୁସି ମଧ୍ୟ ଅଛୁ । ସରକାର ପ୍ରତିବର୍ଷ ଶହେ ଦେଢ଼ ଶହ ଟଙ୍କା ବଢ଼ାଉଥିଲେ । ଏବର୍ଷ ୨୩୦୦ ଟଙ୍କା ଥିଲା ଆଉ ରାଜ୍ୟ ସରକାର ୮୦୦ଟଙ୍କା ବୋନସ ଦେବା ପାଇଁ କହିଛନ୍ତି ।"

KENDARAPARA PADDY PROCUREMENT (ETV Bharat Odisha)

ସବସିଡି ପାଇଁ ଉତ୍ସାହିତ ଅଛନ୍ତି ଚାଷୀ:

ଶ୍ରମିକ ସଂଘ ସଭାପତି ପି. ଶରତ ଚନ୍ଦ୍ର ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି," ଚଳିତବର୍ଷ ମୁଖ୍ୟମନ୍ତ୍ରୀ ଧାନର ମୂଲ୍ୟ ୨୩ ଶହ ଟଙ୍କା ଧାର୍ଯ୍ୟ କରିବା ସହ ୮୦୦ ଟଙ୍କା ସବସିଡି ଘୋଷଣା କରିଥିବାରୁ ଚାଷୀମାନେ ଉତ୍ସାହିତ ଅଛନ୍ତି । ହେଲେ ଲଘୁଚାପ ଜନିତ ବର୍ଷା ହେଲା । ସେଥିରେ ଚାଷୀ ବହୁତ କ୍ଷତି ସହିଛି । ଧାନର ରଙ୍ଗ ବେରଙ୍ଗ ହୋଇଛି । ଏହାକୁ ଯଦି ପ୍ରଶାସନ ଧରି ବସିବ, ତେବେ ଚାଷୀର କ୍ଷତି ବଢ଼ିଯିବ । ଆଗରୁ ବହୁଥର କଟନୀ ଛାଟନୀ ସମ୍ପର୍କରେ ଆମେ ଅଭିଯୋଗ କରିଛୁ । ପୂର୍ବରୁ ଏହା ଦୁଇ କିଲୋ ରଖା ଯାଇଥିଲା । ଯାହାକୁ ଏଥର ସାତ କିଲୋ କରି ଦିଆଯାଇଛି । ଯେଉଁଥିପାଇଁ ଏଥର ଚାଷୀ ଚିନ୍ତାରେ । କଟନୀ ଛାଟନୀ ବନ୍ଦ ହେବା ଦରକାର । "

KENDARAPARA PADDY PROCUREMENT
KENDARAPARA PADDY PROCUREMENT (ETV Bharat Odisha)

ମୃତ ଚାଷୀ ପରିବାରକୁ କ୍ଷତିପୂରଣ ଦାବି:

ସେ ଆହୁରି ମଧ୍ୟ କହିଛନ୍ତି,"ଲଘୁଚାପ ଜନିତ ବର୍ଷାରେ ଧାନ ଫସଲ ନଷ୍ଟ ହେବା କାରଣରୁ ଧାର କରଜ କରି ଚାଷ କରିଥିବା ତିନିଜଣ ଚାଷୀ ମ୍ରିୟମାଣ ହୋଇ ଜୀବନ ହାରିଛନ୍ତି । ଯାହା ଅତ୍ୟନ୍ତ ଦୁଃଖଦ ଘଟଣା । ସରକାର ଏହା ଉପରେ ପଦକ୍ଷେପ ନେଇ ଚାଷୀ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବା ଦରକାର । ନଚେତ ଆଗାମୀ ଦିନରେ ଆନ୍ଦୋଳନ ହେବ ।"

ଏହା ମଧ୍ୟ ପଢନ୍ତୁ...ଝାରସୁଗୁଡ଼ାରେ ଆରମ୍ଭ ହେଲା ଧାନ କିଣା ପ୍ରକ୍ରିୟା, ଅସନ୍ତୁଷ୍ଟ ଚାଷୀ - PADDY PROCUREMENT

ଏହା ମଧ୍ୟ ପଢନ୍ତୁ...କଳାହାଣ୍ଡିରେ ଆରମ୍ଭ ହେଲା ଧାନ ମଣ୍ଡି - PADDY PROCUREMENT

ଏହା ମଧ୍ୟ ପଢନ୍ତୁ...ଧାନମଣ୍ଡି ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ଟୋଲ୍ ଫ୍ରି ନମ୍ବର ଜାରି - PADDY PROCUREMENT

ସରକାରୀ ନିୟମରେ ଧାନ କିଣା: ଜିଲ୍ଲାପାଳ

ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ କହିଛନ୍ତି," କେନ୍ଦ୍ରାପଡ଼ା ଜିଲ୍ଲାରେ ଧନମଣ୍ଡି ଖୋଲିଛି । ଆସନ୍ତା ୯୦ ଦିନ ଯାଏଁ ଧାନ କିଣା ଚାଲିବ । ସରକାର ଯେଉଁ ନିୟମ କରିଛନ୍ତି । ସେହି ଅନୁସାରେ ଆମେ ଧାନ କିଣିବୁ ।୧୨୩ଟି ସ୍ଥାନରେ ଏଥର ଧାନ କିଣା ହେବ ।ଚଳିତବର୍ଷ ଧାନ କିଣା ସୁରୁଖୁରୁରେ ସମାପ୍ତ ହେବା ପାଇଁ ଆପଣମାନଙ୍କ ସହଯୋଗ ନିହାତି ଆବଶ୍ୟକ । ଲଘୁଚାପ ଜନିତ ବର୍ଷା ଯୋଗୁଁ ଏଥର ଧାନର ମାନ ଟିକିଏ ଖରାପ ହୋଇଛି । ତେଣୁ ତାହାକୁ ମଧ୍ୟ ଆମେ ଦୃଷ୍ଟିରେ ରଖିଛୁ ।"

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.