ହାଇଦ୍ରାବାଦ/ନବରଙ୍ଗପୁର: ଓଡ଼ିଶା ବସ୍ ତେଲେଙ୍ଗାନାରେ ଦୁର୍ଘଟଣାଗ୍ରସ୍ତ । ସିନାପାଲିରୁ ହାଇଦ୍ରାବାଦ ଯାଉଥିବା ଗୁପ୍ତା ନାମକ ଏକ ଘରୋଇ ବସ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ । ସମସ୍ତ ମୃତକ ଓଡିଶାର । ସେଥିମଧ୍ୟରୁ ବସ ଡ୍ରାଇଭର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବାରଲା ପଞ୍ଚାୟତ ଲୋହରାକାନି ଗାଁର ୩୭ ବର୍ଷୀୟ ସୁନୀଲ ଗରଡ଼ା ଓ ଅନ୍ୟଜଣେ ହେଲେ ଖାତିଗୁଡା ଥାନା ଇନ୍ଦ୍ରାବତୀ କଲୋନୀ ଖୁଣ୍ଟିଗୁଡା ରବୀନ୍ଦ୍ର ହରିଜନଙ୍କ ପୁଅ ପ୍ରତ୍ୟୁଷ ପ୍ରଭାତ ହରିଜନ ବୋଲି ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶର ସୂରିୟାପେଟ୍-ଖମମ ରାଜପଥ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାା ।
ବସ ଦୁର୍ଘଟଣାରେ ୫ ଓଡ଼ିଆ ଶ୍ରମିକ ମୃତ:
ସୂଚନା ଅନୁସାରେ ଗୁପ୍ତା ନାମକ ଏକ ଘରୋଇ ବସ ସିନାପାଲିରୁ ହାଇଦ୍ରାବାଦ ଯାଉଥିଲା । ଆନ୍ଧ୍ରପ୍ରଦେଶର ସୂରିୟାପେଟ୍-ଖମମ ରାଜପଥ ନିକଟ ଚିଭେନଲା ମଣ୍ଡଳର ଅଇଲାପୁରରେ ବସ୍ ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଘରୋଇ ଯାତ୍ରୀବାହୀ ବସ ସହ ଏକ ଟ୍ରକ ଧକ୍କା ହେବାରୁ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ମର୍ମନ୍ତୁଦ ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୫ ଜଣଙ୍କ ଜୀବନ ଦୀପ ଲିଭି ଯାଇଛି । ମୃତକଙ୍କ ମଧ୍ୟରେ ୨ ମହିଳା ଏବଂ ୩ ଜଣ ପୁରୁଷ ରହିଥିବା ଜଣାପଡ଼ିଛି ।
ତେବେ ବସ ଡ୍ରାଇଭର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବାରଲା ପଞ୍ଚାୟତ ଲୋହରାକାନି ଗାଁର ୩୭ ବର୍ଷୀୟ ସୁନୀଲ ଗରଡ଼ା ବୋଲି ଜଣାପଡ଼ିଛି । ଅନ୍ୟଜଣେ ମୃତକ ହେଲେ ଖାତିଗୁଡା ଥାନା ଇନ୍ଦ୍ରାବତୀ କଲୋନୀ ଖୁଣ୍ଟିଗୁଡା ରବୀନ୍ଦ୍ର ହରିଜନଙ୍କ ପୁଅ ପ୍ରତ୍ୟୁଷ ପ୍ରଭାତ ହରିଜନ । ମୃତକ ଡ୍ରାଇଭର ସୁନୀଲଙ୍କ ୩ଟି ପୁଅ ଏବଂ ଗୋଟିଏ ଝିଅ ରହିଥିବା ବେଳେ ପରିବାରରେ ସେ ହିଁ ଏକ ମାତ୍ର ରୋଜଗରକ୍ଷମ ବ୍ୟକ୍ତି ଥିଲେ । ତେଣୁ ସୁନୀଲଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେଲେ ପରିବାର ଉପକୃତ ହୋଇଥାନ୍ତେ ବୋଲି ସୁନୀଲଙ୍କ ପରିବାର ଲୋକ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସାକ୍ଷାତ କରି ସହାୟତା ପାଇଁ ନିବେଦନ କରିଛନ୍ତି । ସେପଟେ ନବରଙ୍ଗପୁର ଜିଲ୍ଲାର ୨ ମୃତକଙ୍କ ମୃତଦେହ ଆସିବା ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ।
![BUS ACCIDENT](https://etvbharatimages.akamaized.net/etvbharat/prod-images/10-01-2025/screenshot-2025-01-10-120753_1001newsroom_1736491168_520.png)
ସରକାରୀ ସହାୟତା ପାଇଁ ନିବେଦନ:
ଏନେଇ ମୃତ ଡ୍ରାଇଭର ସୁନୀଲ ଗରଡ଼ାଙ୍କ ଭାଇ ବିଭୂତି ଗରଡ଼ା କହିଛନ୍ତି, "ମୋ ଭାଇ ସିନାପାଲିରୁ ହାଇଦ୍ରାବାଦ ଗାଡ଼ି ଚଲାଉଥିଲେ । ଗାଡ଼ି ଦୁର୍ଘଟଣା ହୋଇଥିବା ନେଇ ରାତି 4ଟାରେ ଖବର ପାଇଲୁ । ତାଙ୍କୁ ଆଣିବା ପାଇଁ ଆମ ପରିବାର ଲୋକ ଯାଇଛନ୍ତି । ସୁନୀଲଙ୍କ 3ଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି । ପିଲାମାନେ ଅନାଥ ହୋଇଗଲେ । ସେମାନଙ୍କୁ କିଛି ସରକାରୀ ସହାୟତା ଦେବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଆସି ଜଣାଇଛୁ ।"
ଲେବର କାର୍ଡ ଥିଲେ ମିଳିବ ସହାୟତା:
ସେପଟେ ନବରଙ୍ଗପୁର ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାଇ ଟୁଡୁ କହିଛନ୍ତି, "ଆନ୍ଧ୍ରରେ ହୋଇଥିବା ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ମୃତକଙ୍କ ମଧ୍ୟରେ 2 ଜଣ ନବରଙ୍ଗପୁର ଜିଲ୍ଲାର ରହିଛନ୍ତି । ଜଣେ ପାପଡାହାଣ୍ଡି ବ୍ଲକ ତୁମ୍ବାରଲା ପଞ୍ଚାୟତ ଲୋହରାକାନି ଗାଁର ସୁନୀଲ ଗରଡ଼ା ଓ ଅନ୍ୟଜଣେ ହେଲେ ଖାତିଗୁଡା ଥାନା ଇନ୍ଦ୍ରାବତୀ କଲୋନୀ ଖୁଣ୍ଟିଗୁଡା ରବୀନ୍ଦ୍ର ହରିଜନଙ୍କ ପୁଅ ପ୍ରତ୍ୟୁଷ ପ୍ରଭାତ ହରିଜନ ବୋଲି ଆମକୁ ସୂଚନା ମିଳିଛି । ମୃତଦେକୁ ସେପଟୁ ଆମ୍ବୁଲାନ୍ସ ଯୋଗେ ପଠାଇଲେ ଆମେ ଏଠାରେ ରିସିଭ କରି ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବୁ । ଯଦି ମୃତକଙ୍କର ଲେବର କାର୍ଡ ଥିବ ତେବେ ସେମାନେ ଆମ ତରଫରୁ ସହୟତା ପାଇବେ ।"
ଏହା ବି ପଢନ୍ତୁ...୧୫ ଫୁଟ ତଳକୁ ଖସିଲା ବସ୍, ଅଧାରେ ଅଟକିଲା କାଳୀଜାଇ ଦର୍ଶନ
ଏହା ମଧ୍ୟ ପଢନ୍ତୁ...ଦୁଇ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ, ଆସିଲା ଚାଞ୍ଚଲ୍ୟକର ତଥ୍ୟ - BJP WORKER DEATH
ଏହା ମଧ୍ୟ ପଢନ୍ତୁ...ଦୁର୍ଘଟଣାରେ ୨ ବିଜେପି ନେତା ମୃତ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ - SAMBALPUR ACCIDENT
ନୂଆପଡାରୁ ହାଇଦ୍ରାବାଦ ଆସୁଥିଲା ବସ୍:
ବସଟି ନୂଆପଡା ସିନାପାଲିରୁ ବାହାରିଥିଲା । ଗତକାଲି (ଗୁରୁବାର) ୨ଟା ୩୦ରୁ ବସଟି ସେଠାରୁ ବାହାରି ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଥିଲା । ସୂରିୟାପେଟ୍-ଖମମ ରାଜପଥ ନିକଟରେ ଏକ ବାଲି ବୋଝେଇ ଟ୍ରକ ସହ ଧକ୍କା ହେବାରୁ ଦୁର୍ଘଟଣାରେ ପ୍ରବାସୀ ଓଡ଼ିଆଙ୍କ ଜୀବନ ଯାଇଛି । ତେବେ ଟ୍ରକଟି କୋଭୁରରୁ କୋହିର ଅଭିମୁଖେ ଆସୁଥିବାବେଳେ ଟାୟାର ଫାଟିବାରୁ ଏପରି ଅଘଟଣ ଘଟିଯାଇଥିବା କୁହାଯାଉଛି । ବିପରୀତ ଦିଗରେ ଏହି ଯାତ୍ରୀବାହୀ ବସଟି ଆସୁଥିବାରୁ ବସ୍-ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ମୃତଦେହକୁ ସୂରିୟାପେଟ୍ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ୪ ଜଣ ଆହତ ହୋଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ବସରେ ମୋଟ କେତେ ଜଣ ଯାତ୍ରୀ ଥିଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଏହା ମଧ୍ୟ ପଢନ୍ତୁ...ଏମିତି ବି ଆସେ ମୃତ୍ୟୁ ! ଧାନ କଟା ମେସିନ ତଳେ ଚାପି ହୋଇ ୨ ଭଉଣୀ ମୃତ - JAJPUR ACCIDENT