ETV Bharat / state

ଓମାନରେ ଫସିଛନ୍ତି ୪ ଓଡ଼ିଆଙ୍କ ସମେତ ୧୨ ଶ୍ରମିକ, ଫେରାଇ ଆଣିବାକୁ ପରିବାରର ନିବେଦନ - ODIA YOUTH TRAPPED IN OMAN

ଫସିଛନ୍ତି ୪ ଓଡ଼ିଆଙ୍କ ସମେତ ୧୨ ଶ୍ରମିକ । ଉଦ୍ଧାର ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କୁ ନିବେଦନ କଲେ ପରିବାର ।

4 Odia Stranded In Oman
4 Odia Stranded In Oman (ETV Bharat Odisha)
author img

By ETV Bharat Odisha Team

Published : Feb 13, 2025, 8:55 AM IST

ବ୍ରହ୍ମପୁର: ରୋଜଗାର ଆଶାରେ ବିଦେଶ ଯାଇ ଓମାନରେ ଫସିଛନ୍ତି 4 ଓଡ଼ିଆ ଯୁବକ । 5 ମାସ ତଳେ ଓମାନ ଯାଇଥିବା ବେଳେ କାମ କରୁଥିବା କମ୍ପାନୀ ପଇସା ନଦେଇ ସେମାନଙ୍କୁ ବାହାର କରିଦେଇଥିବା ଅଭିଯୋଗ କରିଛନ୍ତି ଓଡ଼ିଆ ଯୁବକ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭିଡ଼ିଓ ମାଧ୍ୟମରେ ଅନୁରୋଧ କରିଛନ୍ତି । 4 ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ଏଣେ ପୁଅ କିପରି ସୁରକ୍ଷିତ ଭାବେ ଗାଁକୁ ଫେରିବ ସେନେଇ ଚିନ୍ତାରେ ପରିବାର । ଏନେଇ ପିଲାମାନଙ୍କୁ ଫେରାଇ ଆଣିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଯୁବକଙ୍କ ପରିବାର ଲୋକ । ପରିବାର ଲୋକ ଲିଖିତ ଭାବରେ ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହିତ ସେମାନଙ୍କୁ ଉଦ୍ଧାର କରି ଭାରତ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । 4 ଓଡ଼ିଆ ଯୁବକଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟର ୧୨ ଜଣ ଯୁବକ ଓମାନରେ ଫସି ରହିଛନ୍ତି ।

  • ଓମାନରେ ଫଶିଥିବା 12 ଶ୍ରମିକଙ୍କ ମଧ୍ୟରେ ଗଞ୍ଜାମର 4 ଯୁବକ:

ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ତାରିଣୀପଲ୍ଲୀ ଗ୍ରାମର ବସନ୍ତ କୁମାର ସେଠୀ ଗତ 5 ମାସ ତଳେ କାମ କରିବା ପାଇଁ ଓମାନ ଯାଇଥିଲେ । ବସନ୍ତଙ୍କ ସହ ଅନ୍ୟ 3 ଓଡ଼ିଆ ଯୁବକଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟର ମୋଟ 12 ଜଣ ଯୁବକ ସେଠାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । 4 ମାସ ଧରି କୌଣସି ପାରିଶ୍ରମିକ ଦିଆଯାଉନଥିବା ନେଇ ବସନ୍ତ ଏବଂ ତାଙ୍କ ସାଥିମାନେ ମୁହଁ ଖୋଲିବାରୁ ମାରିଦେବା ପାଇଁ ଧମକ ଦିଆଯାଉଛି । ଏହାର ପ୍ରତିବାଦ କରିବାରୁ ବସନ୍ତଙ୍କୁ କମ୍ପାନୀରୁ ବାହାର କରି ଦିଆଯାଇଛି । ଏପରିକି ଏହି ଶ୍ରମିକମାନଙ୍କ ପାସପୋର୍ଟ ଏବଂ ଅତ୍ୟାବଶ୍ୟକ କାଗଜପତ୍ର ଛଡାଇ ନିଆଯାଇଥିବା ଅଭିଯୋଗ ହୋଇଛି । ଫଳରେ ସେମାନେ ସେଠାରୁ ମୁକୁଳି ସ୍ୱଦେଶ ଫେରି ପାରୁନାହାନ୍ତି । ଫସି ରହିଥିବା 12 ଜଣ ଶ୍ରମିକ ଏକ ଭିଡିଓ ବାର୍ତ୍ତା କରିବା ପରେ ଘଟଣା ସଂପର୍କରେ ଜଣାପଡିଛି । ଏନେଇ ବସନ୍ତଙ୍କ ମାଆ ଇନ୍ଦିରା ସେଠୀ ଓ ଭାଇ ମୋଚିରାମ ବେହେରା ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ସ୍ଥିତ ଜିଲ୍ଲା ଶ୍ରମ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଘଟଣା ସଂପର୍କରେ ଅବଗତ କରିଛନ୍ତି ।

4 Odia Stranded In Oman (ETV Bharat Odisha)
  • କାମ କରିବାକୁ ଯାଇ ଭାଇ ଫସି ରହିଛି :

ଅଭିଯୋଗ କରିବାକୁ ଆସିଥିବା ବସନ୍ତଙ୍କ ଭାଇ ମୋଚିରାମ ବେହେରା କହିଛନ୍ତି, "5 ମାସ ତଳେ ଭାଇ ଓମାନ କାମ କରିବାକୁ ଯାଇଥିଲେ । ପ୍ରତ୍ୟେକ ସପ୍ତାହରେ କାର୍ଯ୍ୟ କରିଥିବା ଅର୍ଥ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଏହାକୁ ପ୍ରତି ୧୫ ଦିନରେ ଥରେ ପ୍ରଦାନ କରାଯିବ ବୋଲି ଭୁଆଁ ବୁଲାଇବା ସହିତ ଗତ 4 ମାସ ଧରି ଟଙ୍କା ଦିଆଯାଇନାହିଁ । ଏହାକୁ ନେଇ ତାଙ୍କ ଭାଇ ବସନ୍ତ କୁମାର ସେଠୀ କମ୍ପାନୀ କର୍ତ୍ତୁପକ୍ଷଙ୍କୁ କହିବାରୁ ସେମାନେ ତାଙ୍କୁ କମ୍ପାନୀରୁ ବାହାର କରିଦେଇଛନ୍ତି । ଏପରିକି ସେମାନଙ୍କୁ ଦିଆଯାଇଥିବା ଘରୁ ମଧ୍ୟ ସେମାନଙ୍କୁ ବାହାର କରିଦେଇ ଘର ତାଲା ପକାଇ ଦେଇଛନ୍ତି । ଖାଇବାକୁ ମଧ୍ୟ ଦେଉ ନାହାନ୍ତି । ସେମାନଙ୍କ ପାସପୋର୍ଟ ନେଇଯାଇଛନ୍ତି । ତେଣୁ ସେମାନେ ସେଠାରୁ ଆସି ପାରୁନାହାନ୍ତି । ଗଞ୍ଜାମର 4 ଜଣ ଥିବା ଆମେ ଖବର ପାଇଛୁ । ଏନେଇ ଆମେ ଜିଲ୍ଲାପାଳଙ୍କୁ ଭେଟିଛୁ । ସେମାନଙ୍କୁ ଫେରାଇ ଆଣିବା ପାଇଁ ଗୁହାରି କରିଛୁ ।"

Odia Stranded In Oman
Odia Stranded In Oman (ETV Bharat Odisha)
  • ପୁଅ ପାଇଁ କାନ୍ଦୁଛି ମାଆ :

ସେପଟେ ବସନ୍ତଙ୍କ ମାଆ ଇନ୍ଦିରା ସେଠୀ କହିଛନ୍ତି, "ଅଧିକ ଲୋଭଦେଖାଇ ପୁଅକୁ ବାହାର ଦେଶକୁ ନିଆଗଲା । ହେଲେ ସେଠାରେ ତାଙ୍କର କାମ କରିବାର ଆର୍ଥିକ ପାପ୍ୟ ପ୍ରଦାନ କରାଯାଉ ନାହିଁ । ଓମାନରେ କଙ୍କ୍ରିଟ୍ କାର୍ଯ୍ୟ କରିବା ପାଇଁ ପୁଅ ଯାଇଥିବା ବେଳେ ସେଠାରେ ସେ ସମସ୍ୟାରେ ରହିଥିବା ଆମକୁ କହୁଛି । ସେଠାରେ କାମ କରୁଥିବା କମ୍ପାନୀ ସେମାନଙ୍କୁ ଛାଡୁନାହିଁ ।" ତେବେ ଏନେଇ ପ୍ରଶାସନକୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରିବା ସହ ତାଙ୍କ ପୁଅର ଜୀବନ ପ୍ରତି ସେଠାରେ ବିପଦ ରହିଥିଥବା ଯୋଗୁଁ ଓମାନରୁ ପୁଅ କେମିତି ଘରକୁ ଫେରିବ ସେ ସମ୍ପର୍କରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ଗୁହାରି କରିଛନ୍ତି । ଏପରିକି ଇନ୍ଦିରାଙ୍କ ସ୍ୱାମୀ ସୁରେନ୍ଦ୍ର ସେଠୀ ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିବା ବେଳେ ଅନ୍ୟର ମୂଲ ଲାଗିଲେ ପରିବାର ପ୍ରତିପୋଷଣ ହୁଏ । ଏଭଳି ସ୍ଥିତିରେ ଓମାନରେ ଫସିରହିଥିବା ପୁଅକୁ ତୁରନ୍ତ ଫେରାଇ ଆଣିବାକୁ ସେ ଅନୁରୋଧ କରିଛନ୍ତି ।

ଏହାୀ ମଧ୍ୟ ପଢ଼ନ୍ତୁ...

5T ଅଧ୍ୟକ୍ଷଙ୍କୁ ଭେଟିଲେ ଟନେଲରେ ଫସିଥିବା ଶ୍ରମିକଙ୍କ ପରିବାର

ଟନେଲରେ ଫସିଛନ୍ତି ଓଡ଼ିଆ ଶ୍ରମିକ; ଭେଟିବାକୁ ଗଲେ ସମ୍ପର୍କୀୟ

'ଘଟଣା ନେଇ ସରକାରଙ୍କୁ ଅବଗତ କରାଯାଇଛି':

ଏନେଇ ଗଞ୍ଜାମ ଜିଲ୍ଲା ଶ୍ରମ ଅଧିକାରୀ ବର୍ଷାରାଣୀ ଜେନା କହିଛନ୍ତି, "ଘଟଣାକୁ ନେଇ ଅବଗତ କରାଯିବା ପରେ ଏହାର ତଦନ୍ତ କରାଯାଇ ସରକାରଙ୍କୁ ରିପୋର୍ଟ ପଠାଇ ଦିଆଯାଇଛି। ଏହା ସରକାରଙ୍କ ଆଇ.ଏସ୍.ଏନ୍.ଡାବ୍ଲୁ ମାମଲା ହୋଇଥିବାରୁ ଏହାରି ଉପରେ ସଚିବ ପଦକ୍ଷେପ ନେବେ । ସେଠାରେ ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ମୋଟ 4 ଜଣ ରହିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାର ରମ୍ଭା ଅଞ୍ଚଳରୁ ଜଣେ ଯୁବକଙ୍କ ସମେତ ବୁଗୁଡା ଅଞ୍ଚଳରୁ ଜଣେ ଏବଂ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏରଣ୍ଟ୍ରା ଅଞ୍ଚଳର 2 ଜଣ ରହିଛନ୍ତି ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.