ETV Bharat / bharat

ଗୁଳିମାଡରେ ଆପ ବିଧାୟକ ଗୁରପ୍ରୀତ ଗୋଗିଙ୍କ ଦେହାନ୍ତ - AAP MLA SHOT DEAD

ମୁଣ୍ଡରେ ଗୁଳି ବାଜିବାରୁ ଲୁଧିଆନା ଆପ୍‌ ବିଧାୟକ ଗୁରପ୍ରୀତ ଗୋଗିଙ୍କ ଦେହାନ୍ତ । ପୋଲିସର ତନାଘନା ଜାରି ।

AAP MLA from ludhiana west Gurpreet Gogi shot dead in punjab
AAP MLA from ludhiana west Gurpreet Gogi shot dead in punjab (ETV BHARAT)
author img

By ETV Bharat Odisha Team

Published : Jan 11, 2025, 6:53 AM IST

Updated : Jan 11, 2025, 7:05 AM IST

ଚଣ୍ଡିଗଡ: ଗୁଳିମାଡରେ ଆହତ ହୋଇ ଆମ୍‌ ଆଦମୀ ପାର୍ଟି (APP) ବିଧାୟକ ଗୁରପ୍ରୀତ ଗୋଗିଙ୍କ ଦେହାନ୍ତ । ପଞ୍ଜାବ ଲୁଧିଆନା ଓ୍ବେଷ୍ଟର ବିଧାୟକ ଥିଲେ ଗୁରପ୍ରୀତ । ଗୁଳିମାଡରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଗତକାଲି ମଧ୍ୟ ରାତିରେ ଲୁଧିଆନାର ଡିଏମସି ହସ୍ପିଟାଲରେ ଚିକିତ୍ସାଧୀନ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଡିସିପି ଜସକରଣ ସିଂହ ତେଜା ।

ଡେପୁଟି କମିଶନର ଅଫ୍ ପୋଲିସ (ଡିସିପି) ଜସକରଣ ସିଂହ ତେଜା ଏହି ଘଟଣା ସମ୍ପର୍କରେ ନିଶ୍ଚିତ କରି କହିଛନ୍ତି, ''ଗୁରପ୍ରୀତ ଗୋଗିଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରାଯାଇଛି, ତାଙ୍କ ମୃତଦେହକୁ ଡିଏମସି ହସ୍ପିଟାଲରେ ପୋଷ୍ଟମର୍ଟମ କରାଯିବ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ହେବ। ବିଧାୟକଙ୍କ ପରିବାର ସଦସ୍ୟଙ୍କ ଅନୁଯାୟୀ, ସେ ଭୁଲବସତଃ ନିଜକୁ ଗୁଳି କରିଥିଲେ, ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ''

ଏହା ମଧ୍ୟ ପଢନ୍ତୁ-ଶୋଇଥିଲେ ଭାଇ-ଭଉଣୀ, ବାଜିଲା ଗୁଳି - BROTHER SISTER SHOT

ଡିସିପି ଜସକରଣ ସିଂହ ତେଜା ଆହୁରି ମଧ୍ୟ କହିଛନ୍ତି, '' ଭୁଲବସତଃ ବନ୍ଧୁକରୁ ଗୁଳି ଫୁଟିବାରୁ ବିଧାୟକ ଗୁରପ୍ରୀତ ଗୋଗିଙ୍କ ମୁଣ୍ଡରେ ବାଜିଥିଲା । ଗତକାଲି ରାତି ପ୍ରାୟ ସାଢେ 11ଟା ସମୟରେ ଏହି ଘଟଣା ଘଟିଥିଲା । ଗୋଗି ତାଙ୍କର ଲାଇସେନ୍ସପ୍ରାପ୍ତ ୨୫ ବୋର ପିସ୍ତଲ ସଫା କରୁଥିଲେ ଏବଂ ଏହି ସମୟରେ ଗୁଳି ଫୁଟି ତାଙ୍କ ମୁଣ୍ଡରେ ବାଜିଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ''

ଏ ସମ୍ପର୍କରେ କ୍ୟାବିନେଟ୍ ମନ୍ତ୍ରୀ ଅମନ ଆରୋରା କହିଛନ୍ତି ଯେ, ଏହି ଖବର ଶଉଣି ମୁଁ ବହୁତ ଦୁଃଖିତ । ବର୍ତ୍ତମାନ ଆମେ ମୃତ ବିଧାୟକଙ୍କ ପରିବାରକୁ ସମର୍ଥନ କରିବାକୁ ଆସିଛୁ। ସେମାନେ ମୃତ୍ୟୁର କାରଣ ବିଷୟରେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ କରୁଛି।

ଏହା ମଧ୍ୟ ପଢନ୍ତୁ-ଲୁଟେରାଙ୍କ ଗୁଳିରେ 2 ମୃତ, ସଟର ଭିତରେ ଲୁଚିଥିଲା ଦୁର୍ବୃତ୍ତ - FIRING FOR LOOTS

୨୦୨୨ ମସିହାରେ ଆମ ଆଦମୀ ପାର୍ଟିରେ ସାମିଲ ଦେଇଥିଲେ ଗୋଗି । ଲୁଧିଆନା ବିଧାନସଭା ନିର୍ବାଚନରେ ସେ ​​ଦୁଇଥର କଂଗ୍ରେସ ବିଧାୟକ ଭାରତ ଭୂଷଣ ଆଶୁଙ୍କୁ ପରାସ୍ତ କରିଥିଲେ। ତାଙ୍କର ଅକାଳ ବିୟୋଗରେ ରାଜନୈତିକ ମହଲରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଏହି ଘଟଣାରେ ତଦନ୍ତ ଜାରି ରହିଥିବାରୁ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Last Updated : Jan 11, 2025, 7:05 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.