ଓଡିଶା

odisha

ETV Bharat / bharat

NTA ପରୀକ୍ଷାରେ ସ୍ୱଚ୍ଛତା ପାଇଁ ୭ ଜଣିଆ ବିଶେଷଜ୍ଞ କମିଟି ଗଠନ, ୨ ମାସରେ ଦେବ ରିପୋର୍ଟ - High level Committee Formed

High level Committee Formed to supervise NTA Exams: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି, ଏନଟିଏ ସହ ଜଡିତ ସମସ୍ୟାର ଅନୁଧ୍ୟାନ ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଯାହା ଦୁଇ ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବେ । ଏହି ସୂଚନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Jun 22, 2024, 7:55 PM IST

High level Committee Formed
High level Committee Formed (ETV Bharat)

ଦିଲ୍ଲୀ: ଶିକ୍ଷାମନ୍ତ୍ରାଳୟ ପକ୍ଷରୁ ନିଆଗଲା ବଡ଼ ପଦକ୍ଷେପ । NEET ଏବଂ UGC-NET ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ, ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛି ଶିକ୍ଷା ମନ୍ତ୍ରଣାଳୟ। ତେବେ ISRO ପୂର୍ବତନ ମୁଖ୍ୟଙ୍କ ଅଧିନରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯିବ ବୋଲି ଆଜି (ଶନିବାର) କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି। NEET ଏବଂ ଅନ୍ୟାନ୍ୟ ପରୀକ୍ଷା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ମାଧ୍ୟମରେ ପରୀକ୍ଷାର ସୁଗମ ତଥା ନିରପେକ୍ଷ ପରିଚାଳନା ସମ୍ବନ୍ଧରେ ଆବଶ୍ୟକ ପଦକ୍ଷେପ ନିଆଯିବ।

ଏହି କମିଟି ISROର ପୂର୍ବତନ ଚେୟାରମ୍ୟାନ୍, ଆଇଆଇଟି କାନପୁରର ଚେୟାରମ୍ୟାନ୍ କେ ରାଧାକୃଷ୍ଣନଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିବ ଏହି କମିଟି । ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ “କମିଟି ଦୁଇ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବ ଏବଂ ପରୀକ୍ଷା ପ୍ରକ୍ରିୟାରେ ଉନ୍ନତି ଆଣିବା, ଡାଟା ସୁରକ୍ଷା ପ୍ରୋଟୋକଲ୍ ଏବଂ ଏନଟିଏ ଢାଞ୍ଚାରେ ଉନ୍ନତି ଆଣିବା ଉପରେ କାର୍ଯ୍ୟ କରିବ।"

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି କମିଟିର ସଦସ୍ୟଙ୍କ ମଧ୍ୟରେ ଏଆଇଏମ୍ଏସ୍ ଦିଲ୍ଲୀର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଜେ ରାଓ, ଆଇଆଇଟି ମାଡ୍ରାସର ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଇମେରିଟାସ୍, ପିପୁଲ ଷ୍ଟ୍ରଙ୍ଗର ସହ ପ୍ରତିଷ୍ଠାତା ତଥା କର୍ମଯୋଗୀ ଭାରତର ବୋର୍ଡ ସଦସ୍ୟ କେ ଇମେରିଟାସ୍, ଆଇଆଇଟି ଦିଲ୍ଲୀର ଛାତ୍ର ବ୍ୟାପାର ଡିନ୍ ପଙ୍କଜ ବଂଶଲ, ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରଫେସର ଆଦିତ୍ୟ ମିତ୍ତଲ, ଗୋବିନ୍ଦ ଜୟସ୍ୱାଲ ଆଦି ସାମିଲ ଅଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ.. ୟୁଜିସି ନେଟ ପରୀକ୍ଷା ରଦ୍ଦ, ଅନିୟମିତତା ନେଇ ତଦନ୍ତ କରିବ ସିବିଆଇ - UNION GOVT CANCELS UGC NET EXAM

ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOPs) / NTA ର ପ୍ରୋଟୋକଲଗୁଡିକର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା, ଏବଂ ପ୍ରତ୍ୟେକ ସ୍ତରରେ ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ମନିଟରିଂ ମେକାନିଜିମ୍ ସହିତ ଏହି ପ୍ରଣାଳୀ / ପ୍ରୋଟୋକଲଗୁଡ଼ିକୁ ମଜବୁତ କରିବା ପାଇଁ ପଦକ୍ଷେପ ପରାମର୍ଶ ଦେବ ଏହି କମିଟି। ଏହି କମିଟି ମହଯୁଦ ଥିବା ଡାଟା ସୁରକ୍ଷା ପ୍ରକ୍ରିୟା ଏବଂ NTAର ପ୍ରୋଟୋକଲ ଗୁଡିକର ମୂଲ୍ୟାଙ୍କନ କରିବ ଏବଂ ଏହାର ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରିବ।

ତେବେ ଏଠାରେ ପ୍ରକାଶ ଥାଉ ଯେ, ନିକଟରେ ନିଟ୍‌ ପରୀକ୍ଷାରେ ଅନିୟମିତତା ଓ ୟୁଜିସି ନେଟ୍‌ ପରୀକ୍ଷା ବାତିଲ ଘୋଷଣା ହୋଇଥିଲା। ୟୁଜିସି ନେଟ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷାକୁ ବାତିଲ କରାଯାଇଥିଲା । ଏଥି ସହ ଏହି ଘଟଣାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ମଙ୍ଗଳବାର ଦିନ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ବାରା ଦେଶର 317ଟି ସହରରେ ନେଟ ପରୀକ୍ଷା ହୋଇଥିଲା । ଦୁଇଟି ସିପ୍ଟରେ ଓଏମଆରେ ମୋଟ 11 ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details