ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / bharat

ଧିରେ ଗାଡ଼ି ଚଲାଇବାକୁ କହିଲେ କନେଷ୍ଟବଳ, କାର୍ ଚଢ଼ାଇ ମାରିଦେଲା ଡ୍ରାଇଭର, ୧୦ ମିଟର ଘୋଷାଡ଼ି ନେଲା - Road Rage Incident in Delhi

Delhi Police Constable Killed: ରାଜଧାନୀ ଦିଲ୍ଲୀରେ 'ହିଟ୍ ଆଣ୍ଡ ଡ୍ରାଗ୍‌'ର ପୁନରାବୃତ୍ତି । ଡ୍ୟୁଟିରେ ଥିବା ଜଣେ କନେଷ୍ଟବଳଙ୍କୁ କାର ଧକ୍କା ପରେ ୧୦ ମିଟର ଯାଏଁ ଘୋଷାଡି ନେଲା ଡ୍ରାଇଭର । ଧିରେ ଗାଡ଼ି ଚଳାଇବାକୁ କାର୍ଯ୍ୟରତ କନେଷ୍ଟବଳ କହିବାରୁ ଏଥିରେ ରାଗି ଯାଇ ଗାଡ଼ି ଚଢ଼ାଇ ଦେଲା କାର୍ ଡ୍ରାଇଭର ।

Delhi Police Constable Killed
Delhi Police Constable Killed ((ANI))

ନୂଆଦିଲ୍ଲୀ: ଦିଲ୍ଲୀରୁ ପୁଣି ‘ହିଟ୍ ଆଣ୍ଡ ଡ୍ରାଗ୍‌’ ଘଟଣାର ପୁନରାବୃତ୍ତି । ବିଚ୍‌ ରାସ୍ତାରେ ଆଇନର ରକ୍ଷକଙ୍କୁ ଗାଡି ଧକ୍କା କରି ହତ୍ୟା । କନେଷ୍ଟବଳଙ୍କୁ କାର ଘୋଷାଡି ନେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀର ନାନଗ୍ଲୋଇ ଅଞ୍ଚଳରେ ଏହି ଘଟଣା ଘଟିଛି । ମୃତ କନେଷ୍ଟବଳ ହେଉଛନ୍ତି ସନ୍ଦୀପ । ଜାଣିଶୁଣି ଜଣେ କାର ଚାଳକ ତାଙ୍କୁ ଧକ୍କା ନେଇ ଘୋଷାଡି ନେଇଥିବା କହିଛନ୍ତି ପୋଲିସ ଅଧିକାରୀ । ଏହାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି ।

କନେଷ୍ଟବଳଙ୍କୁ ଘୋଷାଡି ନେଲା କାର:

ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ''ଗତ ରାତିରେ ସନ୍ଦୀପ ଏକ ବାଇକ ଯୋଗେ ନାନଗ୍ଲୋଇ ପୋଲିସ ଷ୍ଟେସନକୁ ଆସୁଥିଲେ । ଏହି ସମୟରେ ରେଲଓ୍ବେ ରୋଡରେ ଡଣେ କାର ଚାଳକ ବେପାରୁଆ ଭାବେ ଗାଡି ଚଳାଉଥିଲେ । ସେହି ସମୟରେ ସନ୍ଦୀପ କାର ଚାଳକଙ୍କୁ ଧିରେ ଗାଡି ଚଳାଇବାକୁ କହିଥିଲେ । ଏଥିରେ ଡ୍ରାଇଭର ଜଣଙ୍କ ରାଗି ଯାଇ ପୋଲିସ କନେଷ୍ଟବଳଙ୍କ ଗାଡିକୁ ଧକ୍କା ଦେଇଥିଲା । ପରେ କାରଟି କନେଷ୍ଟବଳ ଜଣଙ୍କୁ 10 ମିଟର ପର୍ଯ୍ୟନ୍ତ ଘୋଷାଡି ନେବା ପରେ ଆଉ ଏକ କାର ସହ ଧକ୍କା ହୋଇଥିଲା । ଏହାପରେ ସଙ୍ଗେ ସଙ୍ଗେ ସନ୍ଦିପଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବଢୁଥିବା ଚୋରାଚାଲାଣକୁ ନେଇ ପୋଲିସ କନେଷ୍ଟବଳ ଜଣଙ୍କ ଉକ୍ତ ଅଞ୍ଚଳରେ ସାଧା ପୋଷାକରେ ପ୍ରହରା ଦେଉଥିଲେ । ''

ଏହା ମଧ୍ୟ ପଢନ୍ତୁ-ବାଇକକୁ ଧକ୍କା ଦେଇ 2 କିମି ଘୋଷଡି ନେଲା ଟ୍ରକ, ଦେଖନ୍ତୁ ଏହି ଲୋମଟାଙ୍କୁରା ଦୃଶ୍ୟ - bike dragged by Lorry

ଏହା ମଧ୍ଯ ପଢନ୍ତୁୃ-Delhi Woman Dragged By Car: ପୀଡିତାଙ୍କ ସହ ଥିଲେ ଅନ୍ୟଜଣେ ଯୁବତୀ, କହିଲେ ଜାଣିଥିଲା ଡ୍ରାଇଭର

ଧୀରେ ଚଳାଇବାକୁ କହିବାରୁ ମଡ଼ାଇଦେଲା କାର୍ ?

ସିସିଟିଭି ଫୁଟେଜେର ଦେଖିବାକୁ ମିଳିଛି ଯେ, ସନ୍ଦୀପ ନାନଗ୍ଲୋଇ ଅଞ୍ଚଳର ଏକ ଗଳରେ ବାମ ପଟକୁ ଯାଇ କାର ଡ୍ରାଇଭରକୁ ଧୀରେ ଚଲାଇବାକୁ କହୁଛନ୍ତି । ଏହା ପରେ କାରଟି ହଠାତ୍ କନେଷ୍ଟବଳଙ୍କ ବାଇକ୍କୁ ଧକ୍କା ଦେଇ ସନ୍ଦୀପଙ୍କୁ ପ୍ରାୟ 10 ମିଟର ପର୍ଯ୍ୟନ୍ତ ଟାଣି ନେଇ ଅନ୍ୟ ଏକ ପାର୍କିଂ କାରକୁ ଧକ୍କା ଦେଇଥିଲା । ସନ୍ଦୀପଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି । କାରର ଡ୍ରାଇଭର ଗାଡି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ର ଧାରା 103 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

ଏହା ମଧ୍ୟ ପଢନ୍ତୁ-Bengaluru Road rage Incident: ଯୁବକଙ୍କୁ ଘୋଷାଡ଼ି ନେଲା କାର୍‌, ମହିଳାଙ୍କ ସମେତ ୫ ଗିରଫ

ଏହା ମଧ୍ୟ ପଢନ୍ତୁ-ବାପା ଦେଖିପାରିଲେନି ଝିଅଙ୍କ କଷ୍ଟ ! ବନ୍ଦ ଘରୁ ମିଳିଲା 5 ମୃତଦେହ - Delhi Suicide Case

2018 ରେ କନଷ୍ଟେବଳ ସନ୍ଦୀପଙ୍କୁ ଦିଲ୍ଲୀ ପୋଲିସରେ ନିଯୁକ୍ତି ପାଇଥିଲେ । ତାଙ୍କୁର ବୟସ 30 ବର୍ଷ । ସେ ବିବାହତି ହୋଇଥିବା ବେଳେ ତାଙ୍କର ଏକ 5 ବର୍ଷର ପୁଅ ଅଛି । ଏହି ଘଟଣାରେ ଡିସିପି ଜିମି ଚିରାମ ଦୁଃଖ ପ୍ରକାଶ କରିଛନ୍ତି । ମୃତ କନେଷ୍ଟବଳଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଛି । ଗତ ଶନିବାର(ସେପ୍ଟେମ୍ବର ୨୮) ରାତି ପ୍ରାୟ 3ଟା ସମୟରେ ଏହି ଘଟଣା ଘଟିଥିଲା ।

ଇଟିଭି ଭାରତ, ନୂଆଦିଲ୍ଲୀ

ABOUT THE AUTHOR

...view details