ETV Bharat / sports

4 ଦିନରେ ସରିଲା ପ୍ରଥମ ଇନିଂସ; ଜାଡେଜାଙ୍କ ତ୍ରିଶତକ ରେକର୍ଡ - IND vs BAN Test - IND VS BAN TEST

IND vs BAN 2nd Test : 4ର୍ଥ ଦିନରେ ଶେଷ ହେଲା ବାଂଲାଦେଶର ପ୍ରଥମ ଇନିଂସ୍‌ । ମୋମିନୁଲ ହକ୍‌ଙ୍କ ଅପରାଜିତ ଶତକ । ଗୋଟିଏ ୱିକେଟ ନେଇ ଜାଡେଜା ରଚିଲେ ଇତିହାସ । ଅଧିକ ପଢ଼ନ୍ତୁ

IND vs BAN 2nd Test
IND vs BAN 2nd Test (IANS Photo)
author img

By ETV Bharat Sports Team

Published : Sep 30, 2024, 1:28 PM IST

କାନପୁର (ଉତ୍ତର ପ୍ରଦେଶ) : ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟେଷ୍ଟର 4ର୍ଥ ଦିନରେ ପ୍ରଥମ ଇନିଂସ୍‌ ଶେଷ ହୋଇଛି । ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପ୍ରଥମ ଦିନ ବର୍ଷା ବ୍ୟାଘାତ କାରଣରୁ କେବଳ 35 ଓଭର ଖେଳି ପାରିଥିଲା । ଏଥିରେ ଭ୍ରମଣକାରୀ ଦଳ 3 ୱିକେଟ ହରାଇ 107 ରନ ସଂଗ୍ରହ କରିଥିଲା । ଏହାପରେ ଦ୍ବିତୀୟ ଓ ତୃତୀୟ ଦିନର ଖେଳ ବର୍ଷା କାରଣରୁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା । ଶେଷରେ 4ର୍ଥ ଦିନ ଖେଳ ସମ୍ଭବ ହୋଇଛି । 4ର୍ଥ ଦିନରେ ଲଞ୍ଚ ବ୍ରେକ୍‌ ପରେ ପରେ 233 ରନରେ ସମସ୍ତ ୱିକେଟ ହରାଇଛି ବାଂଲାଦେଶ । ମୋମିନୁଲ ହକ୍‌ ଦଳ ପାଇଁ ସର୍ବାଧିକ 107 ରନର ଅପରାଜିତ ପାଳି ଖେଳିଛନ୍ତି । ଭାରତ ପକ୍ଷରୁ ଜସପ୍ରୀତ ବୁମ୍‌ରା ସର୍ବାଧିକ 3ଟି ୱିକେଟ ହାସଲ କରିଥିବାବେଳେ ମହମ୍ମଦ ସିରାଜ, ଆକାଶ ଦୀପ ଓ ରବିଚନ୍ଦ୍ରନ ଅଶ୍ବିନ 2ଟି ଲେଖାଏଁ ସଫଳତା ହାସଲ କରିଛନ୍ତି । ଗୋଟିଏ ୱିକେଟ ହାସଲ କରି ଇତିହାସ ରଚିଛନ୍ତି ରବିନ୍ଦ୍ର ଜାଡେଜା ।

ଅଢ଼େଇ ଘଣ୍ଟା ପୂର୍ବରୁ ସରିଥିଲା ପ୍ରଥମ ଦିନ ଖେଳ :-

ଭାରତ ଓ ବାଂଲାଦେଶ ବିପକ୍ଷରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶୀଘ୍ର ଶେଷ ହୋଇଥିଲା । ପ୍ରାୟ ଅଢ଼େଇ ଘଣ୍ଟା ପୂର୍ବରୁ ପ୍ରଥମ ଦିନ ଖେଳକୁ ବନ୍ଦ କରିଦିଆଯାଇଥିଲା । କାନପୁରରେ ବର୍ଷା କାରଣରୁ ଖେଳ ଅଧିକ ସମୟ ଖେଳାଯାଇପାରିନଥିଲା । ମ୍ୟାଚ୍‌ରେ ଟସ୍‌ ପଡ଼ିବାରେ ମଧ୍ୟ ବିଳମ୍ବ ହୋଇଥିଲା । ବର୍ଷା କାରଣରୁ ଲଞ୍ଚ ବ୍ରେକ୍‌ ମଧ୍ୟ ଶୀଘ୍ର ହୋଇଥିଲା । ଶେଷରେ ପୁଣିଥରେ ବର୍ଷା ବ୍ୟାଘାତ କାରଣରୁ ଖେଳକୁ ଶୀଘ୍ର ଶେଷ କରିଦିଆଯାଇଥିଲା । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ 35 ଓଭର ବ୍ୟାଟିଂ କରିବା ସହ 3 ବହୁମୂଲ୍ୟ ୱିକେଟ ହରାଇ 107 ରନ ସ୍କୋର କରିଥିଲା ।

ଦ୍ବିତୀୟ ଓ ତୃତୀୟ ଦିନ ଖେଳ ସ୍ଥଗିତ ରହିଥିଲା :-

କାନପୁରରେ ଲଗାଣ ବର୍ଷା କାରଣରୁ ଦ୍ବିତୀୟ ଦିନ ଖେଳ ହୋଇପାରିନଥିଲା । ଦ୍ବିତୀୟ ଦିନରେ ଗୋଟିଏ ବି ବଲ୍ ବୋଲିଂ ନହୋଇ ଖେଳକୁ ଶେଷ କରିଦିଆଯାଇଥିଲା । ଷ୍ଟାଡିୟମକୁ ଆସିବା ପରେ ମଧ୍ୟ ସ୍ଥିତି ବଦଳିବାର ସମ୍ଭାବନା ନଥିବାରୁ ଉଭୟ ଦେଶର ଖେଳାଳି ପୁଣି ଟିମ୍‌ ହୋଟେଲକୁ ଫେରିଯାଇଥିଲେ । ଏହାପରେ ତୃତୀୟ ଦିନ ଯଦିଓ ଆରମ୍ଭରୁ ବର୍ଷା ହୋଇନଥିଲା, ହେଲେ ଗ୍ରାଉଣ୍ଡ ଶୁଖିନଥିବାରୁ କିଛି ସମୟ ଅପେକ୍ଷା କରାଯାଇଥିଲା । ହେଲେ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନଥିଲା । ଶେଷରେ ତୃତୀୟ ଦିନରେ ଖେଳ ମଧ୍ୟ ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଯାଇଥିଲା ।

4ର୍ଥ ଦିନରେ ଚମକିଲେ ଭାରତୀୟ ବୋଲର :-

4ର୍ଥ ଦିନ ଖେଳ ଆରମ୍ଭରୁ ଭାରତୀୟ ବୋଲିଂ ବିଭାଗ ଚମତ୍କାର ପ୍ରଦର୍ଶନ କରିଥିଲେ । ଆଜିର ପ୍ରଥମ ବ୍ରେକ୍‌ ଥ୍ରୋ ଦେବାକୁ ଯାଇ ବୁମ୍‌ରା ମୁଶଫିକୁର ରହିମଙ୍କୁ କ୍ଲିନ ବୋଲ୍ଡ କରି ପାଭିଲିୟନ ଫେରାଇଥିଲେ । ଗୋଟିଏ ପଟେ ମୋମିନୁଲ ହକ୍‌ ଦଳର ସ୍କୋର ବୋର୍ଡ ଆଗକୁ ବଢ଼ାଉଥିବାବେଳେ ଅନ୍ୟପଟେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ବାଂଲା ବ୍ୟାଟିଂ ଅର୍ଡର । ଭାରତ ପକ୍ଷରୁ ଜସପ୍ରୀତ ବୁମ୍‌ରା ସର୍ବାଧିକ 3ଟି ୱିକେଟ ହାସଲ କରିଥିବାବେଳେ ମହମ୍ମଦ ସିରାଜ, ଆକାଶ ଦୀପ ଓ ରବିଚନ୍ଦ୍ରନ ଅଶ୍ବିନ 2ଟି ଲେଖାଏଁ ସଫଳତା ହାସଲ କରିଛନ୍ତି । ଅନ୍ୟପଟେ ରବିନ୍ଦ୍ର ଜାଡେଜା ଶେଷ ୱିକେଟ ଦଖଲ କରି ବାଂଲାଦେଶର ପ୍ରଥମ ଇନିଂସ୍‌ ଶେଷ କରିଥିଲେ ।

ୱିକେଟରେ ଜାଡେଜାଙ୍କ ତ୍ରିଶତକ :-

ପ୍ରଥମ ପାଳିରେ କେବଳ ଗୋଟିଏ ୱିକେଟ ଦଖଲ କରିଥିବା ଭେଟେରାନ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ସେ ନିଜ ଟେଷ୍ଟ କ୍ରିକେଟ କ୍ୟାରିୟରରେ 300 ୱିକେଟ ପୂରଣ କରିଛନ୍ତି । ଭାରତର ସପ୍ତମ ବୋଲର ଭାବେ ଏହି ସଫଳତା ହାସଲ କରିଛନ୍ତି ଜାଡେଜା । ଏହା ବ୍ୟତୀତ ବଲ ଅନୁଯାୟୀ ସେ ଦ୍ରୁତତମ 300 ୱିକେଟ ପୂରଣ କରିବାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । 300 ଟେଷ୍ଟ ୱିକେଟ ପୂରଣ କରିବା ପାଇଁ ଜାଡେଜା 17428 ବଲ ବୋଲିଂ କରିଥିଲେ । ଏହି ତାଲିକାରେ ଜାଡେଜାଙ୍କ ଉପରେ ରହିଛନ୍ତି ରବିଚନ୍ଦ୍ରନ ଅଶ୍ବିନ, ଯିଏ କି 15636 ବଲ ବୋଲିଂ କରି 300 ୱିକେଟ ପୂରଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.