ETV Bharat / state

ଗାନ୍ଧୀନଗରରେ ୫ ନିଲମ୍ବିତ ପୋଲିସଙ୍କ ପଲିଗ୍ରାଫ ପରୀକ୍ଷା, ଭରତପୁର ଥାନା କାଣ୍ଡରୁ ହଟିପାରେ ପରଦା - Polygraph Test

author img

By ETV Bharat Odisha Team

Published : 3 hours ago

Bharatpur Case Polygraph Test: ଗୁଜୁରାଟ ଗାନ୍ଧିନଗର ଫୋରେନସିକ ଲ୍ୟାବରେ ୫ ଜଣ ନିଲମ୍ବିତ ପୋଲିସ ଅଧିକାରୀଙ୍କ ପଲିଗ୍ରାଫ ପରୀକ୍ଷା । ଭରତପୁର ଥାନାରେ ଆର୍ମି ମେଜର-ବାନ୍ଧବୀ ନିର୍ଯାତନା ମାମଲା ଉପରୁ ପରଦା ହଟାଇ ପାରେ ଏହି ପରୀକ୍ଷା ?

ଭରତପୁର ଥାନା କାଣ୍ଡରୁ ହଟିବ ପରଦା ! ଗାନ୍ଧୀନଗରରେ ୫ ନିଲମ୍ବିତ ପୋଲିସ ଅଧିକାରୀଙ୍କ ପଲିଗ୍ରାଫ ଟେଷ୍ଟ ଜାରି
ଭରତପୁର ଥାନା କାଣ୍ଡରୁ ହଟିବ ପରଦା ! ଗାନ୍ଧୀନଗରରେ ୫ ନିଲମ୍ବିତ ପୋଲିସ ଅଧିକାରୀଙ୍କ ପଲିଗ୍ରାଫ ଟେଷ୍ଟ ଜାରି (ETV Bharat Odissha)

ଭୁବନେଶ୍ବର: ହଟିବ ପରଦା, ଧରାପଡିବ ଭରତପୁର ଥାନା ଆର୍ମି ମେଜର ଓ ବାନ୍ଧବୀଙ୍କ ନିର୍ଯାତନା ମାମଲାର ସତ-ମିଛ । ଫିଟିବ ପୀଡିତାଙ୍କ ଅଭିଯୋଗର ଅସଲ ଗୁମର । ସାମ୍ନାକୁ ଆସିବ କମିଶନରେଟ ପୋଲିସର ପ୍ରକୃତ ଚେହେରା । ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ଗୁଜୁରାଟ ଗାନ୍ଧୀନଗର ଫୋରେନସିକ ଲ୍ୟାବରେ ଆଜି ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ଅଧିକାରୀଙ୍କ ହେବ ପଲିଗ୍ରାଫ ପରୀକ୍ଷା । ଏନେଇ ବିମାନ ଯୋଗେ ଏହି ୫ ଅଧିକାରୀ ଗାନ୍ଧୀନଗରରେ ପହଞ୍ଚି ସାରିଛନ୍ତି ।
ଗାନ୍ଧୀନଗରରେ ପଲିଗ୍ରାଫ ପରୀକ୍ଷା:
ପଲିଗ୍ରାଫ ପରୀକ୍ଷା ହେବାକୁ ଥିବା ପୋଲିସଙ୍କ ମଧ୍ୟରେ ଅଛନ୍ତି ନିଲମ୍ବିତ ଭରତପୁର ଥାନା ପୂର୍ବତନ ଆଇଆଇସି (IIC) ଦୀନକୃଷ୍ଣ ମିଶ୍ର, ଏସଆଇ ପ୍ରକାଶ ମହାରଣା, ମହିଳା ଏସଆଇ ବୈଶାଳିନୀ ପଣ୍ଡାଙ୍କ, ମହିଳା ଏଏସଆଇ ସଲିଳମୟୀ ସାହୁ ଓ ଏଏସଆଇ ସାଗରିକା ରଥ । ମୋଟ ପାଞ୍ଚଜଣ ନିଲମ୍ବିତ ଅଫିସର ଗତକାଲି (ରବିବାର) ରାତିରେ ବିମାନ ଯୋଗେ ଗୁଜୁରାଟରେ ପହଞ୍ଚିଛନ୍ତି । କ୍ରାଇମବ୍ରାଞ୍ଚର ଦୁଇଟି ଟିମ୍‌ ସେମାନଙ୍କୁ ନେଇ ଗୁଜୁରାଟରେ ପହଞ୍ଚି ଟେଷ୍ଟ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏନେଇ କ୍ରାଇମବ୍ରାଞ୍ଚର ଅଧିକାରୀ ପ୍ରସ୍ତୁତ କରିଥିବା ପ୍ରାରମ୍ଭିକ ରିପୋର୍ଟରୁ ମିଳିଥିବା ତଥ୍ୟ ଆଧାରରେ ଗାନ୍ଧୀନଗର ସ୍ଥିତ ଫୋରେନସିକ ଲ୍ୟାବରେ ସେମାନଙ୍କର ଏକାଧିକ ଟେଷ୍ଟ କରାଯିବ । ଏହା ମଧ୍ୟରେ ରହିଛି, ଲାଏ-ଡିଟେକସନ ଟେଷ୍ଟ, ପଲିଗ୍ରାଫ ଓ ବ୍ରେନ ମ୍ୟାପିଂ ।

ପଲିଗ୍ରାଫ ଟେଷ୍ଟ ନିଲମ୍ବିତ ପୋଲିସ କର୍ମଚାରୀଙ୍କୁ ନିଆଯାଉଛି ଗାନ୍ଧୀନଗର (ETV Bharat Odisha)

ଏହା ବି ପଢନ୍ତୁ- ଭରତପୁର ଥାନା ମାମଲା; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ମେଜର ଓ ବାନ୍ଧବୀ, ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ମହିଳା କଂଗ୍ରେସ - Major fiance meet Mohan Majhi

ଏହା ବି ପଢନ୍ତୁ- କନ୍ୟା ଦିବସରେ ଝିଅ ପାଇଁ ଲଢେଇ: ପୀଡିତାଙ୍କ ବାପା Vs ନିଲମ୍ବିତ ASIଙ୍କ ମା’ - Justice For daughters

ଏହା ବି ପଢନ୍ତୁ-ଭରତପୁର ମାମଲାର କ୍ରାଇମ ସିନ ରିକ୍ରିଏସନ: ମେଜର-ବାନ୍ଧବୀଙ୍କ ବୟାନ ରେକର୍ଡ, ତେଜିଲା ରାଜନୀତି - Assault on Army Major fiancee case

  • ଦୀନକୃଷ୍ଣ ମିଶ୍ରଙ୍କ ତିନୋଟି ଟେଷ୍ଟ ହେବ

ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ତିନୋଟି ଟେଷ୍ଟ ହେବ । ଅର୍ଥାତ ‘ନାର୍କୋ ଟେଷ୍ଟ’ ସହ ‘ପଲିଗ୍ରାଫ ଟେଷ୍ଟ’ ଓ ‘ବ୍ରେନ ମ୍ୟାପିଂ’ ଟେଷ୍ଟର ସମ୍ମୁଖୀନ ହେବେ ଦୀନକୃଷ୍ଣ । କାରଣ ଆଇଆଇସିଙ୍କ ବିରୋଧରେ ପୀଡିତା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଆଇଆଇସି ଦୀନକୃଷ୍ଣଙ୍କର ଟେଷ୍ଟ ପାଇଁ ପୁର୍ବରୁ ତାଙ୍କୁ ଭୁବନେଶ୍ବର ‘ଏସଡିଜେଏମ’ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ସେ ସମସ୍ତ ଟେଷ୍ଟ ପାଇଁ ପ୍ରସ୍ତୁତ ଥିବା କହି ସମ୍ମତି ପ୍ରକାଶ କରିଥିଲେ । ପରେ ଅନ୍ୟ ଚାରିଜଣ ଅଫିସର ଏସଆଇ ପ୍ରକାଶ ମହାରଣା ଓ ବୈଶାଳିନୀ ପଣ୍ଡାଙ୍କ ସମେତ ଏଏସଆଇ ସଲିଳମୟୀ ସାହୁ ଓ ସାଗରିକା ରଥ ମଧ୍ୟ ଟେଷ୍ଟ ପାଇଁ ନିଜର ସମ୍ମତି ପ୍ରକାଶ କରିଥିଲେ । ଦୀନକୃଷ୍ଣଙ୍କୁ ଛାଡିଲେ ଅନ୍ୟ ଚାରି ନିଲମ୍ବିତ ଅଧିକାରୀଙ୍କର କେବଳ ପଲିଗ୍ରାଫ ଟେଷ୍ଟ ହେବ ।

ଭରତପୁର ଥାନା କାଣ୍ଡରୁ ହଟିବ ପରଦା ! ଗାନ୍ଧୀନଗରରେ ୫ ନିଲମ୍ବିତ ପୋଲିସ ଅଧିକାରୀଙ୍କ ପଲିଗ୍ରାଫ ଟେଷ୍ଟ ଜାରି
ଭରତପୁର ଥାନା କାଣ୍ଡରୁ ହଟିବ ପରଦା ! ଗାନ୍ଧୀନଗରରେ ୫ ନିଲମ୍ବିତ ପୋଲିସ ଅଧିକାରୀଙ୍କ ପଲିଗ୍ରାଫ ଟେଷ୍ଟ ଜାରି (ETV Bharat Odisha)
  • ସାଇଣ୍ଟିଫିକ ତଥ୍ୟ ପ୍ରମାଣଯୋଗ୍ୟ

ଏଥିପାଇଁ ସୁପ୍ରିମକୋର୍ଟଙ୍କ ରାୟ ‘12SCC460-2019’ ‘ରାଜେନ୍ଦ୍ର ପହ୍ଲାରାଓ ଓ୍ବାସନିକ ବନାମ ମହାରାଷ୍ଟ୍ର‘ର ରାୟ ଆଧାରରେ ଇନଭେଷ୍ଟିଗେସନ ଏଜେନ୍ସି ଉନ୍ନତ ମାନର ସାଇଣ୍ଟିଫିକ ତଦନ୍ତର ସହାୟତା ନେଇପାରିବେ । ସେହି ଆଧାରରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ନାର୍କୋ , ପଲିଗ୍ରାଫ ଓ ବ୍ରେନ୍ ମ୍ୟାପିଂ ଟେଷ୍ଟ ସହ ଅନ୍ୟ ଚାରିଜଣ ଅଫିସରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ SDJM କୋର୍ଟଙ୍କୁ ପୁର୍ବରୁ ଆବେଦନ କରିଥିଲେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ । ଯେଉଁ ଆଧାରରେ କୋର୍ଟଙ୍କୁ ଅନୁମତି ନେଇ ଗୁଜୁରାଟ ସ୍ଥିତି ଗାନ୍ଧୀନଗର‌ ଫରେନସିକ ଲ୍ୟାବରେ ଏସବୁ ଟେଷ୍ଟ କରାଯିବାକୁ ଯାଉଛି ।

  • କ’ଣ ଏହି ପଲିଗ୍ରାଫ ଟେଷ୍ଟ

ପଲିଗ୍ରାଫ ଟେଷ୍ଟ ହେଉଛି ‘ଲାଏ-ଡିଟେକ୍ସନ ଟେଷ୍ଟ’ ବା ମିଛ ଧରିବା ପ୍ରକ୍ରିୟା । ଅର୍ଥାତ ଏହି ପ୍ରକ୍ରିୟାରେ ଅଭିଯୁକ୍ତର ମୁଣ୍ଡରେ, ହାତରେ ଓ ଶରୀର ଅନ୍ୟ କିଛି ଅଙ୍ଗରେ କିଛି ଉପକରଣ ଲଗାଯାଏ । ପରେ ମାମଲାର ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତଙ୍କୁ ପ୍ରଶ୍ନ କରିଥାନ୍ତି । ସେହି ସମୟରେ ଅଭିଯୁକ୍ତଙ୍କ ରକ୍ତଚାପର ମାତ୍ରା, ପଲ୍ସ ରେଟ, ହୃଦସ୍ପନ୍ଦନ ଓ ଅନ୍ୟାନ୍ୟ ଶରିରୀର ହାଭଭାବକୁ ଚର୍ଜମା କରାଯାଏ । ଫଳରେ ସେ କହୁଥିବା କଥା ସତ ନା ମିଛି ତାହା ଜଣାପଡେ । ଏକ ଅଭିଜ୍ଞ ଡାକ୍ତର ଟିମ୍‌ ସହାୟତାରେ ତଦନ୍ତକାରୀ ସଂସ୍ଥା ଏହି ପ୍ରକ୍ରିୟା ଶେଷ କରିଥାଏ । ଯାହାକି ତଦନ୍ତ ସମୟରେ ଆଇନସମ୍ମତ ବୋଲି ସୁପ୍ରିମକୋର୍ଟଙ୍କ ରାୟ ରହିଛି ।

  • ବ୍ରେନ୍ ମ୍ୟାପିଂ କ’ଣ

ଏହି ପ୍ରଣାଳୀକୁ ଇଂରାଜୀରେ ‘quantitative electroencephalogram’ କୁହାଯାଏ । ଯାହାକି ଜଣେ ବ୍ୟକ୍ତିର ମାନସିକ ସ୍ଥିତି ସମ୍ପର୍କରେ ସ୍ପଷ୍ଟ କରେ । ବ୍ୟକ୍ତିଙ୍କର ମାନସିକ ଅବସ୍ଥା ଠିକ ରହିଛି ନା, କିଛି ସମସ୍ୟା ଅଛି ସେ ସମ୍ପର୍କରେ ଜଣାପଡେ । କୌଣସି ଜଟିଳ ମାମଲାର ତଦନ୍ତ ସମୟରେ ଆବଶ୍ୟକ ହେଲେ ନ୍ୟାୟିକ ଅନୁମତି ସହ ଏହି ପ୍ରଣାଳୀରେ ଅଭିଯୁକ୍ତ କିମ୍ବା ମାମଲାରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କର ବ୍ରେନ ମ୍ୟାପିଂ କରାଯାଏ ।

ଏହା ମଧ୍ୟ ପଢନ୍ତୁ :- ଭରତପୁର ଥାନା ମାମଲା; କ୍ରାଇମ ସିନ ରିକ୍ରିଏସନ କଲା କ୍ରାଇମବ୍ରାଞ୍ଚ, ନିଲମ୍ବିତ IICଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ - Suspended IIC Polygraph Test

ଏହା ବି ପଢନ୍ତୁ-ଭରତପୁର ଥାନାରେ ଚାଲିଛି ନବଗ୍ରହ ଶାନ୍ତି ପୂଜା, ଗେଟ୍ ଆଗରେ ଝୁଲିଲା ଲେମ୍ବୁ-କଞ୍ଚାଲଙ୍କା - army major fiance assault case

  • ନାର୍କୋ ଆନାଲିସିସ୍‌ ଟେଷ୍ଟ

ରସାୟନିକ ପଦାର୍ଥ ମାଧ୍ୟମରେ ବ୍ୟକ୍ତିଙ୍କୁ କୃତ୍ରିମ ନିଶାସକ୍ତ ଅବସ୍ଥାକୁ ଅଣାଯିବାକୁ ପ୍ରାୟସ କରାଯାଏ । ଫଳରେ ନିଶାସକ୍ତ ଅବସ୍ଥାରେ ସେ ଅନେକ କିଛି ସତ କଥା ପ୍ରକାଶ କରିପାରେ ।

  • କାହିଁକି ହୋଇଥିଲା ବିବାଦ ?

ଗତ ୧୫ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ପଥରଗାଡିଆ ରାସ୍ତାରେ ଆସିବା ବେଳେ କିଛି ଯୁବକଙ୍କ ସହ ବିବାଦ ଉପୁଜିଥିଲା । କିଛି ଦୁର୍ବୁତ୍ତ ସେମାନଙ୍କ ଗାଡ଼ିକୁ ଅଟକାଇ ଅସଦାଚରଣ ସହ ହାତାହାତି କରିଥିବାର ଅଭିଯୋଗ ହୋଇଥିଲା । ଏନେଇ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁ ଅଭିଯୋଗ ସହ ସେହିଦିନ ବିଳମ୍ବିତ ରାତିରେ ଭରତପୁର ଥାନାକୁ ଆସିଥିଲେ । ମାତ୍ର ପୋଲିସ ଅଧିକାରୀଙ୍କ ସହ ବଚସା ହୋଇଥିଲା ଓ ପୋଲିସ ଯୁବତୀଙ୍କୁ ସଙ୍ଗୀନ ଦଫା ସହ କୋର୍ଟ ଚାଲାଣ କରିଥିଲା । ପରେ ଉଭୟ ପଟରୁ ଏତଲା ରୁଜୁ ହୋଇଥିଲା । ପୀଡିତା ଥାନାରେ ଆକ୍ରମଣ ଓ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ତାଙ୍କୁ ସଂଘବଦ୍ଧ ଭାବେ ପୋଲିସ ନିର୍ଯାତନା ଦେଇଛି ବୋଲି ସେ ଅଭିଯୋଗ କରିଥିଲେ ।

  • ଉଭୟ ପଟ ଅଭିଯୋଗ କ୍ରମେ ରୁଜୁ ହୋଇଛି ମାମଲା:-

ଅନ୍ୟପଟେ ପୀଡିତା ନିଶାସକ୍ତ ଅବସ୍ଥାରେ ଆସବାବପତ୍ର ଭଙ୍ଗାରୁଜା କରିବା ସହ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିବା ସେଦିନ ଦାୟିତ୍ବରେ ଥିବା ମହିଳା ପୋଲିସ ଅଧିକାରୀ ଅଭିଯୋଗ କରିଥିଲେ । ରାଜ୍ୟ ରାଜନୀତିକୁ ହଲଚଲ କରିଦେଇଥିବା ଏହି ମାମଲାରେ ଏବେ ନ୍ୟାୟିକ ତଦନ୍ତ ଜାରି ରହିଛି । ହାଇକୋର୍ଟ ମଧ୍ୟ ମାମଲାର ଶୁଣାଣି ଜାରି ରଖିଛନ୍ତି । ଉଭୟ ପକ୍ଷର ଏତଲା ଆଧାରରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଛି । ଭାରତପୁର ଥାନାର ତତ୍କାଳୀନ ଥାନାଅଧିକାରୀ ଓ ଅନ୍ୟ 4 ନିଲମ୍ବିତ ଅଧିକାରୀ ଆଜି ଗାନ୍ଧୀ ନଗର ଲ୍ୟାବରେ ପଲିଗ୍ରାଫ ଟେଷ୍ଟର ସମ୍ମୁଖୀନ ହେଉଛନ୍ତି । ଏହି ରିପୋର୍ଟ ହିଁ ମାମଲାର ମୋଡ ବଦଳାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.