ETV Bharat / state

ଗଣତନ୍ତ୍ର ଦିବସ ପାଇଁ କୋରାପୁଟ ପୁଅଙ୍କୁ ଦିଲ୍ଲୀ ନିମନ୍ତ୍ରଣ, ମହାମାରୀବେଳେ ଥିଲା ମହତ ଅବଦାନ - ENTREPRENEUR DR BIJAYANAND

ଗଣତନ୍ତ୍ର ଦିବସ ପାଇଁ କୋରାପୁଟର ଉଦ୍ୟୋଗୀଙ୍କୁ ଦିଲ୍ଲୀ ନିମନ୍ତ୍ରଣ । କୋଭିଡ ମହାମାରୀ ବେଳେ ଥିଲା ବଡ଼ ଅବଦାନ । ରାତ୍ରିଭୋଜନ ପାଇଁ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ।

Entrepreneur Dr bijayanand
Entrepreneur Dr bijayanand (ETV bharat Odisha)
author img

By ETV Bharat Odisha Team

Published : Jan 20, 2025, 11:06 PM IST

କୋରାପୁଟ: ଗଣତନ୍ତ୍ର ଦିବସ ରାତ୍ରିଭୋଜନରେ ଯୋଗଦେବା ପାଇଁ କୋରାପୁଟର ଡକ୍ଟର ବିଜୟାନନ୍ଦ ପାଣିଗ୍ରାହୀଙ୍କୁ ଆସିଛି ନିମନ୍ତ୍ରଣ । ରାତ୍ରିଭୋଜନରେ ଯୋଗଦେବା ପାଇଁ ଡକ୍ଟର ବିଜୟାନନ୍ଦଙ୍କୁ ନିମନ୍ତ୍ରଣ କରିଛନ୍ତି ରାଷ୍ଟ୍ରପତି । ସେ ହେଉଛନ୍ତି ଭୁବନେଶ୍ୱର ସ୍ଥିତ ଷ୍ଟାର୍ଟଅପ୍ ବାୟୋ-ପାୟୋନିଅର୍ ପ୍ରାଇଭେଟ୍ ଲିମିଟେଡର ପ୍ରତିଷ୍ଠାତା ।

Entrepreneur Dr bijayanand (ETV bharat Odisha)

କେମିତି ଥିଲା ଡକ୍ଟର ବିଜୟାନନ୍ଦଙ୍କ ଯାତ୍ରା:
ଡକ୍ଟର ପାଣିଗ୍ରାହୀଙ୍କ ପ୍ରେରଣାଦାୟକ ଯାତ୍ରା କୋରାପୁଟରୁ ଆରମ୍ଭ ହୋଇଥିଲା । ଯେଉଁଠାରେ ସେ ଏକ୍ସ-ବୋର୍ଡ ୟୁପି ସ୍କୁଲ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଏବଂ ସରକାରୀ କଲେଜରେ ଅଧ୍ୟୟନ କରିଥିଲେ । ପରେ ସେ ଉଚ୍ଚଶିକ୍ଷା ଏବଂ ଗବେଷଣା ପାଇଁ ଭୁବନେଶ୍ୱରକୁ ଚାଲିଯାଇଥିଲେ । ତେବେ ଭାରତର ଔଷଧ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ।

କେଉଁଥିରେ ମିଲିଥିଲା ସଫଳତା:

2020 ମସିହାରେ, କୋଭିଡ ମହାମାରୀ ସମୟରେ ଡକ୍ଟର ବିଜୟାନନ୍ଦ ପାଣିଗ୍ରାହୀ ଏବଂ ତାଙ୍କ ଦଳ ପ୍ରୋଟେଜ୍ ଇନହିବିଟର ବିକଶିତ କରିଥିଲେ । ଯାହା ଔଷଧ ଉତ୍ପାଦନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ଥିଲା। ତାଙ୍କର ଏହି ସଫଳତାକୁ କେନ୍ଦ୍ର ସରକାରଙ୍କ ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଦ୍ୱାରା ସମର୍ଥନ କରାଯାଇଥିଲା । ଯାହାକି 2016 ରେ ଯାତ୍ରା ଆରମ୍ଭ କରିଥିବା ଏହି ରାସାୟନିକ ପଦାର୍ଥର ବୃହତ ପରିମାଣର ଉତ୍ପାଦନକୁ ସକ୍ଷମ କରିଥିଲା । ତାଙ୍କ ଅବଦାନକୁ ସ୍ୱୀକୃତି ଦେଇ ଦେଶର ରାଷ୍ଟ୍ରପତି ଡକ୍ଟର ବିଜୟାନନ୍ଦ ପାଣିଗ୍ରାହୀଙ୍କୁ ଗଣତନ୍ତ୍ର ଦିବସ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି । ଯାହାକି ତାଙ୍କ ପାଇଁ ଏକ ବଡ଼ ସମ୍ମାନର କଥା ବୋଲି କହିଛନ୍ତି ଡକ୍ଟର ବିଜୟାନନ୍ଦ ପାଣିଗ୍ରାହୀ ।

ଏହା ବି ପଢନ୍ତୁ...ଗଣତନ୍ତ୍ର ପରେଡରେ ହେବେ ସାମିଲ ହେବେ ଲକ୍ଷପତି ଦିଦି ରେଶମା, ଦିଲ୍ଲୀରୁ ଆସିଛି ଡାକରା

ଏହା ବି ପଢନ୍ତୁ...ଉଦ୍ୟୋଗୀ ସଜାଇଛି ସମ୍ବଲପୁରୀ ଫାବ୍ରିକ ଅଳଙ୍କାର

ବିଦ୍ୟାଳୟ ଗସ୍ତ କରି ଛାତ୍ରଛାତ୍ରୀଙ୍କୁ ଦେଲେ ଗୁରୁମନ୍ତ୍ର:

ଦିଲ୍ଲୀ ଯିବା ପୂର୍ବରୁ, ଡକ୍ଟର ବିଜୟାନନ୍ଦ ପାଣିଗ୍ରାହୀ ଅଧ୍ୟୟନ କରିଥିବା ସମସ୍ତ ତିନୋଟି ଅନୁଷ୍ଠାନକୁ ଗସ୍ତ କରିଥିଲେ । ସେଠାରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଛନ୍ତି ବିଜୟାନନ୍ଦ। ଡକ୍ଟର ବିଜୟାନନ୍ଦ କହିଛନ୍ତି, "କୋଭିଡ ସମୟରେ ଏହି ଉଦ୍ୟୋଗ ସଫଳତା ଆଣିଦେଇଥିଲା । ମେଡିସିନ କ୍ଷେତ୍ରରେ ଯେହେତୁ ଅଭାବ ପରିଲକ୍ଷିତ ହୋଇଥାଏ, ଆମର ପ୍ରଚେଷ୍ଟା କିଚି ମାତ୍ରାରେ ସେହି ଅଭାବକୁ ଦୂର କରିପାରିଥିଲା ।" ଡକ୍ଟର ବିଜୟାନନ୍ଦଙ୍କ ପ୍ରଶଂସା କରି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଅଧ୍ୟକ୍ଷ ହରିହର ସାହୁ କହିଛନ୍ତି, "ସେ କେବଳ ଆମ ବିଦ୍ୟାଳୟ ପାଇଁ ନୁହେଁ, ବରଂ ପୂରା କୋରାପୁଟ ପାଇଁ ଗର୍ବ ଆଣିଛନ୍ତି ।" ସେହିପରି ତାଙ୍କଠାରୁ ଅନୁପ୍ରାଣିତ ହୋଇଥିବା କଥା କହିଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.