ଭୁବନେଶ୍ବର: ବେରୋଜଗାର ସମସ୍ୟାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଜାତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଉଦୟ ଭାନୁ ଚିବ୍ । 'ରାଜ୍ୟରେ ବିଜେପି ସରକାର ଆସିବା ପରେ ନିଶା କାରବାର ଓ ବେରଜଗାରୀ ବଢିଯାଇଛି । ରିମୋଟ କଣ୍ଟ୍ରୋଲରେ ଏଠାକାର ସରକାରଙ୍କୁ ନଚାଯାଉଛି । ସରକାର କାଠ କଣ୍ଢେଇ ପରି ନାଚୁଛନ୍ତି ବୋଲି କହିଛନ୍ତି ଉଦୟ ଭାନୁ ଚିବ୍ । ସେହିପରି ଓଡ଼ିଶାରେ କଂଗ୍ରେସର ପରାଜୟ ବିଷୟରେ କହିବା ସହ ଖୁବଶୀଘ୍ର ପିସିସି ସଭାପତି ପରେ ଓଡ଼ିଶାରେ ଯୁବ କଂଗ୍ରେସ ସଭାପତିଙ୍କ ନାମ ଘୋଷଣା ହେବ ବୋଲି ସେ କହିଛନ୍ତି ।
- ରାଜ୍ୟରେ ବେରୋଜଗାରୀ ଓ ନିଶା ବଢି ଚାଲିଛି:
'ଇଟିଭି ଭାରତ'କୁ ସାକ୍ଷାତକାର ଦେଇ ଉଦୟ ଭାନୁ ଚିବ୍ କହିଛନ୍ତି, '' ଆଜି ଯୁବ ଭାରତରେ 2ଟି ସମସ୍ୟା ରହିଛି । ତାହା ହେଉଛି ବେରୋଜଗାରୀ ଓ ନିଶା । ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ବଢିୟାଇଛି । ନିଶା କାରବାର ବୃଦ୍ଧି ଘଟୁଛି କିନ୍ତୁ ସରକାର ରୋକ ଲଗାଇ ପାରୁନାହାନ୍ତି । ଏହାର ସବୁଠାରୁ ବଡ କାରଣ ବିଜେପି ଏଥିରେ ନିଜେ ଭାଗୀଦାରୀ ରହିଛି । ମୋଦିଙ୍କ ମିତ୍ର ଆଦାନୀଙ୍କ ପୋର୍ଟରେ ଡ୍ରଗ୍ସ ଜବତ କରାଗଲା, କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ବିଜେପି ଫୋକସରେ ବଡ ବଡ ବ୍ୟବସାୟୀମାନେ କିପରି ଲାଭବାନ ହେବେ । ''
ଏହା ମଧ୍ୟ ପଢନ୍ତୁ-କିଏ ହେବେ PCC ସଭାପତି? ସପ୍ତଗିରି ଏବଂ ଭକ୍ତଙ୍କୁ ତାରାଙ୍କ ସମର୍ଥନ ଓଡ଼ିଶାର ମୁଖ୍ୟମନ୍ତ୍ରୀ କଟପୁତଳି ବନିଯାଇଛନ୍ତି: |
ସେ ଆହୁରି ମଧ୍ୟ କହିଛନ୍ତି, ''ଓଡ଼ିଶାର ମୁଖ୍ୟମନ୍ତ୍ରୀ କଟପୁତଳି ବନିଯାଇଛନ୍ତି । ଯୁବ ଓ ମିହଳାଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇ ବିଜେପି ସରକାରକୁ ଆସିଥିଲେ ତାହା କିଛିବି କରୁନାହାନ୍ତି । ରିମୋଟ କଣ୍ଟ୍ରୋଲ ପରି ଏହି ସରକାରଙ୍କୁ ନଚାଯାଉଛି । ସରକାର କଟପୁତଳି ପରି ନାଚୁଛନ୍ତି । ଏଠାରେ କ୍ରାମଇ ବଡି ଚାଲିଛି । ଏହି ସବୁ ପ୍ରସଙ୍ଗରେ ସରକାରଙ୍କୁ ଆଇନା ଦେଖାଇବା ପାଇଁ ଆମେକୁ ଆନ୍ଦୋଳନ କରୁଛୁ ଓ କରିବୁ ମଧ୍ୟ । ''
ଓଡ଼ିଶାରେ କଂଗ୍ରେସର ଉନ୍ନତି କାହିଁକି ହେଉନି ?
ସେ ଆହୁରି ମଧ୍ୟ କହିଛନ୍ତି, '' କଂଗ୍ରେସର କିଛି ଦୁର୍ବଳତା ରହିଛି , ଯେଉଁଥି ପାଇଁ ଆମେ ଯାହା ଆଶା ରଖିଥିଲୁ 70ରୁ 80 ଟିରେ ବିଜୟୀ ହେବୁ ତାହା ହୋଇପାରିଲା ନାହିଁ । ଦୁର୍ବଳତାକୁ ଦୂର କରିବା ପାଇଁ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ଯେଉଁଟାବି ଆମର ଭୁଲ ରହିଛି ତାକୁ ଆମକୁ ଚିହ୍ନିବାକୁ ପଡିବ । ଏହାପରେ ତାକୁ ଠିକ କରିବାକୁ ପଡିବ, ନଚେତ କିଛି ପରିବର୍ତ୍ତନ ହୋଇପାରି ନାହିଁ । ''
ଲୋକଙ୍କ ସ୍ବର ହେବ କଂଗ୍ରେସ:
ଏକ ମାସ ହୋଇଗଲା ରାଜ୍ୟ କଂଗ୍ରେସରେ ପିସିସି ସଭାପତି ପଦ ଖାଲି ପଡିଛି । ଏନେଇ ସେ କହିଛନ୍ତି, ''ଏକ ମାସ ଆହୁରି ବିଳମ୍ବ ମଧ୍ୟ ହେଉ କିନ୍ତୁ ଏମିତି ଏକ କମିଟି ହେଉ ଯାହା ଦ୍ବାରା ସମନ୍ବୟରେ ସମସ୍ତ କାମ ହେଉ ଏବଂ ଲକ୍ଷ୍ୟ ଗୋଟିଏ ରହୁ ଓଡ଼ିଶାର ଲୋକ କେବେ କୌଣସି ଆବଶ୍ୟକତା ପଡିଲେ ତାଙ୍କର ସ୍ବର ହେବାକୁ ପିସିସି ହୁଅନ୍ତୁ କି ଯୁବ କଂଗ୍ରେସ ସବୁଦିନ ଛିଡା ହେବେ । ଓଡ଼ିଶା ୟୁଥ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ ଜୋସ ରହିଛି ସେମାନଙ୍କୁ ଉଚିତ ମାର୍ଗଦର୍ଶନ ମିଳିଗଲେ ଆଗକୁ ଆମକୁ ବହୁତ ସାରା ବିଧାୟକ ମିଳିଯିବେ । ଖୁବଶୀଘ୍ର ପିସିସି ସଭାପତି ଘୋଷଣା ହେବେ। ଏହାପରେ ଓଡ଼ିଶାରେ ଯୁବ କଂଗ୍ରେସ ସଭାପତି ଘୋଷଣା ହେବ। ଯୁବ କଂଗ୍ରେସ ସଦସ୍ୟ କାମ କରୁଛନ୍ତି । ଏହା ଦେଖି ମୋତେ ବହୁତ ଖୁସି ଲାଗିଲା । ''
ଇଟିଭି ଭାରତ, ଭୁବନେଶ୍ବର