ETV Bharat / international

‘ଆମେରିକାର ସୁବର୍ଣ୍ଣ ଯୁଗ ଆରମ୍ଭ’: ଶପଥ ନେଲେ ଟ୍ରମ୍ପ - DONALD TRUMP

ବାଇଡେନଙ୍କ ସହ କ୍ୟାପିଟାଲ ବିଲ୍ଡିଂ ପହଞ୍ଚିଲେ ଟ୍ରମ୍ପ । ନେଲେ ଶପଥ । ଆରମ୍ଭ ହେଲା ଟ୍ରମ୍ପ ଯୁଗ । ଦେଶକୁ ସମ୍ବୋଧିତ କଲେ ।

ଆମେରିକାର 47ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଟ୍ରମ୍ପ
ଆମେରିକାର 47ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଟ୍ରମ୍ପ (ETV Bharat Odisha)
author img

By ETV Bharat Odisha Team

Published : Jan 20, 2025, 10:40 PM IST

Updated : Jan 21, 2025, 9:01 AM IST

ହାଇଦ୍ରାବାଦ: ଆମେରିକାରେ ପୁଣି ଥରେ ଆରମ୍ଭ ହେଲା ଟ୍ରମ୍ପ ଯୁଗ । ଦେଶର 47ତମ ରାଷ୍ଟ୍ରପତି ଭାବେ ଆଜି (ସୋମବାର) ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିଛନ୍ତି । ରାଜଧାନୀ ଓ୍ବାଶିଂଟନ-ଡିସିର କ୍ୟାପିଟାଲ ବିଲ୍ଡିଂ ଇନଡୋର ହଲରେ ଆୟୋଜିତ ଭବ୍ୟ ସମାରୋହରେ ଆମେରିକାର ପ୍ରଧାନ ବିଚାରପତି ଜନ୍ ରବର୍ଟସ୍ ଟ୍ରମ୍ପଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପ୍ରଥମେ ଉପ-ରାଷ୍ଟ୍ରପତି ଭାବେ ଜେଡି ଭାନ୍ସ ଶପଥ ନେଇଥିଲେ । ଏହା ପରେ ଟ୍ରମ୍ପ ପୋଡିୟମକୁ ଆସି ଶପଥ ପାଠ କରିଛନ୍ତି । କାର୍ଯ୍ୟକ୍ରମରେ ବିଦାୟୀ ରାଷ୍ଟ୍ରପତି ଜୋ.ବାଇଡେନ ଓ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ଜର୍ଜ ବୁସ ମଧ୍ୟ ଉପସ୍ଥିତ ଥିଲେ । ଶପଥ ନେବା ପରେ ବାଇଡେନ, ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ଆମେରିକୀୟ ପରମ୍ପରା ଅନୁସାରେ, ଟ୍ରମ୍ପ ଦେଶକୁ ସମ୍ବୋଧିତ କରିଛନ୍ତି ।

ଆମେରିକାର 47ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଟ୍ରମ୍ପ
ଆମେରିକାର 47ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଟ୍ରମ୍ପ (ETV Bharat Odisha)
  • ଆମେରିକା ପ୍ରଥମ ମୋର ନୀତି ହେବ:-

ଶପଥ ନେବା ପରେ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି ଟ୍ରମ୍ପ । କହିଛନ୍ତି,‘‘ ଆମେରିକାର ସୁବର୍ଣ୍ଣ ଯୁଗ ଆରମ୍ଭ ହେଲା । ଆମେରିକା ‘ପ୍ରଥମ ନୀତି’ରେ ମୋ ପ୍ରଶାସନ କାର୍ଯ୍ୟ କରିବ । ଆମେରିକାର ସାର୍ବଭୌମତ୍ବ, ଜାତୀୟ ନିରାପତ୍ତା ଓ ନ୍ୟାୟକୁ ପ୍ରାଥମିକତା ମିଳିବ । ଆମେରିକାର ପୂର୍ବାପେକ୍ଷା ଦୃଢ ଓ ଶକ୍ତିଶାଳୀ ହେବ । ଆମେରିକାର ଶତ୍ରୁକୁ ପରାସ୍ତ କରିବା ପାଇଁ ସେନାକୁ ପୂର୍ଣ୍ଣ ସ୍ବାଧୀନତା ମିଳିବ ।’’

  • ଆମେରିକା ମାଟିରେ କେହି ଅନୁପ୍ରବେଶ କରିପାରିବେ ନାହିଁ :ଟ୍ରମ୍ପ

ଟ୍ରମ୍ପ କହିଛନ୍ତି,‘‘ଏବେ ବିଶ୍ବରେ ଜାରି ରହିଥିବା ବିଶ୍ବାସ ଅଭାବର ସଙ୍କଟକୁ ଆମେରିକା ଦୂର କରିବ । 250 ବର୍ଷ ମଧ୍ୟରେ ସର୍ବାଧିକ ଆହ୍ବାନ ସାମ୍ନା କରିଥିବା ରାଷ୍ଟ୍ରପତି ମୁଁ ନିଜେ । ମୋତେ ହତ୍ୟା ଉଦ୍ୟମ ହୋଇଛି । ମୋତେ ମୋର ସୁରକ୍ଷାକର୍ମୀମାନେ ରକ୍ଷା କରିଥିଲେ । ମୋତେ ରକ୍ଷା କରିବାର ଉଦ୍ଦେଶ୍ୟ ଥିଲା ମହାନ ଆମେରିକାର ଆଉଥରେ ପୁନର୍ଗଠନ କରିବା । ଚଳିତବର୍ଷର ନିର୍ବାଚନ ଇତିହାସରେ ଉଲ୍ଲେଖ ହୋଇରହିବ । ଆମେରିକାର ପୁନର୍ଗଠନ ହେବ । ମୋ ପ୍ରଶାସନ ଦକ୍ଷିଣ-ସୀମାରେ ଜାତୀୟ ଜରୁରୀ ସ୍ଥିତି ଘୋଷଣା କରୁଛି । ବେଆଇନ ଅନୁପ୍ରବେଶକୁ ରୋକାଯିବ । ମୋକ୍ସିକୋ ସୀମାକୁ ସୈନ୍ୟ ପଠାଇବାକୁ ମୁଁ ନିର୍ଦ୍ଦେଶ ଦେବି ।’’

ଏହା ମଧ୍ୟ ପଢନ୍ତୁ:-

ଆମେରିକାରେ ଆଜିଠୁ ଟ୍ରମ୍ପ ଯୁଗ, ୪୭ତମ ରାଷ୍ଟ୍ରପତି ଭାବେ ନେବେ ଶପଥ - DONALD TRUMP SWEARING

ଏହା ମଧ୍ୟ ପଢନ୍ତୁ-2024 ଆମେରିକାରେ ସତ୍ତା ପରିବର୍ତ୍ତନର ବର୍ଷ, ଟ୍ରମ୍ପ ଶାସନ ଭାରତ ପାଇଁ ଆହ୍ବାନ ନା ସୁଯୋଗ - YEARENDER 2024

ଏହା ମଧ୍ୟ ପଢନ୍ତୁ-ଟ୍ରମ୍ପଙ୍କ କ୍ୟାବିନେଟରେ ସ୍ଥାନ ପାଇଲେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ, କାଶ୍ ପଟେଲ FBI ନିର୍ଦ୍ଦେଶକ - KASH PATEL AS CHOICE TO LEAD FB

  • ଆମେରିକାର ଚଳିତ ନିର୍ବାଚନ ସମ୍ପର୍କରେ...

ଗତବର୍ଷ (2024) ନଭେମ୍ବର 5 ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଡେମୋକ୍ରାଟିକ ଦଳର ପ୍ରାର୍ଥୀ ତଥା ବିଦାୟୀ ଉପରାଷ୍ଟ୍ରପତି କମଲା ହାରିସ ଓ ରିପବ୍ଲିକାନ ଦଳର ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଏକାଧିକ ନିର୍ବାଚନୀ ସଭାରେ ଟ୍ରମ୍ପଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ମଧ୍ୟ ହୋଇଥିଲା । ଶେଷରେ ସର୍ବାଧିକ ଭୋଟ ପାଇ ବିଜୟୀ ହୋଇଥିଲେ ଟ୍ରମ୍ପ । ଟ୍ରମ୍ପ ରାଷ୍ଚ୍ରପତି ଭାବେ ଦ୍ବିତୀୟ ପାଳି ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 21, 2025, 9:01 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.