ETV Bharat / state

୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ପରିବର୍ତ୍ତନ ରାଲିକୁ କରିବେ ସମ୍ବୋଧନ - CM Mohan Majhi In Jharkhand

CM Mohan Majhi In Jharkhand: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ୨ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି ପରିବର୍ତ୍ତନ ରାଲି ଏବଂ ଦଳୀୟ ସମାବେଶରେ ଦେବେ ଯୋଗ ।

Odisha CM Mohan Majhi
Odisha CM Mohan Majhi (ETV Bharat Odisha)
author img

By ETV Bharat Odisha Team

Published : Sep 30, 2024, 1:30 PM IST

Updated : Sep 30, 2024, 4:57 PM IST

ଭୁବନେଶ୍ବର: ଝାଡ଼ଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜିଠୁ ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ବର ବିମାନ ବନ୍ଦରରୁ ସ୍ବତନ୍ତ୍ର ବିମାନରେ ଝାଡଖଣ୍ଡ ଯାତ୍ରା । ଝାଡଖଣ୍ଡରେ ଏକାଧିକ କାର୍ଯ୍ୟକ୍ରମ ସହ ଜନସଭାକୁ ସମ୍ବୋଧନ । ବିଜେପି ପରିବର୍ତ୍ତନ ରାଲିରେ ଯୋଗଦେବେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋଲହାନରେ ପରିବର୍ତ୍ତନ ରାଲିରେ ସାମିଲ ହେବା ପରେ ଦିନ ୩ଟା ସମୟରେ ମାଝଗାଁଓ ସ୍କୁଲ ପଡିଆ ସ୍ଥିତ ସଭାରେ ମଧ୍ୟ ଜନସଭାକୁ କରିବେ ସମ୍ବୋଧନ । ପରେ ସନ୍ଧ୍ୟା ୫ଟା ସମୟରେ ଚାଇଁବାସାରେ ପହଞ୍ଚି ସ୍ଥାନୀୟ ସରକିଟ୍ ହାଉସରେ କରିବେ ରାତ୍ରଯାପନ । ପରେ କାଲି(ମଙ୍ଗଳବାର) ଚାଇଁବାସାରେ ଜନସଭାରେ ହେବେ ସାମିଲ ।

ଝାଡ଼ଖଣ୍ଡରେ ଓଡ଼ିଶା ମୁଖ୍ୟମନ୍ତ୍ରୀ:

ବିଜେପିର ଟାଣୁଆ ଆଦିବାସୀ ଚେହେରା ତଥା କେନ୍ଦୁଝର ସାନ୍ତାଳୀ ଜନଜାତିର ବଡ ଚେହେରା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଚଳିତ ବର୍ଷ ଶେଷ ଆଡକୁ ଝାଡଖଣ୍ଡରେ ନିର୍ବାଚନ ହେବାକୁ ଥିବାବେଳେ ଏବେଠୁ ଆଦିବାସୀ ବହୁଳ ରାଜ୍ୟରେ ଅଣ୍ଟା ଭିଡିଛି ବିଜେପି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦଳୀୟ ସମାବେଶରେ ସାମିଲ ହେବା ସହିତ ଜନସଭାକୁ ସମ୍ବୋଧନ କରିବେ ବୋଲି ସୂଚନା ରହିଛି । ଝାଡଖଣ୍ଡ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେପି ପରିବର୍ତ୍ତନ ସଭାରେ ଯୋଗ ଦେବେ ।

ବିଜେପି ସହ ପ୍ରଭାରୀ ଲତା ଉଷେଣ୍ଡି, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ପ୍ରତିକ୍ରିୟା (ETV Bharat Odisha)

ଏହା ବି ପଢନ୍ତୁ-ମୋଦିଙ୍କ 'ମନ୍ କି ବାତ୍' ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - PM MANN KI BAAT

ଏହା ବି ପଢନ୍ତୁ- ଓ୍ଵାର୍ଲ୍ଡ ସ୍କିଲ୍: ଓଡ଼ିଶାର ବିଜେତାଙ୍କୁ ସମର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - World Skill Competition 2024

ଜନସଭାକୁ ସମ୍ବୋଧନ:

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଞ୍ଚିରେ ପହଞ୍ଚିବା ପରେ ସେଠାରୁ ସ୍ବତନ୍ତ୍ର ବିମାନ ଯୋଗେ ସିଧାସଳଖ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯାତ୍ରା । ଆଜି କୋଲହାନ ସ୍ଥିତ ଦଳୀୟ ପରିବର୍ତ୍ତନ ରାଲିରେ ସାମିଲ ହେବା ପରେ ମାଝଗାଓଁ ସ୍କୁଲ ପଡିଆ ସ୍ଥିତ ଜନସଭାକୁ ୩ଟା ସମୟରେ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପରେ ସେଠାରୁ ଚାଇଁବାସା ସ୍ଥିତ ସରକିଟ୍ ହାଉସରେ ରାତ୍ର ଯାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

୨ ଦିନିଆ ଝାଡ଼ଖଣ୍ଡ ଗସ୍ତ:

ମଙ୍ଗଳବାର ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚାଇଁବାସାଠାରେ ଜନସଭାକୁ ସମ୍ବୋଧନ କରିବା ପରେ ଅପରାହ୍ଣ ୪ଟା ସମୟରେ ଭୁବନେଶ୍ବର ଅଭିମୁଖେ ରାଞ୍ଚିରୁ ଉଡାଣ ଭରିବେ ବୋଲି ସୂଚନା ରହିଛି ।

ଏହା ବି ପଢନ୍ତୁ-ହସିବ ଜନ୍ମମାଟି କେନ୍ଦୁଝର, ନିଜ ଜିଲ୍ଲାକୁ ବଡ଼ ଭେଟିଦେଲେ ମୁଖ୍ୟମନ୍ତ୍ରୀ ମୋହନ - CM MOHAN LAUNCHES PROJECTS

ଏହା ବି ପଢନ୍ତୁ- ମୋହନ ସରକାରଙ୍କ 100 ଦିନ, ରିପୋର୍ଟ କାର୍ଡ କେତେ ସଫଳ ? - 100 days Of Odisha BJP GOVT

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବା ପରେ ଝାଡଖଣ୍ଡ ଗସ୍ତ କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ । ଝାଡଖଣ୍ଡ ନିର୍ବାଚନ ସହ-ପ୍ରଭାରୀ ରହିଛନ୍ତି ହିମନ୍ତ ବିଶ୍ବ ଶର୍ମା । ସେ ଗତ ୨୭ ତାରିଖ ଦିନ ଭୁବନେଶ୍ବର ରାଜଭବନରେ ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମଧ୍ୟ ଭେଟିଥିଲେ ।

ଏପରିକି ଗତ ୨୮ ତାରିଖ ଦିନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଝାଡଖଣ୍ଡର ବିଭିନ୍ନ ଜନସମାବେଶରେ ସାମିଲ ହୋଇଥିଲେ । ଓଡିଶାର ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲ୍ଲା ଝାଡଖଣ୍ଡର ସୀମାବର୍ତ୍ତୀ ଅଞ୍ଚଳ ।

ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି କସରତ ଆରମ୍ଭ କରିଥିବା ବେଳେ ଓଡିଶାର ଅନେକ ନେତା ମନ୍ତ୍ରୀ, ବିଧାୟକ ଏବଂ ସାଂସଦଙ୍କୁ ନେଇ ପ୍ରଚାର ପାଇଁ ଆଖି ରଖିଛି । କାରଣ ଝାଡଖଣ୍ଡରେ ଲକ୍ଷ ଲକ୍ଷ ଓଡିଆ ଲୋକ ବାସ କରୁଥିବା ବେଳେ ଓଡିଆ ନେତାଙ୍କ ମାରାଥନ ପ୍ରଚାର ବିଜେପି ଆଡକୁ ଭୋଟ ଟାଣିବା ଆଶା ରଖିଛି ଦଳ ।

‘ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଝାଡଖଣ୍ଡ ଗସ୍ତ ବିଜେପିକୁ ଫାଇଦା ଦେବ’

"ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଝାଡଖଣ୍ଡ ଗସ୍ତ ବିଜେପିକୁ ଫାଇଦା ଦେବ । ଓଡ଼ିଶା ପରି ଝାଡ଼ଖଣ୍ଡରେ ଡବଲ ଇଞ୍ଜିନ ସରକାର ହେବ । ଝାଡ଼ଖଣ୍ଡବାସୀ ମୋଦି ଗ୍ୟାରେଣ୍ଟିକୁ ଝାଡ଼ଖଣ୍ଡର ମଧ୍ୟ ମୋହର ମାରିବେ, " ବୋଲି କହିଛନ୍ତି ରାଜ୍ୟ ସହ ପ୍ରଭାରୀ ଲତା ଉଷେଣ୍ଡି । ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ । ଆଜି ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଚାଇଁବାସାର କୋଲ୍ ହାନ୍ ଯିବେ। ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଆଗକୁ ଝାଡ଼ଖଣ୍ଡ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପଶ୍ଚିମ ସିଂହଭୂମି ଓ କୋଲହାନରେ ସଂଖ୍ୟାଧିକ ଓଡ଼ିଆ ଭାଷାଭାଷୀ ବସବାସ କରନ୍ତି। ସେସବୁ ସ୍ଥାନକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓଡ଼ିଆ ଭାଷାଭାଷୀଙ୍କ ଉପରେ ପ୍ରଭାବ ପକାଇବ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଝାଡଖଣ୍ଡ ଗସ୍ତ ବିଜେପିକୁ ଫାଇଦା ଦେବା ବୋଲି କହିଛନ୍ତି ରାଜ୍ୟ ସହ ପ୍ରଭାରୀ ଲତା ଉଷେଣ୍ଡି । ଓଡ଼ିଶା ପରି ଝାଡ଼ଖଣ୍ଡରେ ଡବଲ ଇଞ୍ଜିନ ସରକାର ହେବ। ଝାଡ଼ଖଣ୍ଡବାସୀ ମୋଦି ଗ୍ୟାରେଣ୍ଟିକୁ ଝାଡ଼ଖଣ୍ଡର ମଧ୍ୟ ମୋହର ମାରିବେ।

ଓଡ଼ିଶା ପରି ଝାଡ଼ଖଣ୍ଡରେ ମଧ୍ୟ ଡବଲ ଇଞ୍ଜିନ ସରକାର ହେବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡଖଣ୍ଡ ଗସ୍ତ କରିଛନ୍ତି। ବିଜେପିର ନିର୍ବାଚନ ପ୍ରଚାର ପାଇଁ ବିଭିନ୍ନ ସଭାରେ ଯୋଗ ଦେବେ। ଏହାର ଫାଇଦା ଝାଡଖଣ୍ଡରେ ବିଜେପିକୁ ମିଳିବ। ଓଡ଼ିଶା ପରି ଝାଡଖଣ୍ଡରେ ମଧ୍ୟ ଡବଲ ଇଞ୍ଜିନ ସରକାର ହେବ। ମୋଦି ଗ୍ୟାରେଣ୍ଟିକୁ ଯେଭଳି ଦେଶ ବ୍ୟାପି ସ୍ବୀକାର କରିଛନ୍ତି। ଝାଡ଼ଖଣ୍ଡବାସୀ ମୋଦି ଗ୍ୟାରେଣ୍ଟିକୁ ଝାଡ଼ଖଣ୍ଡର ମଧ୍ୟ ମୋହର ମାରିବେ।ନିର୍ବାଚନ ପ୍ରକ୍ରିୟାରେ ବିଜେପି କାର୍ଯ୍ୟକର୍ତ୍ତା ବିଭିନ୍ନ କ୍ଷେତ୍ରରୁ ଆସି କାମ କରିବାରେ ନଜିର ରହିଛି। ତାହା ଓଡ଼ିଶାରେ ଦେଖିଥିବେ। ଝାଡଖଣ୍ଡରେ ଯେହେତୁ ନିର୍ବାଚନ ତାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପିର ବରିଷ୍ଠ ପଦାଧିକାରୀ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ବିଜେପିର ପ୍ରଚାର ପାଇଁ ଗସ୍ତ କରୁଛନ୍ତି।

ସେହିପରି ଏହି ପ୍ରସଙ୍ଗରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ପ୍ରତିକ୍ରିୟାରେ କହିଛନ୍ତି, "ଓଡ଼ିଶାର ଅଧିକ ସମ୍ବନ୍ଧ ଝାଡଖଣ୍ଡ ରାଜ୍ୟର ବିଭିନ୍ନ ଜିଲା ଗୁଡିକ ଅଛି। ସଢେ଼ଇକଳା, ଖରସୁଆଁ, ଚାଇଁବାସା ଏ ସବୁର ସଂସ୍କୃତି ଆଉ ଓଡ଼ିଶାର ସଂସ୍କୃତି ସମାନ। ଏସବୁ ଅଞ୍ଚଳ କୁ ମୋହନ ମାଝୀ ବହୁ ଥର ଯାଇଛନ୍ତି। କାରଣ ତାଙ୍କ ସମ୍ପ୍ରଦାୟର ଲୋକେ ସେଠାରେ ଅଛନ୍ତି। ସେମାନେ ଗର୍ବ କରିବେ ଯେ, ତାଙ୍କ ସମ୍ପ୍ରଦାୟର ଜଣେ ଲୋକୋ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଯେଉଁ କାମରେ ଝାଡଖଣ୍ଡ ଯାଇଛନ୍ତି ନିଶ୍ଚିତ ଭାବେ ସଫଳ ହେବେ ।"

Last Updated : Sep 30, 2024, 4:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.