ETV Bharat / state

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହସ୍ତକ୍ଷେପ, ଅଧଘଣ୍ଟା ବଢ଼ିଲା ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି - CUTTACK BALI JATRA TIMING EXTENDED

କଟକ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟକୁ ଅଧଘଣ୍ଟା ବଢ଼ାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତି ମଞ୍ଚ ରାତି 10ଟା 30 ମିନିଟ ଯାଏଁ ଚାଲିବ ।

ବଢିଲା ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି, ଏଣିକି ସାଢେ 10ଟା ଯାଏ ମେଲୋଡି
ବଢିଲା ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି, ଏଣିକି ସାଢେ 10ଟା ଯାଏ ମେଲୋଡି (ETV Bharat odisha)
author img

By ETV Bharat Odisha Team

Published : Nov 18, 2024, 10:11 AM IST

କଟକ: ବଢ଼ିଲା ବାଲିଯାତ୍ରା ସଂଧ୍ୟାକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମର ଅବଧି । ଏଣିକି ରାତି 10ଟା ନୁହେଁ, ବରଂ 10ଟା 30 ମିନିଟ ପର୍ଯ୍ୟନ୍ତ ସଂସ୍କୃତିକ କାର୍ଯ୍ୟକ୍ରମ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶନିବାର ରାତିରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯାଉଥିବା ବେଳେ ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇଥିବାରୁ ପୋଲିସ ପହଞ୍ଚି କାର୍ଯ୍ୟକ୍ରମ ବନ୍ଦ କରିବା ସହ ମଞ୍ଚ ଖାଲି କରିଥିଲା ।

  • ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଶନିବାରର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଧା ନଉପୁଜିବା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାପାଳ ଓ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫଳ ସ୍ୱରୂପ କଟକ ଜିଲ୍ଲାପାଳ ମାଜିଷ୍ଟ୍ରେଟ କ୍ଷମତା ପ୍ରୟୋଗ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧିକୁ ଆଉ ଅଧ ଘଣ୍ଟା ବୃଦ୍ଧି କରିଛନ୍ତି । ଏଣିକି ରାତି ସାଢେ 10ଟା ପର୍ଯ୍ୟନ୍ତ ଉଭୟ ମଞ୍ଚ ‘ଗଣକବି ବୈଷ୍ଣବ ପାଣି ମଞ୍ଚ’ ଓ ‘ଅକ୍ଷୟ ମହାନ୍ତି’ ମଞ୍ଚରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି ନିର୍ଦ୍ଦେଶ ଜାରି ହେବା ପରେ ଗତକାଲି (ରବିବାର) ସନ୍ଧ୍ୟାରେ ରାତି ସାଢେ 10ଟା ପର୍ଯ୍ୟନ୍ତ ସଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା । ସୁଫି ଗୀତରେ ଝୁମିଥିଲେ ହଜାର ହଜାର ଦର୍ଶକ ଓ ଅତିଥି । ‘ହମସୁଫି ବ୍ୟାଣ୍ଡ’ ପକ୍ଷରୁ କଣ୍ଠଶିଳ୍ପୀ କ୍ରିଷ୍ଣା ବିଭିନ୍ନ ସୁଫି ଗୀତ ପରିବେଷଣ କରି ଦର୍ଶକଙ୍କୁ ମତୁଆଲା କରିଥିଲେ ।

ବଢିଲା ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି, ଏଣିକି ସାଢେ 10ଟା ଯାଏ ମେଲୋଡି (ETV Bharat odisha)

ଏହା ମଧ୍ୟ ପଢନ୍ତୁ:- ନୌସେନାରେ କ୍ୟାରିୟର କରିବାକୁ ଚାହୁଁଛନ୍ତି କି, ବୁଲି ଆସନ୍ତୁ କଟକ ବାଲିଯାତ୍ରା Indian Navy ଷ୍ଟଲ୍‌

ଏହା ମଧ୍ୟ ପଢନ୍ତୁ:- ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

  • ଅସୀମା ପଣ୍ଡାଙ୍କ କାର୍ଯ୍ୟକ୍ରମ ଅଧାରୁ ବନ୍ଦ କରିଥିଲା ପୋଲିସ

ଗତ ଶନିବାର(୧୬ ତାରିଖ) ଜଣାଶୁଣା କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ମେଲୋଡି କାର୍ଯ୍ୟକ୍ରମ ଥିଲା । ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ । ମାତ୍ର କୌଣସି କାରଣରୁ କାର୍ଯ୍ୟକ୍ରମ ବେଶ ବିଳମ୍ବରେ ଆରମ୍ଭ ହୋଇଥିଲା । ଅସୀମା ପଣ୍ଡା ସଙ୍ଗୀତ ପରିବେଷଣ ଆରମ୍ଭ କରିଥିବା ବେଳେ ପୋଲିସ ପହଞ୍ଚି କାର୍ଯ୍ୟକ୍ରମ ବନ୍ଦ କରିଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁସାରେ, ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ କରିଥିବାରୁ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଆଲୋଚନା ସତ୍ତ୍ବେ ମଧ୍ୟ କୌଣସି ସୁଫଳ ମିଳିନଥିଲା । କାର୍ଯ୍ୟକ୍ରମ ବନ୍ଦ ହେବା ପରେ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ଏବେ ଏହି ଘଟଣା ପରେ କାର୍ଯ୍ୟକ୍ରମ ଅବଧି ବଢିଛି ।

ବଢିଲା ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି, ଏଣିକି ସାଢେ 10ଟା ଯାଏ ମେଲୋଡି
ବଢିଲା ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି, ଏଣିକି ସାଢେ 10ଟା ଯାଏ ମେଲୋଡି (ETV Bharat odisha)

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.