ETV Bharat / state

ସାନ୍ତାଳୀ ଭାଷାକୁ ଡିଜିଟାଲ ପ୍ଲାଟଫର୍ମ ଦେଇ ଚର୍ଚ୍ଚାରେ ମୟୂରଭଞ୍ଜର ରାମଜିତ ଟୁଡୁ, 'ମନ କି ବାତ'ରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ - Ramjeet Promoting Santhali Language

author img

By ETV Bharat Odisha Team

Published : 2 hours ago

Ramjeet Tudu Promoting Santhali Language: ମୟୂରଭଞ୍ଜ ଯୁବକ ରାମଜିତ ଟୁଡୁଙ୍କୁ ନେଇ ସାରା ଦେଶ ଗର୍ବିତ । ନିଜ ମାତୃଭାଷା 'ସାନ୍ତାଳୀ'କୁ ଦେଇଛନ୍ତି ଡିଜିଟାଲ ପ୍ଲାଟଫର୍ମ । ମନ କି ବାତ କାର୍ଯ୍ୟକ୍ରମରେ ରାମଜିକଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସାନ୍ତାଳୀ ଭାଷାକୁ ଡିଜିଟାଲାଇଜ କରି ଚର୍ଚ୍ଚାରେ ମୟୂରଭଞ୍ଜର ରାମଜିତ ଟୁଡୁ, 'ମନ କି ବାତ'ରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ସାନ୍ତାଳୀ ଭାଷାକୁ ଡିଜିଟାଲାଇଜ କରି ଚର୍ଚ୍ଚାରେ ମୟୂରଭଞ୍ଜର ରାମଜିତ ଟୁଡୁ, 'ମନ କି ବାତ'ରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ (ETV Bharat Odisha)

ବାରିପଦା/କେନ୍ଦୁଝର: କୁହାଯାଏ ଭାଷା ଯେ କୌଣସି ଜାତି, ସମ୍ପ୍ରଦାୟ ଓ ସମୁଦାୟର ପ୍ରଥମ ପରିଚୟ । କିନ୍ତୁ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ, ପ୍ରଯୁକ୍ତିବିଦ୍ୟା ଓ ସଫ୍ଟଓ୍ବେରର ବହୁଳ ବ୍ୟବହାର ଫଳରେ ଆଜିର ଯୁବପିଢି ନିଜ ମାତୃଭାଷା ପ୍ରତି ମୁହଁ ଫେରାଇ ନେଇ ଏବେ ଇରାଜୀ ମୁହାଁ ହେଲେଣି । ଏକଥା ବୁଦ୍ଧିଜୀବୀ ଓ ଭାଷାପ୍ରେମୀଙ୍କ ମହଲରେ ଅନେକ ଥର ଚର୍ଚ୍ଚାର ବିଷୟ ପାଲଟିଛି । ମାତ୍ର ଏପରି ଜଣେ ଆଦିବାସୀ ଯୁବକଙ୍କୁ ନେଇ ଚର୍ଚ୍ଚା, ଯିଏ ନିଜ ଉଦ୍ୟମରେ ନିଜର ମାତୃଭାଷାକୁ କାଗଜ କଲମରୁ ଦେଇଛନ୍ତି, ଡିଜିଟାଲ ରୂପ ।

  • ଡିଜିଟାଲ ବୟ ରାମଜିତ:

ତାଙ୍କ ଉଦ୍ୟମରେ ଇଣ୍ଟରନେଟରେ ମଧ୍ୟ ଉପଲବ୍ଧ ହେଉଛି ମାତୃଭାଷା । ଛାତ୍ର ଜୀବନରୁ ଗତ ୧୦ ବର୍ଷ ଧରି ତାଙ୍କର ଏହି ଉଦ୍ୟମ ଆଜି ସଫଳ ହୋଇଛି । ଲ୍ୟାପଟପ ଓ ମୋବାଇଲ ଡିସପ୍ଲେରେ ଏବେ ଉପପବ୍ଧ ହେଉଛି ଭାଷା । ଏ କାହାଣୀ ହେଉଛି ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାର ଯୁବକ ରାମଜିତ ଟୁଡୁଙ୍କର । ଗତକାଲି ପର୍ଯ୍ୟନ୍ତ ଅଜଣା ଥିବା ଏହି ଯୁବକ ଏବେ ଦେଶବ୍ୟାପୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । କାରଣ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସଫଳତା କାହାଣୀ ଦେଶକୁ ଶୁଣାଇଛନ୍ତି ।

  • ପ୍ରଧାନମନ୍ତ୍ରୀ କରିଥିଲେ ପ୍ରଶଂସା:-

ଗତକାଲି ରବିବାର (ସେପ୍ଟେମ୍ବର ୨୯) ଅବସରରେ ସାପ୍ତାହିକ ରେଡିଓ ସମ୍ବାଦ କାର୍ଯ୍ୟକ୍ରମ ‘ମନ କି ବାତ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଜିତ ଟୁଡୁଙ୍କ ଭାଷା ନବସୃଜନ ସମ୍ପର୍କରେ ଉଲ୍ଲେଖ କରିବା ସହ ରାମଜିତଙ୍କୁ ପ୍ରଶଂସା ମଧ୍ୟ କରିଥିଲେ । ରାମଜିତ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ନିଜର ପ୍ରଚେଷ୍ଟା ଓ ସାନ୍ତାଳୀ ଭାଷାକୁ କାଗଜ କଲମର ସୀମତତାରୁ ବାହାର କରି ଡିଜିଟାଲାଇଜେସନ କରିବାର ଦୀର୍ଘ ୧୦ ବର୍ଷରୁ ଅଧିକ ସମୟର ଲମ୍ବା ପ୍ରୟାସର କଥା ମଧ୍ୟ କହିଛନ୍ତି ।

  • ଇଣ୍ଟରନେଟରେ ନିଜ ମାତୃଭାଷା ନଥିବା ବ୍ୟଥିତ କରିଥିଲା :-

ରାମଜିତି କହିଛନ୍ତି,‘‘ 2014 ରେ ଆଣ୍ଡ୍ରୋଏଡ୍‌ ଫୋନ ଆସିଲା । ସେତେବେଳେ ଇଣ୍ଟରେନଟ ବ୍ୟବହାରର ସୁଯୋଗ ପାଇଲି । ଆମେ ଦେଖିଲୁ ଅନ୍ୟ ଭାଷାରେ ଲେଖାଯାଇ ପାରୁଛି । କିନ୍ତୁ ଇଣ୍ଟରନେଟରେ ସାନ୍ତାଳୀ ଭାଷା ଉପଲବ୍ଧତା ନଥିଲା । ଆମ ନିଜ ଲିପି (ଅଲଚିକି)ରେ ଇଣ୍ଟରନେଟରେ କଥାବାର୍ତ୍ତା କରିପାରିବା ପାଇଁ ମୁଁ ପ୍ରୟାସ କଲି । ସେହି ପ୍ରୟାସ ଆଜି ମତେ ଏଠାରେ ପହଞ୍ଚାଇଛି । ମୁଁ ରାଉରକେଲାରେ ପାଠ ପଢିବା ବେଳେ ଟୁ-ଜି ନେଟଓ୍ବାର୍କ ବ୍ୟବହାର କରୁଥିଲି । ଯାହା ଯଥେଷ୍ଟ ନଥିଲା । ଫଳରେ ପାଠପଢା ପକେଟ୍‌ ମନି ଖର୍ଚ୍ଚ କରି ସାଇବର କାଫେ ଯାଉଥିଲି ଓ ସେଠାରେ ସାନ୍ତାଳୀ ଭାଷାକୁ ଡିଜିଟାଲ ଆକାର ଦେବା ପାଇଁ କାମ କରୁଥିଲି । ଆଜି ତାହା ସଫଳ ହୋଇଛି ।’’

ଏହା ମଧ୍ୟ ପଢନ୍ତୁ :- ‘ମନ କି ବାତ’ରେ ମୟୂରଭଞ୍ଜ ଯୁବକ, ସାନ୍ତାଳୀ ଭାଷାକୁ ଦେଇଛନ୍ତି ଡିଜିଟାଲ ପରିଚୟ - PM MANN KI BAAT

ଏହା ମଧ୍ୟ ପଢନ୍ତୁ :- ରାସନ କାର୍ଡ EKYCକୁ ନେଇ ଆସିଲା ବଡ଼ ଅପଡେଟ୍, ଏମିତି କହିଲେ ମନ୍ତ୍ରୀ - RATION CARD VERIFICATION

  • ରାମଜିତଙ୍କ ସମ୍ପର୍କରେ...

ରାମଜିତଙ୍କ ଘର ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ବାଦାମପାହାଡ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ । ଯୁକ୍ତ ଦୁଇ ଓ ଡିପ୍ଲୋମା ଶେଷ କରିବା ପରେ ସେ ଏବେ ଯଶୀପୁର ତହସିଲରେ ସହାୟକ ରାଜସ୍ବ ନିରୀକ୍ଷକ (ARI) ଭାବେ ନିଯୁକ୍ତି ପାଇଛନ୍ତି । କେନ୍ଦୁଝର ବୋଦାପଳଶା ସ୍ଥିତ ତାଲିମ କେନ୍ଦ୍ରରେ ତାଙ୍କର ପ୍ରଶିକ୍ଷଣ ଜାରି ରହିଛି । ଏହା ସହ ସେ ସାନ୍ତାଳୀ ଭାଷାର ଡିଜିଟାଲ ବିକାଶ ପାଇଁ ଆରମ୍ଭ କରିଥିବା ଅଲଚିକି ଟେକ ପେଜ’ ଜରିଆରେ କାମ ମଧ୍ୟ ଜାରି ରଖିଛନ୍ତି । ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଏହା ମଧ୍ୟ ପଢନ୍ତୁ :- ଢେଙ୍କାନାଳରେ ସାନ୍ତାଳୀ ଭାଷା ବିଜୟୀ ଦିବସ ପାଳିତ

ଏହା ମଧ୍ୟ ପଢନ୍ତୁ :- ସାନ୍ତାଳୀ ଭାଷାକୁ ମାନ୍ୟତା ଦାବି, ଆଦିବାସୀ ସଂଗଠନର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

  • ଓଡିଶା ବାହାରେ ସାନ୍ତାଳୀ ଭାଷା ସମ୍ମିଳନୀରେ ଅଂଶଗ୍ରହଣ କରନ୍ତି

ରାମଜିତ କୁହନ୍ତି,‘‘ଓଡିଶାର ବିଭିନ୍ନ ସ୍ଥାନରେ ଭାଷା ସମ୍ପର୍କିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛି । ଓଡିଶା ବାହାରେ କୌଣସି ସ୍ଥାନରେ ସାନ୍ତାଳୀ ଭାଷା ଓ ଲେଖକ ସମ୍ମିଳନୀ ଆୟୋଜନ ହେଲେ ମୁଁ ସେଠାକୁ ଅଂଶଗ୍ରହଣ କରିବାକୁ ଯାଏ । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଲୋକଙ୍କୁ ଭାଷା ସମ୍ପର୍କରେ ସଚେତନ କରିଆସିଛି । ଏବେ ଦେଶର ପ୍ରଧାନମନ୍ତ୍ରୀ ମୋର ଏହି ପ୍ରୟାସକୁ ପ୍ରଶଂସା କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଉଛି ।’’ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ମୟୂରଭଞ୍ଜର ଓ ଆଦିବାସୀ ସମ୍ପ୍ରଦାୟର । ତେଣୁ ରାମଜିତ କହିଛନ୍ତି,‘‘ରାଷ୍ଟ୍ରପତି ଆମ ଅଞ୍ଚଳର ଓ ଆମ ସମ୍ପ୍ରଦାୟର ମଧ୍ୟ । ସେ ଯେପର୍ଯ୍ୟନ୍ତ କ୍ଷମତାରେ ଅଛନ୍ତି, ସାନ୍ତାଳୀ ଭାଷାକୁ ସ୍ତରକୁ ନେଲେ ମୁଁ ଖୁସି ହେବି ।

ଇଟିଭି ଭାରତ, ରାରଙ୍ଗପୁର ଓ କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.