ETV Bharat / bharat

‘ ପାକିସ୍ତାନ ଆଜି କର୍ମଫଳ ଭୋଗୁଛି, ଆତଙ୍କବାଦକୁ ମୁହଁତୋଡ ଜବାବ ମିଳିବ’: ଜାତିସଂଘ ମଞ୍ଚରୁ ଜୟଶଙ୍କରଙ୍କ ଚେତାବନୀ - Jaishankar Warns Pakistan

author img

By ETV Bharat Odisha Team

Published : 2 hours ago

Jaishankar Warns Pakistan: ଜାତିସଂଘ ମଞ୍ଚରୁ ପାକିସ୍ତାନକୁ ଚେତାବନୀ ଦେଲେ ଜୟଶଙ୍କର । କହିଲେ ପାକିସ୍ତାନ ନିଜ କର୍ମଫଳ ଭୋଗୁଛି । ଆତଙ୍କବାଦକୁ କଡା ଜବାବ ଦେବାରେ ଭାରତର ଆଭିମୁଖ୍ୟ ଅତି ସ୍ପଷ୍ଟ । ଅଧିକ ପଢନ୍ତୁ

‘ପାକିସ୍ତାନ କର୍ମଫଳ ଭୋଗୁଛି’: ଜାତିସଂଘ ମଞ୍ଚରୁ ଆତଙ୍କବାଦ ପ୍ରସଙ୍ଗରେ ଖୋଲା ଚେତାବନୀ ଦେଲେ ଜୟଶଙ୍କର
‘ପାକିସ୍ତାନ କର୍ମଫଳ ଭୋଗୁଛି’: ଜାତିସଂଘ ମଞ୍ଚରୁ ଆତଙ୍କବାଦ ପ୍ରସଙ୍ଗରେ ଖୋଲା ଚେତାବନୀ ଦେଲେ ଜୟଶଙ୍କର (ETV Bharat Odisha)

ନୂଆଦିଲ୍ଲୀ: ଭାରତରେ ଅସ୍ଥିରତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ଉଦ୍ଦେଶ୍ୟରେ ସୀମାପାର ଆତଙ୍କବାଦ କାର୍ଯ୍ୟକଳାପ ପ୍ରସଙ୍ଗରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ପାକିସ୍ତାନକୁ ସିଧା ଚେତାବନୀ ଦେଇଛନ୍ତି । ଆତଙ୍କବାଦ ଏବେ ପାକିସ୍ତାନକୁ ଗ୍ରାସ କରିବାକୁ ବସିଲାଣି । ପାକିସ୍ତାନ ଆଜି ଆତଙ୍କବାଦ ମାଧ୍ୟମରେ ଅନ୍ୟ ଦେଶକୁ କରିଥିବା ଆକ୍ରମଣର କର୍ମଫଳ ଭୋଗ କରୁଛି । ସୀମାପାର ଆତଙ୍କବାଦକୁ ମୁଁହତୋଡ ଜବାବ ମିଳିବ ଓ ଏଥିପ୍ରତି ଭାରତର ଆଭିମୁଖ୍ୟ ଅତି ସ୍ପଷ୍ଟ । ମିଳିତ ଜାତିସଂଘ ମଞ୍ଚରୁ ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନ ବିରୋଧରେ ଏହି କଡା ଟିପ୍ପଣୀ କରିଛନ୍ତି ଜୟଶଙ୍କର ।

  • ସିଧା ପାକିସ୍ତାନର ନାଁ ନେଇ ଚେତାବନୀ:-

ଗତକାଲି ମିଳିତ ଜାତିସଂଘ ମହାସଭାରେ ଅଭିଭାଷଣ ରଖି ଜୟଶଙ୍କର କହିଛନ୍ତି “ମୋତେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦିଅନ୍ତୁ । ପାକିସ୍ତାନର ସୀମାପାର ଆତଙ୍କବାଦ ନୀତି କଦାପି ସଫଳ ହେବନାହିଁ । ଏହା ବିରୋଧରେ ତ୍ବରିତ ମୁକାବିଲା କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଗ୍ରହଣ କରାଯିବ । ଯେଉଁ ଦେଶ ଅନ୍ୟ ଦେଶ ବିରୋଧରେ ଆତଙ୍କବାଦକୁ ବ୍ୟବହାର କରି ଆକ୍ରମଣ କରୁଥିଲା, ସେ ନିଜେ ଏବେ ଆତଙ୍କବାଦଗ୍ରସ୍ତ ହୋଇଛି । ଆତଙ୍କବାଦ ଏବେ ପାକିସ୍ତାନକୁ ଗ୍ରାସ କରିବାକୁ ବସିଲାଣି । ଏହା କେବଳ କର୍ମଫଳ । ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ସର୍ବଦା ସ୍ପଷ୍ଟ । କୌଣସି ଆତଙ୍କବାଦ ଘଟଣାରେ କଡା ଜବାବ ଦିଆଯିବ ।

  • କାଶ୍ମୀରକୁ ପାଲେଷ୍ଟାଇନ ସହ ତୂଳନା କରିଥିଲେ ଶେହବାଜ ସରିଫ

ପାକିସ୍ତାନ ପ୍ରଧାନମନ୍ତ୍ରୀ ମହମ୍ମଦ ଶେହବାଜ ସରିଫ ଶୁକ୍ରବାର ଜାତିସଂଘ ମହାସଭା ଅଧିବେଶନରେ ନିଜ ଭାଷଣ ରଖିଥିଲେ । ସେ କାଶ୍ମୀର ପ୍ରସଙ୍ଗରେ ଭାରତର ନୀତିକୁ ସମାଲୋଚନା କରିଥିଲେ । କାଶ୍ମୀରକୁ ପାଲେଷ୍ଟଇନ ସହ ତୂଳନା କରିବା ସହ କାଶ୍ମୀରବାସୀ ସ୍ବାଧୀନତା ପାଇଁ ସଂଘର୍ଷ କରୁଛନ୍ତି ବୋଲି ସରିଫ କହିଥିଲେ । ଭାରତ ପାକିସ୍ତାନର ଆଲୋଚନା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ସହ ନିୟନ୍ତ୍ରଣ ରେଖା ଅତିକ୍ରମ କରି ‘ଆଜାଦ କାଶ୍ମୀର’ ରେ ପ୍ରବେଶ କରିବାର ଧମକ ଦେଉଛି ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ :- ଇସ୍ରାଏଲ ଏୟାରଷ୍ଟ୍ରାଇକରେ ‘ହିଜବୁଲ୍ଲା’ ମୁଖ୍ୟ ମୃତ ! - Hezbollah Chief Killed

ଏହା ମଧ୍ୟ ପଢନ୍ତୁ :- ଭାରତର ସଙ୍କଟଗ୍ରସ୍ତ ପଡୋଶୀ - Indias troubled neighborhood

ଏହା ମଧ୍ୟ ପଢନ୍ତୁ :- ଉପତ୍ୟକାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, 26 ଆସନରେ ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା - JK ASSEMBLY ELECTION

  • ସରିଫଙ୍କ ମନ୍ତବ୍ୟକୁ ନିନ୍ଦା କଲା ଭାରତ

ସରିଫଙ୍କ ଏହି ମନ୍ତବ୍ୟକୁ ଭାରତ ପକ୍ଷରୁ ଖଣ୍ଡନ କରାଯିବା ସହ ନିନ୍ଦା କରାଯାଇଛି । ଭାରତର କୂଟନୈତିକ ଅଧିକାରୀ ଭାବିକା ମଙ୍ଗଳାନନ୍ଦନ ପାକିସ୍ତାନର ନୀତି କେବଳ ଆତଙ୍କବାଦ ଉପରେ ଆଧାରିତ ବୋଲି କହିଥିଲେ । ପାକିସ୍ତାନ କାଶ୍ମୀର ନିର୍ବାଚନ ସମୟରେ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି । ହେଲେ ଏଥିରେ ସଫଳତା ମିଳିବ ନାହିଁ । ପୂର୍ବରୁ ସେମାନେ ଭାରତର ଏକାଧିକ ସହରରେ ଆକ୍ରମଣ କରିଛନ୍ତି । ଭାରତୀୟ ସଂସଦରେ ମଧ୍ୟ ଆକ୍ରମଣ ହୋଇଛି । ହେଲେ ଏବେ ଭାରତ ମୁହଁତୋଡ ଯବାବ ଦେଉଛି । ନିର୍ବାଚନରେ ଚଞ୍ଚକତା କରିଥିବା ନେତାଙ୍କର ବିଶ୍ବମଞ୍ଚରେ ଗଣତନ୍ତ୍ରର କଥା କହିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଭାବିକା କହିଥିଲେ । ପରେ ଶୀର୍ଷ କୂଟନୀତିଜ୍ଞ ତଥା ବିଦେଶ ମନ୍ତ୍ରୀ ଜୟଶଙ୍କର ମଧ୍ୟ ପାକିସ୍ତାନର ନାଁ ନେଇ ସିଧା ଚେତାବନୀ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.