ଓଡିଶା

odisha

By ETV Bharat Odisha Team

Published : Apr 20, 2024, 5:56 PM IST

ETV Bharat / bharat

ଚକୋଲେଟ ଖାଇ ଦେଢ ବର୍ଷର ଶିଶୁ କଲା ରକ୍ତ ବାନ୍ତି, ହସ୍ପିଟାଲରେ ଭର୍ତ୍ତି - Child ill after eat Chocolat

Child ill after eat Chocolate: ଚକୋଲେଟ ଖାଇ ପଞ୍ଜାବରେ ଜଣେ ଶିଶୁ ଅସୁସ୍ଥ । ଏକ୍ସପାରୀ ଚକୋଲେଟ ବିକ୍ରି କରୁଥିବା ନେଇ ଦୋକାନୀ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ

Child ill after eat Chocolate
Child ill after eat Chocolate

ଚଣ୍ଡିଗଡ:ଛୋଟ ପିଲାଙ୍କୁ ଚକୋଲେଟ ଖାଇବାକୁ ଦେଉଥିଲେ ସାବଧାନ । ପଞ୍ଜାବ ରାଜ୍ୟ ଲୁଧିଆନାରେ ଏକ ଅଭାବନୀୟ ଘଟଣା ଘଟିଛି ।ଚକୋଲେଟ ଖାଇ ଏକ ଦେଢ ବର୍ଷର ଶିଶୁ କନ୍ୟା ଅସୁସ୍ଥ ପଡିବା ସହ ରକ୍ତ ବାନ୍ତି କରିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଚକୋଲେଟଟି ପରିବାରର ଜଣେ ସମ୍ପର୍କୀୟ ଉପହାର ଆକାରରେ ଦେଇଥିବା ବେଳେ ସେହି ଚକୋଲେଟଟି ଆସିଥିବା ଦୋକାନ ନାଁରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଅସୁସ୍ଥ ଶିଶୁଟିର ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ଦେଢ ବର୍ଷୀୟା ଶିଶୁ କନ୍ୟା ଚକୋଲେଟ ଖାଇବା ପରେ ହଠାତ ଅସୁସ୍ଥ ହୋଇଯିବା ସହ ରକ୍ତ ବାନ୍ତି କରିବା ଆରମ୍ଭ କରିଦେଇଥିଲା । ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେହି ଚକୋଲେଟଟି ଏକ୍ସପାୟୀ ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ । ଏହି ଚକୋଲେଟଟି ଲୁଧିଆନାରେ ବାସ କରୁଥିବା ତାଙ୍କର ଜଣେ ସମ୍ପର୍କୀୟ ଦେଇଥିବା ବେଳେ ଚକୋଲେଟ ବାବଦରେ ତାଙ୍କୁ ପଚରାଉଚରା କରିଥିଲେ । ତେବେ ସେ ପଟିଆଲା ସ୍ଥିତ ଏକ ଦୋକାନରୁ ଏହାକୁ ଆଣିଥିବା ନେଇ କହିଥିଲେ ।

ଏନେଇ ଦୋକାନରେ ହଙ୍ଗାମା କରିଥିଲେ ପରିବାର ଲୋକେ । ଦୋକାନୀ ଜଣକ ଏକ୍ସପାରୀ ଚକୋଲେଟ ବିକ୍ରି କରୁଥିବା ନେଇ ଅଭିଯୋଗ ଆଣିଥିଲେ । ଯେଉଁଥିପାଇଁ ତାଙ୍କ ଝିଅ ରକ୍ତ ବାନ୍ତି କରିବା ସହ ଅସୁସ୍ଥ ପଡିଥିବା କହିଥିଲେ । ଅନ୍ୟପଟେ ଏଭଳି ଅଭିଯୋଗକୁ ଦୋକାନୀଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି । ସେହି ଚକୋଲେଟି ତାଙ୍କ ଦୋକାନରୁ କ୍ରୟ କରାଯାଇନଥିବା ବୋଲି କହିଥିଲେ ଦୋକାନୀ ଜଣକ । ତେବେ ଏହାକୁ ନେଇ ପରିବାର ଓ ଦୋକାନୀଙ୍କ ମଧ୍ୟରେ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା ।

ଏହାମଧ୍ୟ ପଢନ୍ତୁ..ୟେମେନରେ କେରଳ ନର୍ସଙ୍କୁ ମୃତ୍ୟୁଦଣ୍ଡ, ଝିଅ ସୁରକ୍ଷା ପାଇଁ ମା'ର ବିଦେଶ ଗସ୍ତ - Kerala Nurse Death Sentence

ଏହାପରେ ପରିବାର ଲୋକଙ୍କ ପକ୍ଷରୁ ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନିକଟରେ ଅଭିଯୋଗ କରାଯାଇଥିଲା । ସ୍ୱାସ୍ଥ୍ୟ ଅଧିକାରୀ ଉକ୍ତ ଦୋକାନରେ ପହଞ୍ଚି ତଦନ୍ତ କରିଥିବା ବେଳେ ଏବେସୁଦ୍ଧା କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି ।

ଅନ୍ୟପଟେ ସମ୍ପର୍କୀୟ ବିକିଙ୍କ କହିବାନୁଯାୟୀ, ଅସୁସ୍ଥ ଶିଶୁ କନ୍ୟା ରାଭିୟା କିଛି ଦିନ ତଳେ ଲୁଧିଆନାରୁ ପଟିଆଲା ଆସିଥିଲା । ଯେଉଁଦିନ ଲୁଧିଆନା ଯିବାକୁ ବାହାରିଥିଲା ସେହିଦିନ ସମ୍ପର୍କୀୟ ତାଙ୍କ ପାଇଁ ସେହି ଦୋକାନରୁ ଏକ ଚକୋଲେଟ ଉପହାର ସ୍ୱରୂପ ନେଇଥିଲେ । ସବୁ ଚକୋଲେଟ ଓ ଜୁସ ଶିଶୁଟିକୁ ଦେଇଥିଲେ । ଏହାପରେ ଶିଶୁଟି ଘରକୁ ଫେରିଆସିଥିଲା ।

ଚକୋଲେଟ ଖାଇ ରକ୍ତ ବାନ୍ତି କରିଥିଲା ଶିଶୁ:ସେ ଆଉମଧ୍ୟ କହିଛନ୍ତି ଯେ, ଲୁଧିଆନାରେ ପହଞ୍ଚିବା ପରେ ପରିବାର ଲୋକେ ସେହି ଚକୋଲେଟ ଗିପ୍ଟକୁ ଖୋଲି ଶିଶୁଟିକୁ ଗୋଟିଏ ଚକୋଲେଟ ଖାଇବା ପାଇଁ ଦେଇଥିଲେ । ଚକୋଲେଟ ଖାଇବା ପରେ ଶିଶୁଟି ହଠାତ୍ ଅସୁସ୍ଥ ହୋଇପଡିଥିଲା । ସେ ରକ୍ତ ବାନ୍ତି କରିବାକୁ ଲାଗିଥିଲା । ଏହାପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏକ୍ସପାରୀ ଚକୋଲେଟ: ସମ୍ପର୍କୀୟଙ୍କ କହିବାନୁଯାୟୀ, ଯେତେବେଳେ ସେମାନେ ଚକୋଲେଟର ଏକ୍ସପାରୀ ଡେଟ୍ ଯାଞ୍ଚ କରିଥିଲେ ଏହାର ଏକ୍ସପାରୀ ଡେଟ୍ ଚାଲିଯାଇଥିବା ଜାଣିବାକୁ ପାଇଥିଲେ । ଏନେଇ ସ୍ୱାସ୍ଥ୍ୟ ବିଭାଗରେ ମଧ୍ୟ ଅଭିଯୋଗ କରାଯାଇଛି । ଅଭିଯୋଗ ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଉକ୍ତ ଦୋକାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details