ଭୁବନେଶ୍ବର: ବିଶ୍ବ ଦକ୍ଷତା ପ୍ରତିଯୋଗିତା ୨୦୨୪ରେ ଅଂଶଗ୍ରହଣ କରି ରାଜ୍ୟ ପାଇଁ ଗୌରବ ଆଣିଥିବା ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମଝୀ। ଫ୍ରାନ୍ସ ପ୍ୟାରିସରେ ୱାର୍ଲ୍ଡ ସ୍କିଲ୍ ଲାୟନ ୨୦୨୪ରେ ବିଜୟୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ୨ କୃତି ପ୍ରତିଯୋଗୀଙ୍କ ସହ ମୋହନ ମାଝୀଙ୍କ ଆଲୋଚନା । ଅମରେଶ କୁମାରଙ୍କୁ ୨୫ ଲକ୍ଷ ଓ ଗେଡେଲା ଅଖିଲଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ।
ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା-
ୱାର୍ଲ୍ଡ ସ୍କିଲ୍ ଲାୟନ ୨୦୨୪ରେ ବିଜୟୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ୨ କୃତି ପ୍ରତିଯୋଗୀଙ୍କ ସହ ମୋହନ ମାଝୀଙ୍କ ଆଲୋଚନା । ଅମରେଶ କୁମାରଙ୍କୁ ୨୫ ଲକ୍ଷ ଓ ଗେଡେଲା ଅଖିଲଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ । ବିଶ୍ବ ଦକ୍ଷତା ପ୍ରତିଯୋଗିତା ୨୦୨୪ରେ ଅଂଶଗ୍ରହଣ କରି ରାଜ୍ୟ ପାଇଁ ଗୌରବ ଆଣିଥିବା ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ବିଶ୍ବ ଦକ୍ଷତା ପ୍ରତିଯୋଗିତା ବିଜେତାଙ୍କୁ ସମ୍ବର୍ଦ୍ଧନା-
- ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ପ୍ୟାରିସରେ ହୋଇଥିଲା ବିଶ୍ବ ଦକ୍ଷତା ପ୍ରତିଯୋଗିତା
- ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ୧୫ ପ୍ରତିଯୋଗୀ
- ମେଡାଲ ଜିତି ଓଡ଼ିଶା ପାଇଁ ଗୌରବ ଆଣିଲେ ୨ ପ୍ରତିଯୋଗୀ

ଫ୍ରାନ୍ସ ୱାର୍ଲ୍ଡ ସ୍କିଲ ଲିୟନ ୨୦୨୪ର ବିଜେତା ଏବଂ ପ୍ରତିଯୋଗୀଙ୍କୁ ସମର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନରେ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ୱାର୍ଲ୍ଡ ସ୍କିଲ ୨୦୨୪ ପ୍ରତିଯୋଗିତା ରେ ଓଡିଶାରୁ ୧୫ ଜଣ ଭାଗ ନେଇଥିଲେ । ସେଥିରେ ଓଡିଶାକୁ ୨ଟି ସଫଳତା ମିଳିଛି । ଦେବଗଡର ଅମରେଶ କୁମାର ସାହୁ ରିନୁଆଲ ଏନର୍ଜିରେ ବ୍ରୋଞ୍ଚ ମେଡାଲ ଓ ଗଜପତିର ଗେଡେଲା ଅଖିଲ ୱାଟର ଟେକ୍ନୋଲୋଜିରେ ମିଡିଲିଆନ ଅଫ ଏକ୍ସସେଲେନସି ଜିତିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମର୍ଦ୍ଧିତ କରିବା ସହ ଅମରେଶଙ୍କୁ ୨୫ ଲକ୍ଷ ଏବଂ ଗେଡେଲା ଅଖିଲଙ୍କୁ ୫ ଲକ୍ଷ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି । ଫ୍ରାନ୍ସରେ ଆୟୋଜିତ ଏହି ପ୍ରତିଯୋଗିତ ରେ ଭାରତ ପକ୍ଷରୁ ୬୦ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ୧୬ ଜଣ ପଦକ ଜିତିଛନ୍ତି ।


ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ୨ ଶିକ୍ଷକ ସମ୍ମାନିତ-
କଳାହାଣ୍ଡିର ସନ୍ତୋଷ କୁମାର କର ଓ ରାୟଗଡ଼ାର ଦ୍ଵିତି ଚନ୍ଦ୍ର ସାହୁ ରାଷ୍ଟ୍ରୀୟ ପୁରସ୍କାର ୨୦୨୪ ପାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଲୋକସେବା ଭବନ ଠାରେ ସମ୍ମାନିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, "ସରକାରୀ ସ୍କୁଲ୍ ରେ ଶିକ୍ଷକ ମାନଙ୍କର ଏଭଳି ପ୍ରୟାସ ନିଶ୍ଚିତ ପିଲାଙ୍କୁ ସରକାରୀ ସ୍କୁଲ୍ ପ୍ରତି ଆକୃଷ୍ଟ କରିବ। ପିଲା ଘରୋଇ ସ୍କୁଲ ପ୍ରତି ମନ ନବଲାଇ ସରକାରୀ ସ୍କୁଲ୍ ରେ ପଢିବାକୁ ଆଗ୍ରହ ପ୍ରକାଶ କରିବେ । AI, ଆଇଟି କୁ ମଧ୍ୟ ସ୍କୁଲ୍ ସ୍ତରରେ ପଢ଼ାଇବାକୁ ମଧ୍ୟ ମାର୍ଗଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।" ଆଗକୁ ଏଭଳି ଅନେକ ଶିକ୍ଷକ ବାହାରି ସରକାରୀ ସ୍କୁଲ୍ କୁ ଗର୍ବିତ କରନ୍ତୁ ବୋଲି କାମନା କରିଛନ୍ତି ।