ETV Bharat / bharat

ସିଦ୍ଧରମୈୟାଙ୍କୁ ବଡ ଝଟକା, ରାଜ୍ୟପାଳଙ୍କ ‘ମୁଣ୍ଡା’ ଘୋଟାଲା ତଦନ୍ତ ନିର୍ଦ୍ଦେଶକୁ ଠିକ ଦର୍ଶାଇଲେ ହାଇକୋର୍ଟ - Setback For Siddaramaiah

author img

By ETV Bharat Odisha Team

Published : 2 hours ago

Big Setback For Siddaramaiah: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ହାଇକୋର୍ଟରୁ ବଡ ଝଟକା । ‘ମୁଣ୍ଡା’ ଘୋଟାଲା ମାମଲାରେ ରାଜ୍ୟପାଳଙ୍କ ତଦନ୍ତ ନିର୍ଦ୍ଦେଶକୁ ସଠିକ କହିଲେ ହାଇକୋର୍ଟ । ଆରମ୍ଭ ହୋଇପାରେ ତଦନ୍ତ । ଅଧିକ ପଢନ୍ତୁ

ସିଦ୍ଧରମୈୟାଙ୍କୁ ବଡ ଝଟକା, ରାଜ୍ୟପାଳଙ୍କ ‘ମୁଣ୍ଡା’ ଘୋଟାଲା ତଦନ୍ତ ନିର୍ଦ୍ଦେଶକୁ ଠିକ ଦର୍ଶାଇଲେ ହାଇକୋର୍ଟ
ସିଦ୍ଧରମୈୟାଙ୍କୁ ବଡ ଝଟକା, ରାଜ୍ୟପାଳଙ୍କ ‘ମୁଣ୍ଡା’ ଘୋଟାଲା ତଦନ୍ତ ନିର୍ଦ୍ଦେଶକୁ ଠିକ ଦର୍ଶାଇଲେ ହାଇକୋର୍ଟ (ETV Bharat Odisha)

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ହାଇକୋର୍ଟରୁ ବଡ ଝଟକା ଲାଗିଛି । ମହୀଶୂର ସହରାଞ୍ଚଳ ବିକାଶ ପ୍ରାଧିକରଣ (MUDA) ଜମି ଦୁର୍ନୀତି ମାମଲାରେ ରାଜ୍ୟପାଳ ତାଙ୍କ ବିରୋଧରେ ଦେଇଥିବା ତଦନ୍ତ ନିର୍ଦ୍ଦେଶକୁ କୋର୍ଟ ବୈଧ ବୋଲି ଦର୍ଶାଇଛନ୍ତି । ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ସଠିକ ଦର୍ଶାଇ କୋର୍ଟ ଆଜି ଶୁଣାଣିରେ କହିଛନ୍ତି ଯେ ଆବେଦନରେ ଦର୍ଶାଯାଇଥିବା ତଥ୍ୟର ଅଧିକ ତଦନ୍ତର କରିବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ କରିଥିବା ଆବେଦନକୁ କୋର୍ଟ ଖାରଜ କରିବା ସହ ଏହି ପ୍ରସଙ୍ଗରେ ନିର୍ଦ୍ଦେଶ ଦେବା ପାଇଁ ରାଜ୍ୟପାଳ ଜଣେ ଅଧିକୃତ ବ୍ୟକ୍ତି ବୋଲି ଦର୍ଶାଇଛନ୍ତି ।

  • ଅଗଷ୍ଟରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ ଥାବର ଚନ୍ଦ୍ର ଗେହେଲଟ୍‌

ସୂଚନା ଅନୁସାରେ, 2023 ମସିହାରେ ଏହି ଘୋଟାଲା ହୋଇଥିବା ଆବେଦନରେ ଦର୍ଶାଯାଇଥିଲା । ଚଳିତବର୍ଷ ଅଗଷ୍ଟ ମାସରେ, ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ (MUDA) ଘୋଟାଲା ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ରାଜ୍ୟପାଳ ଥାବର ଚନ୍ଦ୍ର ଗେହେଲଟ୍‌ ଅନୁମୋଦନ ଦେଇଥିଲେ । ପ୍ରଦୀପ କୁମାର, ଟି.ଜେ ଆବ୍ରହାମ ଏବଂ ସ୍ନେହମୟୀ କ୍ରିଷ୍ଣା ନାମକ ତିନିଜଣ ସାମାଜିକ କାର୍ଯ୍ୟକର୍ତ୍ତା ଅଭିଯୋଗ କରିଥିଲେ । ଏହି ଘୋଟାଲା ମାମଲାରେ ନିଜେ ମୁଖ୍ୟମନ୍ତ୍ରୀ ଏହି ଘୋଟାଲାରେ ସମ୍ପୃକ୍ତ ଥିବା ଅଭିଯୋଗ କରି ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ରାଜଭବନର ଦ୍ବାରସ୍ଥ ହୋଇଥିଲେ । ‘1988-ଦୁର୍ନୀତି ନିବାରଣ ଅଧିନିୟମ’ ଓ ଭାରତୀୟ ନ୍ୟାୟ ସଂହିତାର ଧାରା ‘ବିଏନଏସ-218’ ଅନୁସାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା କରିବାକୁ ରାଜ୍ୟପାଳ ସେତେବେଳେ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ :- Governor sanctioned prosecution against CM: ବଢିଲା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସିଦ୍ଧରମୈୟାଙ୍କ ଅଡୁଆ । ମହୀଶୂର ପ୍ରାଧୀକରଣ ଜମି ଘୋଟାଲା ମାମଲାରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ । ଅଧିକ ପଢନ୍ତୁ

ଏହା ମଧ୍ୟ ପଢନ୍ତୁ :- ଆତଙ୍କବାଦ ବିଶ୍ବ ପାଇଁ ବଡ଼ ବିପଦ: ପ୍ରଧାନମନ୍ତ୍ରୀ ମୋଦି - Summit of The Future

ପୁଅ ଓ ପତ୍ନୀଙ୍କ ସହ ଅଭିଯୁକ୍ତ ତାଲିକାରେ ସିଦ୍ଧରମୈୟା :-

ଏହି ବହୁଚର୍ଚ୍ଚିତ ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ତାଙ୍କ ପତ୍ନୀ ଓ ପୁଅ ଜତୀନ୍ଦ୍ରଙ୍କୁ ପକ୍ଷଭୁକ୍ତ କରାଯାଇଛି । ରାଜ୍ୟପାଳଙ୍କ ଏହି ତଦନ୍ତ ନିର୍ଦ୍ଦେଶକୁ ସିଦ୍ଧରମୈୟା ଅସାମ୍ବିଧାନିକ ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଜି ହାଇକୋର୍ଟରୁ ସିଦ୍ଧରମୈୟାଙ୍କୁ ବଡ ଝଟକା ଲାଗିବା ସହ ମାମଲା ଅଧିକ ଗମ୍ଭୀର ହେବାକୁ ଯାଉଛି । ଏବେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇପାରେ । ସିଦ୍ଧରମେୟା ମଧ୍ୟ ସର୍ବୋଚ୍ଚ କୋର୍ଟରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.