ଓଡିଶା

odisha

ETV Bharat / bharat

ବଢ଼ିଲା ମନରେଗା ମଜୁରୀ: ସିକ୍କିମରେ ସର୍ବାଧିକ, ଓଡ଼ିଶାରେ 254 ଟଙ୍କା - MGNREGA WAGE HIKE - MGNREGA WAGE HIKE

MGNREGA Wage Rates Hike: 2005 ରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (MNREGA) ଆରମ୍ଭ କରାଯାଇଥିଲା । ଆଜି ଏହି ପାରିଶ୍ରମିକରେ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଆସନ୍ତୁ ଜାଣିବା କେଉଁ ରାଜ୍ୟରେ ଦିନକୁ କେତେ ପାରିଶ୍ରମକ ପାଉଛନ୍ତି ଶ୍ରମିକ । ଅଧିକ ପଢନ୍ତୁ,

MGNREGA Wage Rates Hike
MGNREGA Wage Rates Hike

By ETV Bharat Odisha Team

Published : Mar 28, 2024, 10:47 AM IST

Updated : Mar 28, 2024, 12:11 PM IST

ନୂଆଦିଲ୍ଲୀ: ନିର୍ବାଚନୀ ମୁହୂର୍ତ୍ତରେ ଶ୍ରମିକଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଭେଟି । ବଢିଲା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ମଜୁରୀ । ଓଡିଶା ସମେତ ଅନେକ ରାଜ୍ୟରେ ଶ୍ରମିକଙ୍କ ମଜୁରୀ ବୃଦ୍ଧି ପାଇଛି । ମଜୁରୀ ହାରକୁ 3ରୁ 10 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କେନ୍ଦ୍ରୀୟ ବିକାଶ ଗ୍ରାମୀଣ ମନ୍ତ୍ରାଳୟ ପକ୍ଷରୁ ଏହାକୁ ବୃଦ୍ଧି କରାଯାଇଛି । ଲୋକସଭା ନିର୍ବାଚନ ପୂର୍ବରୁ ମଜୁରୀ ହାର 2024-25 ଆର୍ଥିକ ବର୍ଷ ପାଇଁ ବୃଦ୍ଧି କରାଯାଇଛି । MNREGA କର୍ମଚାରୀଙ୍କ ପାଇଁ ନୂତନ ମଜୁରୀ ହାର ଆସନ୍ତା ଏପ୍ରିଲ 1 ତାରିଖରୁ ଲାଗୁ ହେବ । ଏଣକି ଓଡିଶାରେ 254 ଟଙ୍କା ପାଇବେ ମନରେଗା ଶ୍ରମିକଙ୍କ ମଜୁରୀ । ଯଦି ଦେଖିବା ସିକ୍କିମରେ ପାରିଶ୍ରମିକ ସବୁଠାରୁ ଅଧିକ ରହିଛି । ଏଠାରେ ଦୈନିକ 374 ଟଙ୍କା ପାଇବେ ଶ୍ରମିକ । ସେହିପରି ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡରେ ସର୍ବନିମ୍ନ ମଜୁରୀ ରହିଛି । ଏଠାରେ 234 ଟଙ୍କା ପାଇବେ ଶ୍ରମିକ ।

ଏହା ମଧ୍ୟ ପଢନ୍ତୁ: ଆଚରଣ ବିଧି ଲାଗୁ ପରେ ବି ନୂଆ ନିୟମ, ମନରେଗା ମଜୁରି ବୃଦ୍ଧି

ବିଜ୍ଞପ୍ତି ଅନୁସାରେ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ 2023-24 ତୁଳନାରେ 2024-2025ରେ ମଜୁରୀ ହାର ସର୍ବନିମ୍ନ 3 ପ୍ରତିଶତ ବୃଦ୍ଧି ହୋଇଛି । ସେହିଭଳି ଗୋଆରେ ମଜୁରୀ ସର୍ବାଧିକ ବୃଦ୍ଧି ହୋଇଛି । ଏଠାରେ ମନରେଗା ମଜୁରୀ ହାର 10.6 ପ୍ରତିଶତ ବୃଦ୍ଧି କରାଯାଇଛି । ତେବେ ଦେଶରେ ଆଚରଣ ବିଧି ଲାଗୁ ହେବା ପରେ ମଜୁରୀ ବୃଦ୍ଧି ହେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏକ ରିପୋର୍ଟ ଅନୁସାରେ, କେନ୍ଦ୍ରୀୟ ବିକାଶ ଗ୍ରାମୀଣ ମନ୍ତ୍ରାଳୟ ଏହି ବିଜ୍ଞପ୍ତି ଜାରି କରିବା ପୂର୍ବରୁ ନିର୍ବାଚନ ଆୟୋଗଙ୍କ ଅନୁମତି ଲୋଡିଥିଲେ । ନିର୍ବାଚନ ଆୟୋଗଙ୍କ ଠାରୁ ଅନୁମତି ମିଳିବା ପରେ ଆଚରଣ ବିଧି ଲାଗୁ ସତ୍ତ୍ବେ ମଧ୍ୟ ମନରେଗା ମଜୁରୀ ହାରକୁ ବୃଦ୍ଧି କରାଯାଇଛି ।

ମନରେଗା କଣ: କେନ୍ଦ୍ରୀୟ ବିକାଶ ଗ୍ରାମୀଣ ମନ୍ତ୍ରାଳୟ ଅଧିନରେ 2005 ମସିହାରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (MNREGA) ଆରମ୍ଭ କରାଯାଇଥିଲା । ଏହା ଦେଶର ସବୁଠାରୁ ବଡ କର୍ମ ନିଯୁକ୍ତି ଯୋଜନା ଭାବେ ଗଣାଯାଏ । ଏହି ଯୋଜନା ଅଧିନରେ ସରକାର ସର୍ବନିମ୍ନ ମଜୁରୀ ସ୍ଥିର କରଛନ୍ତି । ଯେଉଁଥିରେ ଗ୍ରାମାଞ୍ଚଳର ଲୋକଙ୍କୁ ନିଯୁକ୍ତି ସୁଯୋଗ ଦିଆଯାଉଛି । ଏଥିରେ ମାଟି ଖୋଳାଖୋଳି କାମ ଠାରୁ ଆରମ୍ଭ କରି ଡ୍ରେନେଜ କାମ ଅନ୍ତର୍ଭୁକ୍ତ ରହିଛି । ଏହି ଯୋଜନା ଅଧୀନରେ, ଗୋଟିଏ ବର୍ଷରେ 100 ଦିନ ରୋଜଗାରର ଏକ ଆଇନଗତ ଗ୍ୟାରେଣ୍ଟି ରହିଛି ।

Last Updated : Mar 28, 2024, 12:11 PM IST

ABOUT THE AUTHOR

...view details