ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଡିପଫେକ ଭିଡଓ ଘଟଣା । ଆଜି (ଶୁକ୍ରବାର) ଦିଲ୍ଲୀ ପୋଲିସ ତେଲେଙ୍ଗାନା କଂଗ୍ରେସ କର୍ମୀ ଅରୁଣ ରେଡ୍ଡିଙ୍କୁ ଗିରଫ କରିଛି । ଏହି ଭିଡିଓକୁ ସର୍କୁଲେଟ କରିବା ଅଭିଯୋଗରେ ଗତ କିଛି ଦିନ ତଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ ସମେତ କିଛି କଂଗ୍ରେସ କର୍ମୀଙ୍କ ବିରୋଧରେ ଦିଲ୍ଲୀ ସାଇବର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ରେବନ୍ତ ରେଡ୍ଡିଙ୍କ ସମେତ କିଛି କର୍ମୀଙ୍କୁ ସମନ ମଧ୍ୟ ଜାରି କରିଥିଲା ।
କଂଗ୍ରେସ ନେତା ମଣିକମ ଟାଗୋଟରଙ୍କ କହିବାନୁସାରେ ଦିଲ୍ଲୀ ପୋଲିସ ପ୍ରାୟ 24 ଘଣ୍ଟା ଧରି ଅରୁଣଙ୍କୁ ଅଟକ ରଖିଛି । ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ସେ ଦାବି କରିଛନ୍ତି । ଏନେଇ ସେ ଏକ୍ସ ସାଇଟରେ ଏକ ପୋଷ୍ଟ କରିଛନ୍ତି । ଅନ୍ୟପଟେ ଏ ନେଇ ହାଇଦ୍ରାବାଦ ପୋଲିସ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତି ଅନୁସାରେ, ଗତ ଏପ୍ରିଲ 27 ତାରିଖରେ ଜଣେ ବିଜେପି ନେତା ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ବିରୋଧରେ ଅଭିଯୋଗ ଆଣିଥିଲେ । ତେଲେଙ୍ଗାନା କଂଗ୍ରେସ ୟୁନିଟ ପକ୍ଷରୁ ଅମିତ ଶାହଙ୍କ ଏକ ଫେକ ଭିଡିଓ ସେୟାର କରାଯାଇଥିବା ଅଭିଯୋଗ ହୋଇଥିଲା ।
ଏହା ବି ପଢନ୍ତୁ- ଅମିତ ଶାହଙ୍କ ଫେକ୍ ଭିଡିଓ, ତେଲେଙ୍ଗାନା କଂଗ୍ରେସ ନେତାଙ୍କୁ ଦିଲ୍ଲୀ ପୋଲିସର ସମନ