ନଗର ନିର୍ବାଚନ ପ୍ରଚାରବେଳେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ବିରୋଧ - ଫୁଲବାଣୀ ପୌର ପରିଷଦ ପ୍ରଚାର
🎬 Watch Now: Feature Video
ଫୁଲବାଣୀ: ଚାଲିଛି ପୌର ନିର୍ବାଚନ ପ୍ରଚାର । ସମସ୍ତ ୱାର୍ଡରେ ପ୍ରମୁଖ ଦଳର ନେତାମାନେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ସୋମବାର ବିଜେଡିର ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା 8 ନମ୍ବର ୱାର୍ଡ ବୁଲି ପ୍ରଚାର କରୁଥିଲେ । ପୌର ନିର୍ବାଚନ ଆଉ କିଛିଦିନ ବାକି ଥିବାବେଳେ ଫୁଲବାଣୀର 8 ନମ୍ବର ନୂଆସାହି ୱାର୍ଡରେ ଆଜି ମନ୍ତ୍ରୀ ପ୍ରତାପ ଜେନା ପ୍ରଚାର କରୁଥିବା ସମୟରେ ୱାର୍ଡର ମହିଳା ଭୋଟର୍ ବିରୋଧ କରିଥିଲେ l ବହୁଦିନ ଧରି ୱାର୍ଡରେ ଡ୍ରେନେଜ ଠାରୁ ଆରମ୍ଭ କରି ପାନୀୟଜଳର ସମସ୍ୟା 10 ବର୍ଷ ଧରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୱାର୍ଡର ବାସିନ୍ଦା l
ପୂର୍ବତନ କାଉନ୍ସିଲର ଓ ଚେୟାରମ୍ୟାନ କିଛି କାର୍ଯ୍ୟ କରି ନଥିଲେ ଯାହାଫଳରେ ୱାର୍ଡର ମହିଳା ମାନେ ଭାଷଣ ଆରମ୍ଭ ମାତ୍ରେ ମନ୍ତ୍ରୀଙ୍କୁ ବିରୋଧ କରିଥିଲେ । ମନ୍ତ୍ରୀ ଲୋକଙ୍କ କଥା ଶୁଣିବା ପରେ ୮ ନମ୍ବର ନୂଆସାହି ୱାର୍ଡରେ ମନ୍ତ୍ରୀ ପ୍ରତାପ ଜେନା ବୁଲିଥିଲେ । ନିଜ ଆଖିରେ ଡ୍ରେନେଜ୍ ପାଣି ସମସ୍ୟା ଦେଖିବା ପରେ ୱାର୍ଡର ବାସିନ୍ଦାଙ୍କୁ ନିର୍ବାଚନ ପରେ ସମସ୍ୟାର ସମାଧାନ ପାଇଁ କହିଥିଲେ ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ
Last Updated : Feb 3, 2023, 8:19 PM IST