Vaccine Drive: କଟକରେ 12ରୁ 14 ବର୍ଷ ବୟସ୍କ ନେଲେ ଟିକା

🎬 Watch Now: Feature Video

thumbnail

By

Published : Mar 16, 2022, 1:53 PM IST

Updated : Feb 3, 2023, 8:19 PM IST

କଟକ: ଆଜି ୧୨ରୁ ୧୪ ବର୍ଷ ପିଲାଙ୍କ କୋଭିଡ୍ ଟୀକାକରଣ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ କଟକ ସିଟି ହସ୍ପିଟାଲରେ ଆଜି ସକାଳୁ ଟିକାଦାନ ପ୍ରକ୍ରିୟା ଚାଲିଛି । ପିଲାମାନେ ବେଶ୍ ଉତ୍ସାହର ସହ ଟିକା ନେଉଥିବାର ଦେଖାଯାଇଛି । ମଙ୍ଗଳବାର ୭୨ ହଜାର କୋର୍ବେଭାକ୍ସ ଟିକା ସିଟି ହସ୍ପିଟାଲକୁ ଆସିଥିଲା । ଯେହେତୁ ସ୍କୁଲରେ ଅଫଲାଇନ ପାଠପଢା ଆରମ୍ଭ ହୋଇଛି, ତେଣୁ ସ୍କୁଲରେ ଟୀକାକରଣ ପାଇଁ ଟାର୍ଗେଟ ରହିଛି । ଏହାଦ୍ବାରା ଅଧିକ ମାତ୍ରାରେ ପିଲାଙ୍କୁ ଟିକା ଦିଆଯାଇପାରିବ ବୋଲି ଜିଲ୍ଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । 2007 ରୁ 2010 ମାର୍ଚ୍ଚ 15 ଜନ୍ମ ଗ୍ରହଣ କରିଥିବା ପିଲାମାନେ ଟିକା ନେଇପାରିବେ । ମାସକ ମଧ୍ୟରେ ଟୀକାକରଣ ସାରିବା ନେଇ ଲକ୍ଷ୍ୟ ରହିଛି । ଏହାସହ ଆସନ୍ତାକାଲି(ଗୁରୁବାର)ଠୁ ସମସ୍ତ ବ୍ଲକ ଓ ସ୍କୁଲମାନଙ୍କରେ ଟୀକାକରଣ ଆରମ୍ଭ ହେବ ବୋଲି କହିଛନ୍ତି ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ
Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.