ୟୁକ୍ରେନରୁ ଜନ୍ମମାଟିକୁ ବାହୁଡିଲେ ନୟାଗଡର ଦୁଇ ଡାକ୍ତରୀ ଛାତ୍ର: ପରିବାରରେ ଖୁସିର ଲହରି - ୟୁକ୍ରେନ ରୁ ଫେରିଲେ ଦୁଇ ଡାକ୍ତରୀ ଛାତ୍ର
🎬 Watch Now: Feature Video
ନୟାଗଡ : ୟୁକ୍ରେନରୁ ଫେରିଲେ ଦୁଇ ନୟାଗଡ଼ର ଡାକ୍ତରୀ ଛାତ୍ର l ଏଥିପାଇଁ ସମ୍ପୃକ୍ତ ପରିବାରରେ ଖୁସି ଲହରୀ ଖେଳିଯାଇଛି l ତେବେ ନୟାଗଡ଼ ଜିଲ୍ଲାରୁ ଆହୁରି 5 ଜଣ ଛାତ୍ର ଯୁକ୍ରେନରେ ଫସି ରହିଛନ୍ତି । ଆଜି ଏକ ସ୍ୱତନ୍ତ୍ର ଗାଡି ଯୋଗେ ଆସି ନୟାଗଡ଼ରେ ପହଞ୍ଚିଥିଲେ । ନୟାଗଡ଼ ବ୍ଲକର ଏହି ଦୁଇ ଛାତ୍ର ଦ୍ୱିତୀୟ ବର୍ଷର ଛାତ୍ର ବୋଲି ଜଣାପଡିଛି । ସେମାନେ ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ ଅନ୍ୟ ଛାତ୍ର ମାନଙ୍କ ସହ ଯୋଗାଯୋଗରେ ଅଛୁ l ସେମାନେ ଶୀଘ୍ର ଆସି ପହଞ୍ଚିବା ନେଇ ସୂଚନା ଦେଇଛନ୍ତି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ
Last Updated : Feb 3, 2023, 8:18 PM IST