ନୂତନ ରାଷ୍ଟ୍ରପତିଙ୍କୁ କାଠ କାରିଗରୀ ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା - କାଠ କାରିଗରୀ ମାଧ୍ୟମରେ ମୁର୍ମୁଙ୍କ ଶୁଭେଚ୍ଛା ବାର୍ତ୍ତା

🎬 Watch Now: Feature Video

thumbnail

By

Published : Jul 22, 2022, 11:01 PM IST

ବ୍ରହ୍ମପୁର: ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ (Drauapdi Murmu) ପ୍ରଥମ ଆଦିବାସୀ ମହିଳା ଭାବେ ଭାରତର ରାଷ୍ଟ୍ରପତି ହୋଇଛନ୍ତି । ମୁର୍ମୁଙ୍କ ଏହି ଐତିହାସିକ ବିଜୟ ପରେ ତାଙ୍କୁ ଦେଶର କୋଣ ଅନୁକୋଣରୁ ଛୁଟିଛି ଶୁଭେଚ୍ଛାର ସୁଅ । ଏହାରି ମଧ୍ୟରେ କାଠ କାରିଗରୀ କଳା କୌଶଳ ମାଧ୍ୟମରେ ନୂତନ ରାଷ୍ଟ୍ରପତି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ କଣ୍ଟେଇକୋଳି ଅଞ୍ଚଳର ଯୁବ ଶିଳ୍ପୀ ଅରୁଣ କୁମାର ସାହୁ ଅଭିନନ୍ଦନ ଜଣାଇଛନ୍ତି । ଗତ ୪ରୁ ୫ଦିନ ସମୟ ଧରି ଗମ୍ଭାରୀ କାଠକୁ ଖୋଦେଇ କରି ୧୪ ଇଞ୍ଚ ଓସାର ଏବଂ ୧୮ ଇଞ୍ଚ ଲମ୍ବା ବିଶିଷ୍ଟ ଏହି କଳାକୃତିରେ ଦେଶର ୧୫ତମ ରାଷ୍ଟ୍ରପତି ମୁର୍ମୁଙ୍କ ଫଟୋକୁ ଆଙ୍କିଛନ୍ତି । ତାଙ୍କୁ ସୁଯୋଗ ମିଳିଲେ ସେ ମୁର୍ମୁଙ୍କୁ ସାକ୍ଷାତ କରି ଏହି ଛୋଟିଆ ଉପହାରକୁ ପ୍ରଦାନ କରିବେ ବୋଲି କହିଛନ୍ତି । ପୂର୍ବରୁ କାଠରେ ଖୋଦେଇ କରି ହନୁମାନ ଚାଳିଶା ପୁସ୍ତକ କରି ଚର୍ଚ୍ଚାକୁ ଆସିଥିବା ଅରୁଣ ନୂତନ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏଭଳି ଶୁଭେଚ୍ଛା ଜଣାଇଛନ୍ତି । ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.