New PCC chief: ଆସନ୍ତା 2024 ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବୁ - ନୂଆ ପିସିସି ସଭାପତିଙ୍କ ମନ୍ତବ୍ୟ

🎬 Watch Now: Feature Video

thumbnail

By

Published : May 23, 2022, 7:50 PM IST

Updated : May 23, 2022, 7:55 PM IST

ଝାରସୁଗୁଡା: ନୂଆ ପିସିସି ସଭାପତି ହେଲେ ଶରତ ପଟ୍ଟନାୟକ l ତାଙ୍କ ନାଁ ଉପରେ ମୋହର ବାଜିବା ପରେ କଂଗ୍ରେସ ଦଳ ଓ ଶରତଙ୍କ ସମର୍ଥକଙ୍କ ମହଲରେ ଉତ୍ସାହର ମାହୋଲ । ଝାରସୁଗୁଡା ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ପାଇଁ ସମ୍ପ୍ରତି ବ୍ରଜରାଜନଗରରେ ଥିବା ଶରତ କହିଛନ୍ତି, ଗାଁରୁ ରାଜଧାନୀ ଯାଏଁ ଥିବା ପ୍ରତ୍ୟେକ କଂଗ୍ରେସ କର୍ମୀ, ନେତାଙ୍କୁ ଏକାଠି କରି ଦଳକୁ ସୁଦୃଢ କରିବୁ । ଆସନ୍ତା 2024 ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବୁ ବୋଲି ଶରତ କହିଛନ୍ତି । ବିଶେଷକରି ଆସନ୍ତା 31 ତାରିଖରେ ହେବାକୁ ଥିବା ଉପନିର୍ବାଚନ ରେ ଦଳ ଭଲପ୍ରଦର୍ଶନ କରିବ ବୋଲି ଆଶାୟୀ ଅଛନ୍ତି ଶରତ ପଟ୍ଟନାୟକ । ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ
Last Updated : May 23, 2022, 7:55 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.