ସାମାନ୍ୟ ବର୍ଷାରେ ସ୍କୁଲ୍‌ର ହାଲ ବେହାଲ, ତୁରନ୍ତ ପଦକ୍ଷେପ ପାଇଁ ଦାବି - ଗଙ୍ଗାଧର ସରକାରୀ ଉଚ୍ଚ ବିଦ୍ୟାଳୟ ସମସ୍ୟା

🎬 Watch Now: Feature Video

thumbnail

By

Published : Jul 20, 2022, 10:38 PM IST

ପୁରୀ: ସାମାନ୍ୟ ବର୍ଷା ହେଲେ ସ୍କୁଲ୍‌ ସମ୍ମୁଖରେ ପଖୋରୀର ଭ୍ରମ ସୃଷ୍ଟି ହେଉଛି । ମୁଖ୍ୟ ଫାଟକ ଆଗରେ ଜମିଛି ଆଠୁଏଁ ଉଚ୍ଚର ପାଣି । ଫଳରେ ଛାତ୍ରଛାତ୍ରୀ ସ୍କୁଲ୍ ପରିସରକୁ ଯିବାକୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏ ଦୃଶ୍ୟ ହେଉଛି ପୁରୀ ସହରରେ ଥିବା ହାଡ଼ଗଡିଆ ସାହିର ଗଙ୍ଗାଧର ସରକାରୀ ଉଚ୍ଚ ବିଦ୍ୟାଳୟର । ରାଜ୍ୟ ସରକାର ସ୍କୁଲ୍ ଉନ୍ନତିକରଣ କରି ଶୈଖିକ ପରିବେଶ ସୃଷ୍ଟି କରୁଥିବା କଥା କହୁଥିବା ବେଳେ, ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଏଭଳି ଅବ୍ୟବସ୍ଥାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ସେପଟେ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ତୁରନ୍ତ ସ୍କୁଲ୍ ପରିସରରୁ ଜଳ ନିଷ୍କାସନ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି ହୋଇଛି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.