ମେରେ ଦେଶକେ ଯବାନ... କୁନି ଝିଅର ସଂସ୍କାରରେ ଆଚମ୍ବିତ ଯବାନ, ଭିଡିଓ ସେୟାର କଲେ କେନ୍ଦ୍ରମନ୍ତ୍ରୀ

🎬 Watch Now: Feature Video

thumbnail
ହାଇଦ୍ରାବାଦ: ଭାରତ ମାତାର ଜାଗ୍ରତ ପ୍ରହରୀ ଦେଶର ବୀର ଯବାନ । ଜନନୀ ଜନ୍ମଭୂମିକୁ ସର୍ବଦା ସର୍ବୋପରି ସୁରକ୍ଷିତ ରଖିବା ପାଇଁ ସୀମାରେ ଛାତି ଚିରି ସମସ୍ତ ପ୍ରତିକୂଳ ସ୍ଥିତି ସତ୍ତ୍ୱେ ଦୃଢତାର ସହ ଛିଡା ହୋଇଛନ୍ତି ବୀର ଯବାନ । ଖାଲି ସୀମାରେ ନୁହେଁ ଦେଶର ଆଭ୍ୟନ୍ତରଣୀ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ବି ବୀର ଯବାନ ସବୁଠି ଥାନ୍ତି ସଜାଗ । ଭାରତୀୟ ସେନାର ଏହି ସେବାରେ ନଥାଏ ସ୍ବାର୍ଥ । ନଥାଏ ଲୋଭ । ଥାଏ କେବଳ ଗୋଟିଏ ଉଦ୍ଦେଶ୍ୟ ଅଖଣ୍ଡ ଭାରତର ରକ୍ଷା । ଦେଶବାସୀଙ୍କ ସୁରକ୍ଷା । ଆଉ ସେହି ବୀର ଯବାନଙ୍କ ପ୍ରତି ଦେଶବାସୀଙ୍କର ଥାଏ ଅଜସ୍ର ଭଲ ପାଇବା, ଅକୁଣ୍ଠ ସମ୍ମାନ ସମର୍ଥନ ମଧ୍ୟ ରହିଛି । ଏହି ସମ୍ମାନ ସମର୍ଥନ ସେନାକୁ ସୀମାରେ ଦେଇଥାଏ ଆତ୍ମବିଶ୍ବାସ, ସାହାସ ଓ ଶକ୍ତି । କହିବାର ଉଦ୍ଦେଶ୍ୟ ହେଲା ଏହି ସଂସ୍କାର ମିଳିଥାଏ ପରିବାରରୁ ଗୁରୁଜନଙ୍କ ଠାରୁ । ଯେଉଁ ଭିଡିଓ ଟି ଏବେ ଭାଇରାଲ ହେଉଛି ତାହା ସମସ୍ତଙ୍କୁ ପ୍ରଭାବିତ କରୁଛି । ଭାଇରାଲ ହେଉଥିବା ଦିଲ୍ଲୀ ମେଟ୍ରୋ ଷ୍ଟେସନର । କିଛି ଯବାନ ଏକ ସ୍ଥାନରେ ଛିଡା ହୋଇଛନ୍ତି । ତାଙ୍କୁ ଦେଖି ଏକ କୁନି ନହ୍ନି ଝିଅ ଧିରେ ଧିରେ ପାଖକୁ ଯାଉଛି । କିଛି ସମୟ ଚାହିଁ ରହିବା ପରେ, ଝିଅ ଟି ଯବାନଙ୍କ ପାଦ ଛୁଇଁ ନମସ୍କାର କରୁଛି । ଯବାନ ଜଣକ ଅତି ସ୍ନେହରେ ଶିଶୁ କନ୍ୟା ଟିକୁ ଆଦର କରୁଛନ୍ତି । ଭିଡିଓକୁ ଅନେକ ଟ୍ବିଟର ୟୁଜର୍ସ ସେୟାର କରିବା ସହ କମେଣ୍ଟ କରୁଛନ୍ତି । ଏହାସହ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଭିଡିଓ ଟିକୁ ସେୟାର କରି କୁନି ଝିଅର ଉତ୍ତମ ସଂସ୍କାର ପାଇଁ ପରିବାରକୁ ଧନ୍ୟବାଦ ଦେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.