ଆରମ୍ଭ ହେଲା 15 ରୁ 18 ବର୍ଷ ବୟସ୍କଙ୍କ ଟୀକାକରଣ - କିଶୋର ନେଲେ ଟିକା
🎬 Watch Now: Feature Video
ଭୁବନେଶ୍ବର: ଆଜିଠୁ(ସୋମବାର) ଆରମ୍ଭ ହେଲା 15 ରୁ 18 ବର୍ଷ ବୟସ୍କଙ୍କ ଟୀକାକରଣ ପ୍ରକ୍ରିୟା। COWIN ପୋର୍ଟାଲରେ ପଞ୍ଜୀକରଣ କରିଥିବା କିଶୋରମାନେ ନେଉଛନ୍ତି ଟିକା । ଆଜି ସକାଳ 8 ଟା ସମୟରୁ ସାରା ରାଜ୍ୟରେ ଟୀକାକରଣ ଆରମ୍ଭ ହୋଇଯାଇଛି। ତେବେ ଭୁବନେଶ୍ବରରେ 35 ଟି ଟୀକାକାରଣ କେନ୍ଦ୍ରରେ ଟିକା ଦିଆଯାଉଛି ଏବଂ ଗୋଟିଏ ଦିନରେ 250 ଜଣଙ୍କୁ ଟିକା ଦିଆଯିବା ନେଇ ବ୍ୟବସ୍ଥା ରହିଛି। 200 ଜଣ ସ୍ଲଟ ବୁକିଙ୍ଗ ଏବଂ 50 ଜଣ ସ୍ପଟ ବୁକିଙ୍ଗ କରି ଟିକା ନେଇପାରିବେ। ଏବେ ରାଜ୍ୟରେ 2600 ଟୀକାକରଣ କେନ୍ଦ୍ର ଅଛି । ସେଥିମଧ୍ୟରୁ କିଶୋରଙ୍କ ପାଇଁ କିଛି ସ୍ବତନ୍ତ୍ର ଟୀକାକରଣ କେନ୍ଦ୍ର ରହିବ । ଏପରିକି ଟୀକାକରଣ କେନ୍ଦ୍ରରେ ଅନସାଇଟ ସ୍ପଟ ବୁକିଂ କରି ମଧ୍ୟ ଟିକା ନେଇପାରିବେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ