VIRAL VIDEO: ଜନ୍ମଦିନ ହେଲା ଶେଷ ଦିନ, ସ୍ୱିମିଂପୁଲ୍‌ରେ ପଡ଼ି ୨ବର୍ଷର ଶିଶୁ ମୃତ - ଲୋନାଭଲାରେ ଦୁଃଖଦ ଘଟଣା

🎬 Watch Now: Feature Video

thumbnail

By

Published : Jul 19, 2022, 9:16 PM IST

ମୁମ୍ବାଇ: ଜନ୍ମଦିନ ପାଳନ ପାଇଁ ଖୁସିରେ ଘରୁ ପାଦ କାଢିଥିଲେ । ମହାରାଷ୍ଟ୍ର ନାଶିକରୁ ବାହାରି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ସ୍ଥାନ ଲୋନାଭଲା (Lonavala)ରେ ପହଞ୍ଚିଥିଲେ । ଦୁଇ ସନ୍ତାନଙ୍କ ଜନ୍ମଦିନ ପାଳିବାକୁ ଏପରି ଯୋଜନା କରିଥିଲେ ପିତାମାତା । ହେଲେ ଲୋନାଭଲାଠାରେ ଜଗି ବସିଥିଲା ଯମ । ଆଉ ଦୁଇ ଯାଆଁଳାଙ୍କ ମଧ୍ୟରୁ ଜଣଙ୍କୁ ଛଡାଇନେଲା । ଜନ୍ମଦିନ ପାଲଟିଗଲା ଶେଷ ଦିନ । ରୁମର ଅନ୍ୟ ଏକ ପାର୍ଶ୍ବରେ ଥିବା ସ୍ବିମିଂପୁଲ୍‌ରେ ପଡ଼ି ଅକାଳରେ ଚାଲିଗଲା ୨ ବର୍ଷ ଶିଶୁର ଜୀବନ । ଶିଶୁଟି ସ୍ବିମିଂପୁଲରେ ପଡ଼ି ଛଟପଟ ହେଉଥିବାର ହୃଦୟବିଦାରକ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଗତ ବୁଧବାର ଏହି ଦୁଃଖଭରା ଘଟଣା ଘଟିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.