thumbnail

By

Published : Jun 19, 2022, 8:24 PM IST

ETV Bharat / Videos

କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସବରେଜିଷ୍ଟର ଅଫିସ୍‌ ଯାଇନଥିଲି: ବିଜୟ ଶଙ୍କର

ଜଗତସିଂହପୁର: ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ତାଙ୍କ ପ୍ରେମିକା ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ । ଏଭଳି ଅଭିଯୋଗ ପରେ ଆଜି(ରବିବାର) ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ତିର୍ତ୍ତୋଲ ବିଧାୟକ । ପ୍ରେମିକା ସୋମାଲିକାଙ୍କ ସହ ବିବାହ ପାଇଁ ରାଜି ଥିବାବେଳେ କଣ ପାଇଁ ତାଙ୍କ ନାମରେ ଏତଲା ଦିଆଗଲା ସେ ଜାଣି ନାହାନ୍ତି ବୋଲି କହିଛନ୍ତି । କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେ ୧୭ ତାରିଖ ଦିନ ସବରେଜିଷ୍ଟର ଅଫିସ୍‌ ଯାଇନଥିଲେ । ମୋବାଇଲ ନେଟୱାର୍କ ସମସ୍ୟାରୁ ସେ ଏହାକୁ ନେଇ ସୂଚନା ଦେଇ ପାରିନଥିଲେ । ବିବାହ ଆବେଦନର ବୈଧତା 90 ଦିନରୁ ଆଉ 55 ଦିନ ବାକି ରହିଛି, କଣ ପାଇଁ ସୋମାଲିକାଙ୍କ ପରିବାର ଏତେ ବ୍ୟସ୍ତ ହୋଇ ପଡିଛନ୍ତି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । କଟକର ଜଣେ ସମାଜସେବୀ ସିଗ୍ଧାରାଣୀ ବିଶ୍ବାଳ ଯେଉଁ ସେକ୍ସ ରାକେଟକୁ ନେଇ ବିଧାୟକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ତାହାକୁ ଖଣ୍ଡନ କରିଛନ୍ତି।

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.