ସେଲ୍‌ଫ ଡ୍ରାଇଭିଂ ମୋଡ୍‌ରେ ଶୋଇ ପଡ଼ିଲେ ଟେସ୍ଲା ଚାଳକ, ତାପରେ କଣ ହେଲା ଦେଖନ୍ତୁ - ଟେସ୍ଲା ସେଲ୍‌ଫ ଡ୍ରାଇଭିଂ ମୋଡ୍‌

🎬 Watch Now: Feature Video

thumbnail

By

Published : Sep 11, 2022, 11:01 PM IST

ହାଇଦ୍ରାବାଦ: ଅଟୋମେଟେଡ କାର୍‌ ପାଇଁ ସାରା ବିଶ୍ବରେ ନାଁ କରିଛି ଟେସ୍ଲା(Tesla) କାର୍‌ (tesla driver sleeps while driving car) । ଏହି କମ୍ପାନୀର କାର୍‌ଗୁଡ଼ିକ ସେଲ୍‌ଫ ଡ୍ରାଇଭିଂ ମୋଡ୍‌ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିବା ସହ ଇୟୁରୋପୀୟ ଦେଶଗୁ଼ଡ଼ିକରେ ଲୋକପ୍ରିୟ ରହିଛି । ଅନେକ ସମୟରେ ଟେସ୍ଲା ଚାଳକ ସେଲ୍‌ଫ ଡ୍ରାଇଭିଂ ମୋଡରେ ଗାଡ଼ିକୁ ଛାଡ଼ି ବେଫିକର ଭାବରେ ଆରାମ କରୁଥିବା ନଜର ଆସିଥାଏ । ବର୍ତ୍ତମାନ ପୁନଃ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଟେସ୍ଲା ଚାଳକ କାର୍‌କୁ ସେଲ୍ଫ ଡ୍ରାଇଭିଂ ମୋଡ୍‌ରେ ଛାଡି ନିଶ୍ଚିନ୍ତରେ ଶୋଇ ପଡ଼ିଥିବା ଦେଖାଯାଉଛି । ପାଖ ଦେଇ ଯାଉଥିବା ଅନ୍ୟ ଏକ କାରଚାଳକ ଏହାକୁ ଦେଖି ଆଚମ୍ବିତ ହୋଇଛନ୍ତି । ତେବେ ଏହାଦ୍ବାରା ଅନ୍ୟମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ସୋସିଆଲ ମିଡିଆ ୟୁଜର୍ସ ଆଲୋଚନା କରିଛନ୍ତି । ତେବେ ଟେସ୍ଲା କାର୍‌ଚାଳକଙ୍କୁ ଏଭଳି କୌଣସି ପ୍ରୋତ୍ସାହନ ଦିଏ ନାହିଁ ବୋଲି ସଫେଇରେ କହିଛି । ଦେଖନ୍ତୁ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.