Rath Yatra: ବେଳାଭୂମିରେ 125 ବାଲି ରଥ ଗଢିଲେ ସୁଦର୍ଶନ ପଟ୍ଟନାୟକ

By

Published : Jun 30, 2022, 10:32 PM IST

thumbnail
ପୁରୀ: ରାତିପାହିଲେ ପବିତ୍ର ଘୋଷଯାତ୍ରା । ରଥରେ ବସି ମାଉସୀ ମା' ଘରକୁ ଯିବେ ମହାପ୍ରଭୁ । ଏହି ଅବସରରେ 125ଟି ବାଲି ରଥ ନିର୍ମାଣ କରି ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପ୍ରତିବର୍ଷ ଭଳି ଏଥର ମଧ୍ୟ ସେ ପୁରୀ ବେଳାଭୂମିରେ ମହାପ୍ରଭୁଙ୍କ ବାଲୁକା ଚିତ୍ରକଳା ସହିତ 125ଟି ବାଲି ରଥ ଗଢିଛନ୍ତି । ଗତ 2016 ମସିହାରେ ସୁଦର୍ଶନ ପଟ୍ଟନାୟକ 100ଟି ବାଲୁକା ରଥ ନିର୍ମାଣ କରି ଲିମକା ବୁକ୍ ଅଫ୍ ରେକର୍ଡସର ଅଧିକାରୀ ହୋଇଥିଲେ । ଚଳିତ ରଥଯାତ୍ରାରେ ମଧ୍ୟ ସେ ଓ ତାଙ୍କର ଛାତ୍ରଛାତ୍ରୀ ମିଶି ଏହି ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ଏହାସହିତ ପୁରୀକୁ ଆସୁଥିବା ଭକ୍ତ କୋଭିଡ ନିୟମ ମାନିବା ସହ ସିଙ୍ଗଲ ପ୍ଲାଷ୍ଟିକ ଜିନିଷ ବ୍ୟବହାର ନ କରିବା ପାଇଁ ଅପିଲ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.