VIRAL VIDEO: ସରିଲା ଦଶମ ବୋର୍ଡ ପରୀକ୍ଷା, ଗୁଆଘିଅ ଗୀତରେ ନାଚିଲେ ଛାତ୍ର - ବ୍ରହ୍ମପୁର ଭାଇରାଲ ଭିଡ଼ିଓ
🎬 Watch Now: Feature Video
ବ୍ରହ୍ମପୁର: ଗତ ଦୁଇବର୍ଷ ଧରି ମହାମାରୀ କୋରୋନା ଯୋଗୁଁ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଦଶମ ବୋର୍ଡ ପରୀକ୍ଷା ଅନଲାଇନ ମାଧ୍ୟମରେ ହୋଇଥିଲା । କିନ୍ତୁ ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ସ୍ବାଭାବିକ ରହିଥିଲା । ଆଉ ଦଶମ ବୋର୍ଡ ପରୀକ୍ଷା ସରିବା ପରେ ଛାତ୍ରଙ୍କ ଦ୍ଵାରା ଡିଜେ ଲଗାଇ ରାସ୍ତାରେ ଡ୍ୟାନ୍ସ କରିବାର ଭିଡିଓ ଏବେ ଭାଇରାଲ ହେଉଛି। ଗତ ଏପ୍ରିଲ ୨୯ ତାରିଖରୁ ଛାତ୍ରଛାତ୍ରୀ ବିଭିନ୍ନ ବିଦ୍ୟାଳୟରେ ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ଦେଇଥିଲେ । ତେବେ ଆଜି ଅନ୍ତିମ ଦିବସରେ ଛାତ୍ରଛାତ୍ରୀ ନିଜ ଶେଷ ପରୀକ୍ଷା ଦେଇଥିବାବେଳେ ପରୀକ୍ଷା ସରିବା ନେଇ ଖୁସିରେ ନାଚ କରିବାରେ ମସଗୁଲ ରହିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଶିବାନନ୍ଦ ନୋଡାଲ ହାଇସ୍କୁଲ ଛାତ୍ରଙ୍କ ଦ୍ବାରା ଏଭଳି ଡିଜେ ଲଗାଇ ନୃତ୍ୟ କରିଥିବା ଘଟଣା ସାମନାକୁ ଆସିଛି । ପରୀକ୍ଷା ସରିବା ପରେ ଛାତ୍ରମାନେ ରାସ୍ତାରେ ଡିଜେ ଲଗାଇ ଏକ ଲୋକପ୍ରିୟ ଗୀତରେ ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ