ଏସିଡ଼ ପୀଡିତା ପ୍ରମୋଦିନୀଙ୍କୁ ମିଳିଲା ନ୍ୟାୟ, ପ୍ରତିକ୍ରିୟା ରଖିଲେ ତତ୍କାଳୀନ ଜଗତସିଂହପୁର SP - ଏସିଡ଼ ପୀଡିତା ପ୍ରମୋଦିନୀଙ୍କୁ ମିଳିଲା ନ୍ୟାୟ

🎬 Watch Now: Feature Video

thumbnail

By

Published : May 9, 2022, 5:05 PM IST

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଏସିଡ ପୀଡିତା ପ୍ରମୋଦିନୀ ରାଉଳଙ୍କ ଏସିଡ ମାଡ ଘଟଣାରେ(Acid attack on Pramodini Roul) ରାୟ ଶୁଣାଇଛନ୍ତି ଜଗତସିଂହପୁର ASJ ମହିଳା କୋର୍ଟ । ଘଟଣାରେ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଓ ଅନୀଲ ଦଳ ସିଂ ରାୟଙ୍କୁ 14 ବର୍ଷ ସଶ୍ରମ କାରାଦଣ୍ଡ ସହିତ 15 ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଜୋରିମାନା ଅନାଦେୟରେ 9 ମାସ ଅଧିକ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ଘଟଣା ୨୦୦୯ ମସିହାରେ ଘଟିଥିବା ବେଳେ ୨୦୧୭ ମସିହାରେ କେସର ରିଓପନ କରିଥିଲେ ତତ୍କାଳୀନ ଏସପି ଆଇପିଏସ ଜୟନାରାୟଣ ପଙ୍କଜ । ଅଭିଯୁକ୍ତକୁ ଧରିବା ପାଇଁ ଶ୍ରୀନଗର କୁପଓ୍ବାଡା ଯାଇଥିଲା ଟିମ୍ । ମାତ୍ର ସେଠାରୁ ଅଭିଯୁକ୍ତ ଖସିଯାଇଥିଲା । ପରେ କୋଲକାତାରୁ ଅଭିଯୁକ୍ତକୁ ଗିରଫ କରିଥିଲେ ଜଗତସିଂହପୁର SP । ଅଭିଯୁକ୍ତକୁ ଦଣ୍ଡ ମିଳିବା ପରେ କଣ କହୁଛନ୍ତି ସେତେବେଳର ଏସପି ତଥା ବର୍ତ୍ତମାନର ଏସଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ ଶୁଣନ୍ତୁ । ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.