Sri Lanka Crisis: ରାଷ୍ଟ୍ରପତିଙ୍କ ଘରେ ପଶି ଗର୍ଜିଲେ ବିକ୍ଷୋଭକାରୀ - ଶ୍ରୀଲଙ୍କା ସଙ୍କଟ
🎬 Watch Now: Feature Video
କଲମ୍ବୋ: ସୁଧୁରୁନି ଶ୍ରୀଲଙ୍କାର ଦୁର୍ଦ୍ଦଶା । ଅନାହାର ମଧ୍ୟରେ ଉବୁଟୁବୁ ଶ୍ରୀଲଙ୍କା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଏହାକୁ ନେଇ ଲୋକେ ଜୋରାଦାର ପ୍ରତିବାଦ କରୁଛନ୍ତି । ଆଜି(ଶନିବାର) ଲକ୍ଷ ଲକ୍ଷ ପ୍ରତିବାଦକାରୀ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ବାସଭବନ ଘେରାଉ କରିଛନ୍ତି । ସେମାନେ ବାସଭବନ ମଧ୍ୟରେ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ହାତରେ ଜାତୀୟ ପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ (Gotabaya Rajapaksa) ଇସ୍ତଫା ଦାବି କରୁଛନ୍ତି । ଏହି ଭଙ୍ଗାରୁଜା ପରେ ଗୋଟାବାୟା ଦେଶ ଛାଡି ପଳାୟନ କରିଥିବାର ଜଣାପଡିଛି । ଦେଖନ୍ତୁ ରାଷ୍ଟ୍ରପତି ବାସଭବନରେ ବିକ୍ଷୋଭକାରୀଙ୍କ ଉପଦ୍ରବର ଦୃଶ୍ୟ