ଲୋକନାଥଙ୍କ ଡୋରୀ ଲାଗିଲା, ୪ବର୍ଷ ପରେ ଜଳଲାଗି କରି ଭାବବିହ୍ବଳ ଦିବ୍ୟାଙ୍ଗ ବୋଲବମ୍ ଭକ୍ତ

🎬 Watch Now: Feature Video

thumbnail

By

Published : Jul 25, 2022, 4:35 PM IST

ପୁରୀ: ପବିତ୍ର ଶ୍ରାବଣ ମାସର ଦ୍ବିତୀୟ ସୋମବାରରେ ପ୍ରଭୁ ଲୋକନାଥଙ୍କ ମନ୍ଦିରରେ କାଉଡ଼ିଆଙ୍କ ଭିଡ଼ ଜମିଥିଲା । ପ୍ରଭୁଙ୍କ ଡୋରୀ ଲାଗିଲେ ଦର୍ଶନ ମିଳେ ବୋଲି ବିଶ୍ବାସ ରହିଛି । ଏହି ବିଶ୍ବାସ ନେଇ ବୋଲ୍‌ବୋମ୍‌ ଯାତ୍ରାରେ ବାହାରି ପଡ଼ିଥିଲେ ଜଣେ ଦିବ୍ୟାଙ୍ଗ ଭକ୍ତ । ବୋଲ୍‌ବମ୍‌ ଯାତ୍ରାରେ ଆସି ପ୍ରଭୁ ଲୋକନାଥଙ୍କ ନିକଟରେ ଜଳଲାଗି କରିଛନ୍ତି । ପବିତ୍ର ସ୍ବାଇଁ ପୁଅ ପାଇଁ ମାନସିକ ରଖିଥିବାରୁ ଲୋକନାଥଙ୍କ ଦର୍ଶନ ପାଇଁ ୪ ବର୍ଷ ହେଲା ଚେଷ୍ଟା କରୁଥିଲେ । ଚଳିତ ବର୍ଷ ପ୍ରଭୁଙ୍କ ଡୋରୀ ଲାଗିବାରୁ ସେ ବ୍ରହ୍ମପୁରରୁ ଲୋକନାଥଙ୍କ ନିକଟରେ ଜଳଲାଗି କରିବାକୁ ଆସିଛନ୍ତି । ମନରେ ଅନେକ ଆଶଙ୍କା ଥିଲା । ସାହାଯ୍ୟ ପାଇଁ ସାଥିରେ ପତ୍ନୀଙ୍କୁ ମଧ୍ୟ ନେଇ ଆସିଥିଲେ । ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଁ ଖୁସି ଜାହିର କରିଛନ୍ତି ପବିତ୍ର । ଇଶ୍ଵର ଅନ୍ତର ଆତ୍ମାରେ ଥିଲେ ମନ୍ଦିର ବାହାରୁ ମଧ୍ଯ ଦର୍ଶନ କରିହେବ । ମହାଦେବ ଶାରୀରିକ ଅକ୍ଷମତାକୁ ସେ ସକ୍ଷମ କରିଦିଅନ୍ତି ବୋଲି ପବିତ୍ର କହିଛନ୍ତି ।

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.