ତେଲେଙ୍ଗାନା ବୁଣାକାରଙ୍କ କମାଲ, ତିଆରି କଲେ ସୁଗନ୍ଧମୟ ଶାଢୀ - ତେଲେଙ୍ଗାନା ଖବର
🎬 Watch Now: Feature Video
ହାଇଦ୍ରାବାଦ: ସୁଗନ୍ଧମୟ ଶାଢୀ ବୁଣି ଚର୍ଚ୍ଚାରେ ତେଲେଙ୍ଗାନା ସିଲସିଲ୍ଲାର ବୁଣାକାର ନାଲା ବିଜୟ । ବିଜୟ ସୁଗନ୍ଧମୟ ଶାଢୀ ବୁଣିଛନ୍ତି । ଯାହାର ବାସ୍ନାରେ ଜଣେ ମୋହିତ ହୋଇଯିବ । ଏ ଶାଢୀକୁ ବୁଣିବା ପାଣି ତାଙ୍କୁ ୪ ଦିନ ସମୟ ଲାଗିଥିଲା । ତେବେ ଶାଢୀରେ ବାସ୍ନା ଭରିବା ପାଇଁ ବିଭିନ୍ନ ପ୍ରକାର ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇଛି । ବର୍ଷେରୁ ଅଧିକ ଦିନ ପର୍ଯ୍ୟନ୍ତ ଏ ଶାଢୀର ମହକ ଏଭଳି ରହିବ । କାହିଁକିନା ଶାଢୀ ବୁଣା ପୂର୍ବରୁ ସୂତା ଗୁଡିକ ୨୭ଟି ଜଡିବୁଟିରେ ବୁଡାଯାଇ ରଖାଯାଇଥିଲା ।