Shrimandir Heritage Corridor: ମୁଁହ ଖୋଲିଲେ ଗଜପତି, କହିଲେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପରିକ୍ରମା ପ୍ରକଳ୍ପ - ଐତିହ୍ୟ କରିଡର ନେଇ ଗଜପତିଙ୍କ ପ୍ରତିକ୍ରିୟା
🎬 Watch Now: Feature Video
ପୁରୀ: ପୁରୀର ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ନେଇ ମୁହଁ ଖୋଲିଛନ୍ତି ଗଜପତି। ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ସମସ୍ତେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟ ନେଇ ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ । ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ଶ୍ରୀମନ୍ଦିର । ପ୍ରକଳ୍ପ କାର୍ଯ୍ୟରେ କେହି ବାଧା ସୃଷ୍ଟି କରିବା ଠିକ୍ ନୁହେଁ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଗଜପତି ଦିବ୍ୟସିଂହ ଦେବ । ମହାପ୍ରଭୁଙ୍କ କାର୍ଯ୍ୟରେ କୌଣସି ଅନୁଷ୍ଠାନ, ସଂଗଠନ, ବ୍ୟକ୍ତି ବିଶେଷ ବାଧା ସୃଷ୍ଟି କରିବା ଉଚିତ ନୁହେଁ । ସମସ୍ତେ ମିଶି ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇ ନେବା ଉଚିତ୍ ବୋଲି ଗଜପତି କହିଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ